କେଉଁ ଚିହ୍ନ କବାଟରେ ଆଙ୍କିଲେ କଳି ଝଗଡ଼ା ଦୂର ହୁଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣଙ୍କୁ କିଛି ଚିହ୍ନ ଓ ସଙ୍କେତ ବିଷୟରେ କହିବି । ଆମେ ବହୁତ ସମୟରେ ଅଜଣା ରେ କରିଦେଇଥିବା କାମ ପରେ ଏହା ଆମ ପାଇଁ କ୍ଷତିକାରକ ହୋଇଥାଏ । ଆମେ ଆମ ନୀତି ଦିନ ଜୀବନରେ ଦିବସରୁ ଆରମ୍ଭ କରି ରାତ୍ରି ସମୟ ଭିତରେ ବହୁତ ଗୁଡାଏ କାମ କରିଥାଉ । କିନ୍ତୁ ଆଜି ଆପଣଙ୍କୁ କିଛି ଚିହ୍ନ ସମ୍ବନ୍ଧରେ କହିବି ଯାହାକୁ ଆପଣ କରନ୍ତୁ ନାହିଁ ।

ଯଦି ଆପଣ ଏହାକୁ ପାଳନ କରନ୍ତି ତେବେ ଅନେକ ସମସ୍ୟା ଦୂର ହୋଇଥାଏ ଏବଂ ଜୀବନରେ ଖୁସି , ସୁଖ , ସମବୃଦ୍ଧି ଆସିଥାଏ। ବସିଲା ବେଳେ ବା ଶୋଇଲା ବେଳେ କେବେ ବି ଗୋଡ ଉପରେ ଗୋଡ ରଖିବା ଉଚିତ୍ ନୁହେଁ । ଏହା ଯୋଗୁ ଧନ ଏବଂ ଆୟୁ କମ ହୋଇଥାଏ । ଆପଣ କେବେ ବି ଦୁଇ ହାତରେ ମୁଣ୍ଡ କୁ କୁଣ୍ଡେଇବେ ନାହିଁ ଏହା ଦ୍ଵାରା ପଶୁ ଗୁଣ ବୃଦ୍ଧି ହୋଇଥାଏ । ଶୋଇବା ବା ସ୍ନାନ କରିବା ସମୟରେ ନିବସ୍ତ୍ର ହୋଇକରିବା ଠିକ୍ ନୁହେ , ଏହା ଦ୍ଵାରା  ଧନ ହାନି ଓ ପାରିବାରିକ ସମସ୍ୟା ଦେଖାଯାଇଥାଏ ।

ମୁଣ୍ଡରେ ତେଲ ଲଗେଇଲ ପରେ ବଳି ଥିବା ତେଲ ଦହରେ ଲଗେଇବା ଉଚିତ୍ ନୁହେଁ , ଏହା ଦ୍ଵାରା ଶରୀର ଅସୁସ୍ଥ ହୋଇଥାଏ । ଦିନ ବେଳେ କେବେ ବି ଶୋଇବା ଉଚିତ୍ ହୋଇ ନଥାଏ । ଏହା ଦ୍ଵାରା  ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଘରେ ଗଙ୍ଗା ଜଳ ରଖୁଥିବା ସ୍ଥାନ ସଫା ସୁତୁରା ରଖିବା ସହିତ ସବୁ ଦିନ ଗଙ୍ଗା ଜଳ ପିଇବା ଦ୍ଵାରା ଆମ ଶରୀର ନିରୋଗ ରହିଥାଏ । ଘରେ ରଖୁଥିବା ଗଙ୍ଗା ଜଳ ପାତ୍ର ଚାନ୍ଦିର ହେବ ଉଚିତ୍ ।

ଏହା ଦ୍ଵାରା ଧନ , ସୁଖ , ସମବୃଦ୍ଧି ଲାଭ ହୋଇଥାଏ । ସବୁ ସୋମବାର ଦିନ ଗଙ୍ଗା ଜଳରେ ମହାଦେବଙ୍କୁ ଅଭିଷେକ କରିବା ଦ୍ଵାରା ମନ କାମନା ପୁରା ହୋଇଥାଏ । ଘରକୁ ସଫା କରିବା ପରେ ଗଙ୍ଗା ଜଳକୁ ଘରର ସବୁ କଠୋରୀରେ ଛିଞ୍ଚଣ କଲେ ଶାନ୍ତି ମିଳିଥାଏ ଓ ଘରେ ଥିବା ନାକାରାତ୍ମକ ଶକ୍ତି ର ପ୍ରଭାବ ଦୂର ହୋଇଥାଏ ।

ମାନ୍ୟତା ଅନୁସାରେ ଗଙ୍ଗା ଜଳ ପାନ କରିବା ଦ୍ଵାରା ନୁମିନିଆ ଭଳି ରୋଗ ରୁ ମୁକ୍ତି ପାଇଥାଉ । ସବୁ ଦିନ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ , ଏହା ଦ୍ଵାରା ବୃଦ୍ଧି , ବିବେକ , ଚିନ୍ତା ଶକ୍ତି ,ସରକାରୀ ଚାକିରୀ ଆଦି ଲାଭ କରିଥାନ୍ତି ।  ରବିବାର ଦିନ ତେଲ ମସଲା ଖାଇବା ଅନୁଚିତ ଓ ରବିବାର ଦିନ ମଦ୍ୟପାନ , ମାଂସ ଖାଇବା ଦ୍ଵାରା ଅତ୍ୟନ୍ତ ଅମଙ୍ଗଳ ହୋଇଥାଏ । ରବିବାର ଦିନ ଦୀନ ଦରିଦ୍ରକୁ ସାହାଯ୍ୟ କରିବା ଦ୍ଵାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ସମସ୍ତ ମନ କାମନାକୁ ପୂରଣ କରିଥାନ୍ତି ।

ଘରେ ସୋରିଷ ତେଳ ପକେଇ ଦୀପ ଜାଳିଲେ ଅଶୁଭ ଦୂର ହୋଇ ଶୁଭ ପ୍ରକାଶିତ ହୋଇଥାଏ ।  ଗୋଟିଏ ଡବାରେ ଲୁଣ ପକେଇ ଯେକୋଣସି କଠୋରୀରେ ରଖନ୍ତୁ , ଏହା ଦ୍ଵାରା ସାକାରାତ୍ମକ ଶକ୍ତି ର ପ୍ରଭାବ ବୃଦ୍ଧି ହୋଇଥାଏ । ସୂର୍ଯ୍ୟଙ୍କୁ ଅଜ୍ଞ  ଦେବା ସମୟରେ ଜଳରେ ଅଳ୍ପ ସିନ୍ଦୁର ଦେବା ଅତ୍ୟନ୍ତ ଶୁଭ ହୋଇଥାଏ । ରାତିରେ ଅନିଦ୍ରା ହେଲେ ବା ଯେତେ ଦରକାର ସେତେ ନିଦ ନ ହେଲେ ପେଟରେ ଅଲଶର ରୋଗ ଦେଖାଯାଇଥାଏ ।

ଘରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳି ଝଗଡା ହୋଇଥାଏ , ତେବେ ଘରର କବାଟରେ ଓମ ଚିହ୍ନ ଆଙ୍କିବା ଦ୍ଵାରା ଝଗଡା ଦୂର ହୋଇଥାଏ ।  ଯିଏ ସକାଳ ତିନିରୁ ଚାରିଟା ଭିତରେ ଉଠି ଥାଆନ୍ତି ସେମାନଙ୍କର ସର୍ବାଙ୍ଗ ଉନତି ହୋଇଥାଏ । ଏହି ପୋଷ୍ଟ ଆପଣଙ୍କୁ ଭଲ ଲାଗିଥାଏ , ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *