Study Tips- କେମିତି ପଢିଲେ ମନେ ରହିବ ସବୁ ପାଠ ! ଜାଣନ୍ତୁ ମନେ ରଖିବାର Smart Tricks

ବନ୍ଧୁଗଣ ମନେ ରଖିବା ଗୋଟେ ସମସ୍ଯା ହୋଇ ଗଲାଣି । ପିଲା ମାନେ ବସୁଛନ୍ତି ପଢୁଛନ୍ତି କିନ୍ତୁ ମନେ ରହୁ ନାହି । ଘଣ୍ଟା ଘଣ୍ଟା ପ୍ରସ୍ତୁତି କରୁଛନ୍ତି କିନ୍ତୁ ମନେ ରହୁ ନାହି । କଣ ପାଇଁ ଏହାର କାରଣ ହୋଇପାରେ । ଏହା ଆଜିକାଲିର ଗୋଟେ ବଡ ସମସ୍ଯା ହୋଇ ଗଲାଣି । ମନେ ରଖିବାର ଟ୍ରିକ୍ସ କଣ ରହିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । 1- କେଉଁ ସମୟରେ ପଢିବି : ପ୍ରଥମେ ପିଲା ମାନେ କେଉଁ ସମୟରେ ପାଠ ପଢିବେ ତାହା ବାଛିବା ଉଚିତ ।

ସେହି ସମୟଟି ହେଉଛି ଯେତେବେଳେ ସେମାନେ ନିଦରୁ ଉଠୁଥିବେ । ନିଦାରୁ ଉଠିଥିବେ ମାନେ 5ରୁ 6 ଘଣ୍ଟା ଶୋଇବା ପରେ । ସେତେବେଳେ ମନ ପୁରା ସାନ୍ତ ଥିବ ଆଉ ସେହି ସମୟରେ ଯେଉଁ ପାଠ ପଢିବ ତାହା ମନେ ରହିବ । ପୃଥିବୀରେ ଯେଉଁ ମହାପୁରୁଷ ହୋଇଛନ୍ତି ସେମାନେ ଏହି ସମୟକୁ ଚୁଜ କରିଛନ୍ତି ।

2- ପଢିବା ଆଗରୁ ଧ୍ୟାନ କର : ପଢିବା ଆଗରୁ ଆଖି ବନ୍ଦ କରି ଟିକେ ଧ୍ୟାନ ରଖିବା ଉଚିତ । ନିଜକୁ ଧ୍ୟାନରେ ରଖିକି ଟିକେ ଭାବ ଓ ନିଜର ମନକୁ ନିୟନ୍ତ୍ରଣ ରଖନ୍ତୁ । ଆଉ ସଂକଳ୍ପ ନେବେ ପଢିବା ସମୟରେ ପୁରା ଫୋକସ କରିବା ଉଚିତ ।

3- ଟପିକ ର ଭିଡିଓ ଦେଖ : ଯଦି ପିଲାମାନେ କେଉଁ ବିଷୟକୁ ବୁଝିପାରୁ ନାହାନ୍ତି ବା ମନେ ରହୁ ନାହି ତେବେ ତାର ଭିଡିଓ ୟୂଟ୍ଯୂବ ରେ ଦେଖିବା ଉଚିତ । ଭିଡିଓ କୁ ସର୍ଚ କରି ତାହା ଦେଖ । ଏହା ଦ୍ଵାରା ପଞ୍ଚେନ୍ଦ୍ରିୟ ଆକ୍ଟିଭ ହେବ । ଭିଡିଓ ଦେଖିଲେ ଆଖି, କାନ ସବୁ କାମ କରିବ । ଯାହା ଫଳରେ ସେହି ବିଷୟ ଟି ମନେ ରହିବ ।

4- ଗ୍ଯାପ ଗ୍ଯାପ ଦେଇ ପଢ : ପିଲା ମାନେ ପଢିବା ସମୟରେ ଯଦି 45 ମିନିଟ ପଢୁଛନ୍ତି ତେବେ 5 ମିନିଟ ଗ୍ଯାପ ଦେବା ଉଚିତ । ଟିକେ ବୁଲି ଆସି ତା ପରେ ପଢିବା ଉଚିତ । ପୁରା ଲଗାତାର ଅନବରତ ପଢିଲେ କିଛି ବି ପାଠ ମନେ ରହିବା ନାହି । ଗ୍ୟାପ ଗ୍ଯାପ ଦେଇ ପଢିଲେ ନିଶ୍ଚୟ ପାଠ ମନେ ରହିବ ।

5- ଲେଖି ଲେଖି ପଢ : ପିଲା ମାନେ ଯାହା ପଢୁଛ ତାକୁ ଲେଖିବା ଉଚିତ । ଯଦି ଲଙ୍ଗ ପ୍ରଶ୍ନ ବା 3 ମାର୍କ ର ପ୍ରଶ୍ନ ପଢୁଛ ଏବେ ତାହାକୁ ଖାତାରେ ଲେଖ । ଏହା ଦ୍ଵାରା ଆତ୍ମବିଶ୍ଵାସ ଆସିବ କି ସେହି ପ୍ରଶ୍ନଟି ମନେ ରହିଗଲା ।

6- ସ୍କେଲଟନ ନୋଟ କର : ପିଲା ମାନେ ଯାହା ପଢୁଛନ୍ତି ତାହାର ଗୋଟେ ପଏଣ୍ଟ ନୋଟ କରିବା ଉଚିତ । ଲଙ୍ଗ ପ୍ରଶ୍ନ ପଢୁଥିଲେ ତାହାର ମେନ ପଏଣ୍ଟ ନୋଟ କର । ସେହି ପଏଣ୍ଟକୁ ଭାଗ ଭାଗ କରି ମନେ ରଖ ।

7- ଯାହା ପଢିଲ ତାକୁ କୁହ : ପିଲାମାନେ ଯାହା ପଢୁଛନ୍ତି ତାହା ଅନ୍ୟ ଆଗରେ କୁହ । ଏହା ଦ୍ଵାରା ପାଠ ମନେ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *