ଘରକୁ ଏହି 4 ପକ୍ଷୀ ଆସିବା ଦ୍ଵାରା ମିଳିଥାଏ ଶୁଭ ଓ ଅଶୁଭ ସଙ୍କେତ ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ

ନମସ୍କାର ବନ୍ଧୁଗଣ, ଦୁନିଆରେ ଭଗବାନ ସମସ୍ତଙ୍କ ପାଖରେ କିଛି ନା କିଛି ମହତ ଗୁଣ ଦେଇଛନ୍ତି । ସେ ପଶୁ ହେଉ ବା ପକ୍ଷୀ । ଶାସ୍ତ୍ର ଅନୁଯାୟୀ କହିବା ପାଇଁ ଗଲେ କିଛି ପକ୍ଷୀଙ୍କ ଘରକୁ ଆଗମନ ଅନେକ କିଛିର ସୂଚନା ଦେଇଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣଙ୍କ ଘରକୁ କେଉଁ 4ଟି ପକ୍ଷୀ ଆସିବା ଦ୍ଵାରା କେଉଁ ସଂକେତ ମିଳିଥାଏ ଏବଂ ତାହା ଶୁଭ ନା ଅଶୁଭ ଜାଣିବା ପାଇଁ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ।

ପାରା: କିଛି ଲୋକ ପାରା ଘରକୁ ଆସିବା ଫଳରେ ତାଙ୍କୁ ତଡି ଦେଇଥାନ୍ତି ଅଶୁଭ ଭାବି କିନ୍ତୁ ଏହା ଏକ ଶୁଭ ପକ୍ଷୀ ବୋଲି ମନାଯାଏ । ଶୁକ୍ରବାର ଦିନ ଆପଣଙ୍କ ଘରକୁ ପାରାର ଆଗମନ ବିଶେଷ ସଙ୍କେତ ନେଇ ଆସିଥାଏ । ଯଦି ଶୁକ୍ରବାର ଦିନ ପାରା ଆପଣଙ୍କ ଘରର ମୁଖ୍ୟ ଦ୍ଵାର କିମ୍ବା ଝରକା ପାଖରେ ଆସି ବସିଯାଏ ତତେବେ ଏହାକୁ ଧନ ପ୍ରାପ୍ତି ହେବାର ସଙ୍କେତ ମନାଯାଏ । ଯଦି ଶୁକ୍ରବାର ଦିନ ଆପଣଙ୍କୁ ଘରକୁ ପାରା ଆସୁଛି ତେବେ ତାକୁ ନିଶ୍ଚୟ ଅନ୍ନ ଖାଇବା ପାଇଁ ଦିଅନ୍ତୁ ।

ମୟୁର: ଏହାକୁ ଏକ ଶୁଭ ଏବଂ ପବିତ୍ର ପକ୍ଷୀ ମନାଯାଏ । ମୟୁର ମା ସରସ୍ଵତୀଙ୍କ ବାହନ ଅଟେ । ଏହା ସହ ଭଗବାନ କାର୍ତ୍ତିକେୟଙ୍କର ମଧ୍ୟ ଏହା ବାହନ ଅଟେ । ତେଣୁ ଏହି ପକ୍ଷୀ ପୂଜନୀୟ ଅଟେ । ଯଦି ଶୁକ୍ରବାର ଦିନ ଆପଣଙ୍କ ଘରେ କେଉଠାରୁ ଆସି ମୟୁର ବସିଯାଏ ତେବେ ଏହାକୁ ଶୁଭ ସଙ୍କେତ ମାନାଯାଏ ।

ଶୁକ୍ରବାର ଦିନ ମୟୁର ଆପଣଙ୍କ ଘରକୁ ଆସିବାର ଅର୍ଥ ହୋଇଥାଏ କି ଆପଣଙ୍କ ଘରର ବିକାଶ ହେବାକୁ ଯାଉଛି । ଏବଂ ଆପଣଙ୍କ ଘରର ଶତ୍ରୁ ମାନଙ୍କର ବିନାଶ ମଧ୍ୟ ହେବାକୁ ଯାଉଛି । ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ଭଲ ପାଇବା ବଢିଥାଏ ।

ଚଢେଇ: ଶୁକ୍ରବାର ଦିନ ଯଦି ଆପଣଙ୍କ ଘରକୁ ଚଢେଇ ଆସିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ । ଯେଉଘରେ ଚଢେଇ ନିଜର ବସା ତିଆରି କରିଥାଏ ସେହିଘରେ ସବୁବେଳେ ହସ ଖୁସି ଲାଗି ର୍ରହିଥାଏ । ଚଢେଇ ଯଦି ଆପଣଙ୍କ ଉପରେ ମଳତ୍ୟାଗ କରେ ତେବେ ଏହା ଏକ ଶୁଭ ସମାଚାର ମିଳିବାର ସଙ୍କେତ ହୋଇଥାଏ । ଯଦି ଚଢେଇ ଆପଣଙ୍କ ଗୋଡ ଉପରେ ଆସି ବସିଯାଏ ତେବେ ଆପଣଙ୍କୁ ଆକସ୍ମିକ ଧନ ମିଳିଥାଏ ।

ପେଚା: ଯଦି ପେଚା ଆପଣଙ୍କ ଘର ଉପରେ ବସିଯାଏ ତେବେ ଆପଣଙ୍କ ଘର ବର୍ବାଦ ହୋଇଯାଏ । ଯଦି ବାରମ୍ବାର ପେଚା ଆପଣଙ୍କ ଘର ଉପରେ ବସି କାନ୍ଦି ଥାଏ ତେବେ ସେହି ଘରେ କାହାର ଅକାଳ ବିୟୋଗ ହେବାର ସମ୍ଭାବନା ଥାଏ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *