ବନ୍ଧୁଗଣ, ନାରୀ ମାନଙ୍କୁ ପ୍ରାଏ ୪ ଭାଗରେ ବିଭକ୍ତ କରାଯାଇଥାଏ ତାହା ହେଉଛି,- ହସ୍ତିନୀ, ଚିତ୍ରିଣୀ, ଶଙ୍ଖିନୀ ଏବଂ ପଦ୍ମିନୀ । ପଦ୍ମିନୀ ନାରୀ ମାନଙ୍କ ପାଖରେ ମାତା ମହାଲକ୍ଷ୍ମୀ ବାସ କରିଥାନ୍ତି ।
ପଦ୍ମିନୀ ନାରୀ ଙ୍କ ଶରୀରର ଗଠନ ମହାଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ ଅଛି । ଏହା ସହିତ ମାହାଲକ୍ଷ୍ମୀ ପୁରାଣ ରେ ବର୍ଣ୍ଣିତ ହୋଇଥିବା କିଛି ବିଶେଷ କଥା ଆମ୍ଭେ କହିବାକୁ ଯାଉଅଛୁ । ପୁରାଣ ରେ ବର୍ଣ୍ଣିତ ହୋଇଛି ଯେ, “ସଦା ହୁଅଇ ଉତ୍ସବ ଯାହାର ମନ୍ଦୀରେ”, “ତାହାର ଗୃହକୁ ନ ତେଜୟୀ ମୁଁ କେଉଁ କାଳେ” । ମନ୍ଦିର କହିଲେ ଏଠାରେ ଘର କୁ ବୁଝାଉଅଛି ।
ଉତ୍ସବ କହିଲେ ଭଲ ପରିସ୍ଥିତି ଅର୍ଥାତ ଯେଉଁଠାରେ ଝଗଡା ହେଉ ନଥିବ, ତଥା ଆମିଷ ପିଆଜ ର ଗନ୍ଦ ନଥିବ, ମନୋମାଳିନ ହେଉ ନଥିବ, ସମସ୍ତ ତିଥି ଅନୁଯାୟୀ ପୂଜା ପାଠ ହେଉଥିବ । ଏହି ସବୁ କୁ ମିଶାଇ ଦେଇ ଉତ୍ସବ ବୋଲି କୁହାଯାଇଥାଏ ।
ଅର୍ଥାତ ଏହି ଭଳି ଘରକୁ ମାତା ଲକ୍ଷ୍ମୀ କେବେ ମଧ୍ୟ ଛାଡି ଅନ୍ୟ ଜାଗାକୁ ଜାଆନ୍ତି ନାହିଁ । ସାଧାରଣ ତ ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କୁ ଦେବତା ବୋଲି କହି ବାର ବ୍ରତ କରିଥାନ୍ତି ମାତ୍ର ସେମାନଙ୍କ କଥା କୁ ଆଦୌ ଶୁଣନ୍ତି ନାହିଁ ଯାହା ଫଳରେ ସେମାନେ ନାନା ପ୍ରକାରର ସମସ୍ୟା ର ସମୁଖୀନ ହୋଇଥାନ୍ତି ଏହା ସହିତ ମାତା ଲକ୍ଷ୍ମୀ ସେହି ଘରକୁ ଚାଲି ଯାଇଥାନ୍ତି ।
କାରଣ ଆପଣ ମାନେ ନିଶ୍ଚିତ ପୁରାଣ ରେ ଦେଖିଥିବେ ମାତା ଲକ୍ଷ୍ମୀ ପ୍ରଭୁ ନାରାୟଣ ଙ୍କ ଚରଣ ତଳେ ସର୍ବଦା ସେବା କରିଥାନ୍ତି । ଜେନ ସ୍ତ୍ରୀ ନିମନ୍ତେ ସ୍ଵାମୀ ଙ୍କ ସନ୍ନମାନ କରିବା ବହୁତ ଭାଗ୍ୟର କଥା ହୋଇଥାଏ । ଯେଉଁ ନାରୀ ମାନେ ମାତା ଲକ୍ଷ୍ମୀ ଙ୍କ ଭଳି ନିଜ ସ୍ଵାମୀ ମାନଙ୍କର ସେବା ସହିତ କୌଣସି କାର୍ଯ୍ୟ କରିବା ପୂର୍ବରୁ ତାଙ୍କୁ ଜଣାଇ କରିଥାନ୍ତି ସେମାନଙ୍କ ବାସଗୃହ ରୁ ମାତା ଲକ୍ଷ୍ମୀ କେବେ ଯାଇ ନଥାନ୍ତି । ମାତା ଲକ୍ଷ୍ମୀ ତାଙ୍କୁ ଆଶୀର୍ବାଦ କରିଥାନ୍ତି ।
ଏବଂ ଯଦି ଆପଣ ନିଜ ଘରକୁ ବ୍ରାହ୍ମଣ କୁ ଆମନ୍ତ୍ରଣ କରି ଅଛନ୍ତି । ତେବେ ବ୍ରାହ୍ମଣ ଙ୍କୁ ଦେବତା ତୁଲ୍ୟ ମାନି ତାଙ୍କୁ ଦାନ ଦକ୍ଷିଣା ଦେଇ ସନ୍ତୁଷ୍ଠ କରନ୍ତୁ । ତାଙ୍କ ଠାରୁ ଆଶୀର୍ବାଦ କାମନା କରିବା । ଏହି କଥା କୁ ମାନେ ରଖି ଆପଣ ବ୍ରାହ୍ମଣ ଙ୍କୁ ସନ୍ନମାନ କରନ୍ତୁ । ଏହା ଛଡା ପୁରାଣ ରେ ଉଲ୍ଲେଖ ହୋଇଅଛି ଯେ, ଯେଉଁ ଗୃହିଣୀ ସୂର୍ଯ୍ୟ ଉଦୟ ହେବା ପରେ ତଥା ସନ୍ଧ୍ୟା ସମୟରେ ଗାଢ ନିଦ୍ରା ରେ ଶୋଇଥାଏ, ତାହା ଘରକୁ ମାତା ଲକ୍ଷ୍ମୀ କେବେ ମଧ୍ୟ ଯାଇନଥାନ୍ତି ।
ଏହା ସହିତ ଗୁରୁବାର ଦିନ ଆପଣ ନିଜ ଘରୁ ଯଦି ଧାନ ଅନ୍ୟକୁ ଦିଅନ୍ତି ତେବେ ତାହା ଦ୍ଵାରା ମାତା ବହୁତ କ୍ରୋଧ କରିଥାନ୍ତି । ବନ୍ଧୁଗଣ ଏପରି ଅନେକ କଥା ପୁରାଣ ମାନଙ୍କରେ ଉଲ୍ଲେଖ ହୋଇଅଛି ଏଗୁଡ଼ିକୁ ପାଳନ କରନ୍ତୁ ମଙ୍ଗଳ ହେବ । ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।