କେଉଁ ଦିନ ତୁଳସୀ ଗଛରେ କ୍ଷୀର ଢାଳିଲେ ରୋଜଗାର ପ୍ରାପ୍ତି ହୁଏ ? ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ପରିବାର ସହିତ ଖୁସିରେ ବସବାସ କରିବାକୁ ଚାହୁଁଥିଲେ । ବାସ୍ତୁ ଶାସ୍ତ୍ରରେ ଲିପିବଦ୍ଧ କେତେକ ନିୟମର ଉଚିତ ପାଳନ କରିବା ଦ୍ଵାରା ହିଁ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ତେଣୁ ଆଜି ଆପଣ ମାନେ କେତେକ ବାସ୍ତୁ ସମ୍ବଦ୍ଧୀୟ ନୀତି ନିୟମ ତଥ୍ୟ ଗୁଡିକୁ ଜାଣିବାକୁ ପାଇବେ । ଘରର ମୁଖ୍ୟ ଦ୍ଵାର ସାମ୍ନାରେ ସ୍ଵସ୍ତିକ ଚିହ୍ନ ଆଂକିବା ନିହାତି ଦରକାର ।

କାରଣ ଏହି ଚିହ୍ନ ଘରେ ଆଙ୍କିବା ଦ୍ଵାରା ଘରକୁ କୌଣସି ପ୍ରକାର ଖରାପ ଶକ୍ତିର ପ୍ରବେଶ ହୋଇପାରିନଥାଏ । ଘରର ମୁଖ୍ୟ ଦ୍ଵାରର ଏକ ପାଖରେ ତୁଳସୀ ଗଛ ଓ ଅନ୍ୟ ପାଖରେ କଦଳୀ ଗଛ ରଖିବା ଦ୍ଵାରା ଘରର ବହୁ ବିଦ୍ଧ ଉନ୍ନତି ସାଧିତ ହୋଇଥାଏ । ଘରେ କେବେ ଭାଙ୍ଗିଯାଇଥିବା ବାସନ ବା ଖଟ ରଖିବା ଉଚିତ ନୁହେଁ । ଏହା ରଖିବା ଦ୍ଵାରା ଘରର କେବେ ମଧ୍ୟ ଉନ୍ନତି ହୋଇପାରିନଥାଏ ।

ଘରର ଅଗ୍ନୀ କୋଣରେ ବଲ୍ବଟି ଜଳାଇବା ଉଚିତ । ଯାହା ଦ୍ଵାରା ଘରେ ଥିବା ବାସ୍ତୁ ଦୋଷ କଟି ଯାଇଥାଏ । ଘରେ ଶଙ୍ଖ ରଖି ସେହି ଶଙ୍ଖକୁ ୩ ଥର ପୂର୍ଣ୍ଣ ଓ ଆଉ ଥରେ ଅଧା ବା ସାଢେ ୩ ଥର ବଜାଇବା ଘର ପାଇଁ ଅତ୍ୟନ୍ତ ମଙ୍ଗଳ ହୋଇଥାଏ । ଘରର ମୁଖ୍ୟ ଦ୍ଵାର ପାଖରେ ୨ ଟି ଗଣେଶ ଏପରି ରଖିବା ଉଚିତ ।

ଯେପରି ୨ ଟି ଗଣେଶଙ୍କ ପିଠି ଯୋଡି ହୋଇ ରହିବ । ଯାହା ଦ୍ଵାରା ଘରକୁ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ । ଘରର ଛାତ ଉପରେ ୫ ଟି ତୁଳସୀ ଗଛ ଲଗାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହିତ ଘର ଉପରେ ଘଡଘଡି ପଡିବାର ଆଶଙ୍କା ନଥାଏ । ଠାକୁର ଘରେ କୌଣସି ଦେବାଦେବୀଙ୍କର ୧ ରୁ ଅଧିକ ଫୋଟ ବା ମୂର୍ତ୍ତି ରଖିବା ଅନୁଚିତ । ନଚେତ ଘରେ ସବୁବେଳେ କଳହ ଦେଖା ଦେଇଥାଏ ।

ଘରର ଦର୍ପଣ ସବୁବେଳେ ଉତ୍ତର କିମ୍ବା ପୂର୍ବ କାନ୍ଥରେ ଲଗାନ୍ତୁ । ଯାହା ଦ୍ଵାରା ଘରେ ଦର୍ପଣକୁ ନେଇ କୌଣସି ଅନିଷ୍ଟ ଆସିବାର ସମ୍ଭାବନା ନଥାଏ । ଘରର ଐଶାନ୍ୟ କୋଣରେ କେବେ ମଧ୍ୟ ଗୃହପାଳିତ ପଶୁଙ୍କର ରହିବାର ବାସ ସ୍ଥାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ସବୁବେଳେ କିଛି ନା କିଛି କଥାକୁ ନେଇ ବାଦ ବିବାଦ ଲାଗିରହିଥାଏ ।

ଘରେ କୌଣସି ଖରାପ ହୋଇଯାଇଥିବା ଜନ୍ତ୍ର ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ସବୁବେଳେ ଅଶାନ୍ତି ଓ ରୋଗ ବେମାରୀ ଦେଖା ଦେଇଥାଏ । ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଢାଳିଲେ । ଆର୍ଥିକ ସ୍ଥିତି  ଭଲ ରହିଥାଏ । ଏହା ସହିତ ରୋଜଗାର କରିବାର ପନ୍ଥା ମିଳିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *