Vastu Shastra- କେଉଁ ଧାତୁର କଇଁଛକୁ ଘରେ ବା କାର୍ଯ୍ୟକ୍ଷେତ୍ରରେ କିପରି ରଖିଲେ ରୋଗ, ଋଣରୁ ମିଳେ ମୁକ୍ତି, ବଢିଥାଏ ଧନ ସମ୍ପତ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ପ୍ରାଣୀ ହେଉଛନ୍ତି ଭଗବାନଙ୍କର ଏକ ଅଂଶ । କୌଣସି ପ୍ରାଣୀ ପ୍ରତି ହତାଦର କିମ୍ବା ଅନାଦର କରିବା ଉଚିତ ନୁହେଁ । ସେହିପରି ଏକ ପ୍ରାଣୀ କଇଁଛ ଉପରେ ସବିଶେଷ ଟିପ୍ପଣୀ ଜାଣିବାକୁ ପାଇବେ । କଇଁଛକୁ ଘରର କେଉଁ ଜାଗାରେ ରଖିଲେ କିପରି ପରିଣାମ ମିଳିଥାଏ । ତାହା ଆଲୋଚନା କରିବା । କଇଁଛ ଅତ୍ୟନ୍ତ ଶୁଭ ପ୍ରାଣୀଟିଏ ଅଟେ ।

ଶାସ୍ତ୍ରର ମାନ୍ୟତା ଅନୁସାରେ ଯେଉଁ ଘରେ କଇଁଛ, ବା କଇଁଛର ଛବି ବା ପ୍ରତିମୂର୍ତ୍ତି ରଖାଯାଇଥାଏ । ସେହି ଘରେ ସଦା ସର୍ବଦା ମା ଲକ୍ଷ୍ମୀଙ୍କର କୃପାଦ୍ରୁଷ୍ଟି ରହିଥାଏ । କାରଣ ଭଗବାନ ନାରାୟଣଙ୍କର କଇଁଛ ମଧ୍ୟ ଏକ ଅବତାର ଅଟେ । ଘରେ ଯଦି କଇଞ୍ଛର ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁଥାନ୍ତି । ତେବେ ଗୁରୁବାର ହିଁ ଅତ୍ୟନ୍ତ ଶୁଭ ବାର ହୋଇଥାଏ ।

କଥାରେ ଅଛି ଯଦି କଇଁଛକୁ ଆଣି ଘରେ ରଖିଛନ୍ତି । ତେବେ କଇଁଛଟି ଖାଇପିଇ ଯେତେ ବଡ ହେବ । ଘରର ଅର୍ଥ ଦିନକୁ ଦିନ ସେତେ ଅଧିକ ବଢିବ । ଯଦି ସମ୍ଭବ ନୁହେଁ ତେବେ କଇଞ୍ଛର ମୂର୍ତ୍ତି ମଧ୍ୟ ରଖିପାରିବେ । କଇଁଛକୁ ରଖିବାର ଉତ୍ତର, ପୂର୍ବ ବା ଐଶାନ୍ୟ କୋଣ ହିଁ ସର୍ବଶ୍ରେଷ୍ଟ ଜାଗା ଅଟେ ।

କଇଁଛକୁ ଯେଉଁ ପାତ୍ରରେ ରଖୁଥିବେ, ସେଥିରେ କଇଁଛକୁ ଅଧା ବୁଡେଇ ରଖିବା ଉଚିତ । ଏହା ସହିତ ପ୍ରତିଦିନ ସେହି ପାଣିକୁ ବଦଳାଇବା ଉଚିତ । ବେଡ୍ ରୁମ୍ ରେ ରଖୁଥିବା କଇଁଛକୁ ପାଣିରେ ନରଖି ଶୁଖିଲା ସ୍ଥାନରେ ରଖିବେ । ଏହା ଦ୍ଵାରା ଅନେକ ଫାଇଦା ମିଳିଥାଏ । କଇଁଛକୁ ରଖି ପ୍ରତିଦିନ ପୂଜା କରିବା ଉଚିତ ।

କଇଁଛ ପିଠିରେ ଛୁଆ କଇଁଛ ବସିଥିବାର କଇଁଛ ମୂର୍ତ୍ତି ବେଡ୍ ରୁମ୍ ରେ ରଖିବା ଦ୍ଵାରା ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । କ୍ରିଷ୍ଟାଲ ଧାତୁର କଇଞ୍ଛ କ୍ରିଷ୍ଟାଲ ଧାତୁର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ରଖିବା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । ମେଣ୍ଟାଲ ଧାତୁର କଇଁଛକୁ ମେଣ୍ଟାଲ ଧାତୁର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।

ମାଟିର କଇଞ୍ଛ ଘରେ ରଖିବା ଦ୍ଵାରା ପରିବାରର ସମସ୍ତ ସଦସ୍ୟଙ୍କର ସ୍ଵାସ୍ଥ ଅବସ୍ତା ଭଲ ରହିଥାଏ । ନୂଆ କାର୍ଯ୍ୟପନ୍ଥା ଆରମ୍ଭ କରୁଥିଲେ । କାର୍ଯ୍ୟକ୍ଷେତ୍ରରେ ରୂପାର କଇଁଛକୁ ରୂପାର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ଆରମ୍ଭ କରୁଥିବା କାର୍ଯ୍ୟ ବହୁତ ଶୀଘ୍ର ସଫଳତା ହାସଲ କରିଥାଏ ।

ପିତ୍ତଳର କଇଞ୍ଛକୁ ପିତ୍ତଳର ପାତ୍ରରେ ପାଣି ଦେଇ ଘରେ ରଖିବା ଦ୍ଵାରା ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀ ମାନଙ୍କର ପରୀକ୍ଷା ଭଲ ହେବା ସହ ଉତ୍ତମ ଫଳ ମିଳିଥାଏ । ଘରେ ଯୋଡା କଇଞ୍ଛା ରଖିବା ଦ୍ଵାରା ଘରର କଳହ ଦୂର ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *