କେଶ ଝଡିବା ସମସ୍ୟା ! ଜାଣନ୍ତୁ କାରଣ ଓ ନିରାକରଣ, ଦେଖନ୍ତୁ ଏ ନେଇ କଣ କୁହନ୍ତି Dermatologist Dr Manas Ranjan Puhan

ବର୍ତ୍ତମାନ ସମୟରେ କେଶ ଝଡିବା ଏକ ପ୍ରମୁଖ ସମସ୍ଯା ଭାବେ ଦେଖା ଦେଉଛି । ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡୁଛନ୍ତି । ବିଭିନ୍ନ ପ୍ରକାରର ଘରୋଇ ଉପଚାର ଏବ॰ ଅନ୍ଧବିଶ୍ଵାସକୁ ମଧ୍ୟ ଅପଣାଉଛନ୍ତି । କେଶ ଝାଡିବାର ନିରାକରଣ ପାଇଁ ପ୍ରଥମେ ଏହାର କାରଣ ଜାଣିବାକୁ ପଡିବ । ତାହା ସହ କିପରି କେଶର ଯତ୍ନ ନେବା ଉଚିତ୍ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍ । କେଶ ଝଡିବା ସମସ୍ଯା ସାଧାରଣତଃ ସବୁ ବୟସରେ ଦେଖିବାକୁ ମିଳିଥାଏ, କିନ୍ତୁ ଏହାର କାରଣ ଭିନ୍ନଭିନ୍ନ ପ୍ରକାରର ହୋଇଥାଏ ।

ଅତ୍ୟଧିକ ମାନସିକ ଚିନ୍ତା ଏହାର ଏକ ପ୍ରମୁଖ କାରଣ, ତାହା ବ୍ଯତୀତ ଗ୍ୟାଷ୍ଟିକ ସମସ୍ଯା କିମ୍ବା କୌଣସି ଶାରୀରିକ ରୋଗ ଯେପରିକି ମ୍ୟାଲେରିଆ, ଟାଇଫଡ କିମ୍ବା କ୍ୟାନ୍ସର ଥେରପି ଏହି ସବୁ ମଧ୍ୟ କେଶ ଝଡିବାର କାରଣ ହୋଇପାରେ । ଏହା ଛଡା ଶରୀରରେ ନିଉଟ୍ରିସନ ର ଅଭାବ, ଅର୍ଥାତ ଉପଯୁକ୍ତ ଖାଦ୍ଯର ଅଭାବ ଯେପରି ସବୁଜ ପନିପରିବା ନ ଖାଇବା ଅତ୍ୟାଧିକ ଜଙ୍କଫୁଡ ଓ ଫାଷ୍ଟଫୁଡ ର ସେବନ, ମଇଦା ରେ ପ୍ରସ୍ତୁତ ଖାଦ୍ଯ ମଧ୍ୟ ବାଳ ଝାଡିବାର କାରଣ ହୋଇଥାଏ ।

ସମୟାନୁସାରେ ବଢୁଥିବା ବୟସ ମଧ୍ୟ କେଶ ଝଡିବାର ଏକ କାରଣ ଅଟେ କିନ୍ତୁ ଏହା ଆଗରୁ ଯାହା ୩୦ ରୁ ୪୦ବର୍ଷ ରେ ଦେଖା ଦିଏ ଆଜିକାଲି ତାହା ୧୫ ରୁ ୨୦ ବର୍ଷ ରୁ ହିଁ ଦେଖାଦଉଛି । ବନ୍ଧୁଗଣ କିଛି ଲୋକଙ୍କର ଚିନ୍ତାଧାରା ଥାଏ କି ଅତ୍ୟଧିକ କେଶରେ ସାମ୍ପୁର ବ୍ୟବହାର ଦ୍ଵାରା କେଶ ଝଡିବା ଦେଖାଦିଏ, କିନ୍ତୁ ବାସ୍ତବରେ ଅତ୍ୟଧିକ ସାମ୍ପୁ ଦ୍ଵାରା କେଶ ଝଡିନଥାଏ ବିର॰ଏହାଦ୍ବାରା କେଶ ଦୁର୍ବଳ ହୋଇଯାଏ ଓ ଛିଣ୍ଡିବା ଆରମ୍ଭ ହୋଇଯାଏ ।

କିଛିଲୋଙ୍କ ଚିନ୍ତାଧାରା ଥାଏ ମୁଣ୍ଡରେ ପିଆଜ କିମ୍ବା ମନ୍ଦର ଫୁଲ ଘସିଲେ, ଦହି, ଅଣ୍ଡା, କଦଳୀ, ଲେମ୍ବୁ ଆଦି ଲଗାଇବା ଦ୍ଵାରା କେଶ ଝଡିବା ବନ୍ଦ ହୋଇଯାଏ । ବାସ୍ତବରେ ଏପରି କିଛି ହୋଇନଥାଏ, କିନ୍ତୁ ଏହାଦ୍ବାରା କେଶ କୁ ପୋଷଣ ମିଳିଥାଏ । ଯାହାଦ୍ୱାରା କି ବାଳ ସୁସ୍ଥ ଓ ମଜବୁତ ରହିବା ସହ କେଶ ଉଜ୍ଜ୍ଵଳ ମାନ ଦେଖାଯାଏ ।

ଯଦି ଆପଣ କେଶ ଝଡିବା ସମସ୍ୟାରେ ଚିନ୍ତିତ, ତେବେ ଘରୋଇ ଉପଚାର କରିବା ପୂର୍ବରୁ ପ୍ରଥମେ ନିକଟସ୍ଥ କୌଣସି ଡର୍ମାଟୋଲୋଜିସ୍ଟ ଙ୍କ ପାଖକୁ ଯାଇ ଡାଃ. ଙ୍କର ପରାମର୍ଶ ନିଅନ୍ତୁ । ସାଧାରଣତଃ ଦିନକୁ ୨୦ ରୁ ୩୦ ଟି କରି ଯଦି କେଶ ଝଡେ, ତେବେ ଏହା ଏକ ସାଧାରଣ କଥା ହୋଇଥାଏ । ଯଦି ଦୀର୍ଘଦିନ ଧରି ୧୦୦ ରୁ ଅଧିକ ମାତ୍ରାରେ କେଶ ଝଡୁଛି ତେବ ଏହା ଏକ ଚିନ୍ତାର ସମସ୍ଯା ।

ଅଧିକ ଚିନ୍ତା କରିବା ପ୍ରତ୍ଯେକ କଥାରେ ସ୍ଟ୍ରେସ ନେବା ତଥା ଆଧୁନିକ ଉପକରଣ ମାନ ର କେଶ ରେ ପ୍ରୟୋଗ କେଶ ଝଡିବାର ଏକ ବିଶେଷ କାରଣ ହୋଇଥାଏ । ସେଥିପାଇଁ ଦୈନନ୍ଦିନ ଜୀବନଶୈଳୀ ରେ ଧ୍ୟାନ ଦେବା ସହ ସୁଷମ ଖାଦ୍ଯ ମଧ୍ୟ ଖାଇବା ଉଚିତ୍ । ଯାହା ଦ୍ଵାରା ଶରୀର ସହ କେଶ ମଧ୍ୟ ସୁସ୍ଥ ରହିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *