Jyotish Shastra- କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ, ଯାହାଙ୍କ ପାଦ ଘରେ ପଡିଲେ ବଢେ ଧନସମ୍ପତି

ନାରୀ ହେଉଛନ୍ତି ଦେବୀ ସ୍ଵରୂପା, ନବରାତ୍ରରେ  କନ୍ୟା ମାନଙ୍କୁ ପୂଜା ମଧ୍ୟ କରାଯାଇଥାଏ , ଏମାନଙ୍କୁ ମହାଶକ୍ତି ର ସ୍ୱରୂପା ବୋଲି ମଧ୍ୟ କୁହାଯାଏ । କିନ୍ତୁ ଗ୍ରହ ନକ୍ଷତ୍ର ମାନଙ୍କର  ଚଳନାନୁସାରେ କିଛି ମାସ ଏମିତି ଅଛି ଯେଉଁ ମାସ ରେ ଜନ୍ମ ହୋଇଥିବା କନ୍ୟା ମାନଙ୍କୁ ଲକ୍ଷ୍ମୀ ସ୍ୱରୂପା ବୋଲି କୁହାଯାଇଥାଏ । କନ୍ୟା ର ଅର୍ଥ- ”କନ୍ୟା ଦୁଇ କୁଳକୁ ହିତା ଦୁହିତା ” ; ଆସନ୍ତୁ ଜାଣିବା ସେହି ମାସ ତଥା ସମୟ ସମ୍ବନ୍ଧରେ । ଯେଉଁ ମାସରେ ଜନ୍ମ ହେଲେ କନ୍ୟାଙ୍କୁ ଲକ୍ଷ୍ମୀ ସ୍ୱରୂପା ବୋଲି କୁହାଯାଇଥାଏ ।

୧: ମକର, ମାସର ୧୫ଦିନ ଠାରୁ କୁମ୍ଭ, ମାସର ୧୫ଦିନ ପର୍ଯନ୍ତ, ଅର୍ଥାତ ଓଡିଆ ମାସର ମାଘ ଶୁକ୍ଳପକ୍ଷ ରୁ ଫାଲ୍ଗୁନ ମାସ କୃଷ୍ଣପକ୍ଷ ମଧ୍ୟରେ ଥିବା ସମୟ(February) ମଧ୍ୟ ରେ ଯଦି କନ୍ୟା ଟି ଜନ୍ମ ହୁଏ ତେବେ ସେହି କନ୍ୟା ଲକ୍ଷ୍ମୀ ସ୍ଵରୂପା ବୋଲି କୁହାଯାଇଥାଏ । ଏ ମାସରେ ଜନ୍ମିତ କନ୍ୟା ମାନେ ରାଜଯୋଗ ସୁଖ ଭୋଗ କରନ୍ତି । ଶାନ୍ତ ସ୍ଵଭାବର ହେବା ସହିତ ମନଲୋଭା ବ୍ୟକ୍ତିତ୍ବର ଅଧିକାରିଣୀ ମଧ୍ୟ ହୋଇଥାନ୍ତି ।

୨: ମିନ ମାସର ୧୫ଦିନ ଠାରୁ  ମେଷ ମାସର ୧୫ଦିନ ପର୍ଯନ୍ତ, ଓଡିଆ ମାସାନୁସାରେ ଚୈତ୍ର ମାସ ଶୁକ୍ଳପକ୍ଷ ରୁ ବୈଶାଖ ମାସର କୃଷ୍ଣପକ୍ଷ ପର୍ଯନ୍ତ (April) ସମୟରେ ଜନ୍ମ ହୋଇଥିବା କନ୍ୟା ମାନଙ୍କୁ ମଧ୍ୟ ଲକ୍ଷ୍ମୀ ସ୍ୱରୂପା ବୋଲି କୁହାଯାଇଥାଏ । ଏମାନଙ୍କ ଜୀବନରେ କେବେବି କୌଣସି ଅଭାବ ଦେଖା ଦେଇ ନଥାଏ ,ନିଜର ଜନ୍ମ ସ୍ଥାନର ଉନ୍ନତି ସହ ବିବାହ ପରେ ଶ୍ଵଶୁରାଳୟ ର ମଧ୍ୟ ଉନ୍ନତି କରାଇଥାନ୍ତି ।

୩: ବୃଷ ୧୫ଦିନ ଠାରୁ ମିଥୁନ ୧୫ଦିନ ପର୍ଯନ୍ତ, ଓଡିଆ ମାସାନୁସାରେ ଜେଷ୍ଠ ମାସର କୃଷ୍ଣପକ୍ଷ ରୁ ଆଷାଢ ମାସ ଶୁକ୍ଲପକ୍ଷ ପର୍ଯ୍ଯନ୍ତ(June) ସମୟରେ ଜନ୍ମିତ କନ୍ୟା ମାନଙ୍କୁ ଲକ୍ଷ୍ମୀ ସ୍ଵରୂପା ବୋଲି କୁହାଯାଇଥାଏ । ଯେଉଁ ଘରେ ଏ ମାସରେ କନ୍ୟା ଜନ୍ମ ହୋଇଥାନ୍ତି ସେ ଘରେ ମା ଲକ୍ଷ୍ମୀଙ୍କର ଅପାର କରୁଣା ସର୍ବଦା ରହିଥାଏ ।

୪: ସିଂହ ୧୫ଦିନ ଠାରୁ କନ୍ୟା ମାସ  ୧୫ଦିନ ପର୍ଯ୍ଯନ୍ତ, ଅର୍ଥାତ ଭାଦ୍ରବ ଶୁକ୍ଳପକ୍ଷ ରୁ ଆରମ୍ଭ କରି ଆଶ୍ଵିନ କୃଷ୍ଣପକ୍ଷ ପର୍ଯ୍ଯନ୍ତ(September) ସମୟରେ ଜନ୍ମ ଗ୍ରହଣ କରିଥିବା କନ୍ୟା ମାନଙ୍କୁ ଲକ୍ଷ୍ମୀ ସ୍ୱରୂପା ବୋଲି କୁହାଯାଇଥାଏ । ଯେଉଁ ଘରେ ଏ ସମୟରେ କନ୍ୟା ଜନ୍ମ ହୋଇଥାନ୍ତି ସେ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହି କନ୍ୟା ମାନେ ନିଜ ଭାଗ୍ୟ ଉପରେ ନୁହେଁ ଅପିତୁ ନିଜ କର୍ମ ଉପରେ ଅଧିକ ଭରସା ରଖନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *