କେହି ତୁମର କିଛି ବି କରି ପାରିବେ ନାହିଁ ବାସ ମନେ ରଖନ୍ତୁ ଏହି 5 Chanakya Niti

ନମସ୍କାର ବନ୍ଧୁଗଣ, ମଣିଷ ନିଜ ଜୀବନରେ ଆଗକୁ ବଢିବା ପାଇଁ ଚାଣକ୍ୟ ତାଙ୍କ ନୀତିରେ ଅନେକ କଥାର ସନ୍ଦେଶ ପ୍ରଦାନ କରିଛନ୍ତି ମାନବ ଜାତି ପାଇଁ । ଯଦି ଗୋଟିଏ ମଣିଷ ଚାଣକ୍ୟ ନୀତି ଅନୁଯାୟୀ ନିଜକୁ ପରିଚାଳିତ କରିଥାଏ ତେବେ ସେହି ମଣିଷ ଜୀବନରେ କେବେ ମଧ୍ୟ କୌଣସି ଅସୁବିଧା ଅସିନଥାଏ । ତେଣୁ ଆକି ଆଜି ଆମେ ଆପଣମାନଙ୍କୁ ଚାଣକ୍ୟଙ୍କର କିଛି ନୀତି ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ଯାହାର ପାଳନ ଦ୍ଵାରା ଆପଣଙ୍କର କେହି ମଧ୍ୟ କିଛି କ୍ଷତି କରିପାରନ୍ତି ନାହିଁ ।

ପ୍ରଥମ: ଚାଣକ୍ୟ କହିଛନ୍ତି ବୁଦ୍ଧିମାନ ମଣିଷ କେବେ ମଧ୍ୟ ନିଜର ଧନ ହାନି, ମନର କଷ୍ଟ, ଘରଣୀଙ୍କ ଚରିତ୍ର, ନିଜର ହୋଇଥିବା ଅପମାନ ସମ୍ପର୍କରେ ଅନ୍ୟ ମାନଙ୍କ ସାମ୍ନାରେ କହିନଥାଏ । ଦିତୀୟ: ଧନ ଏବଂ ଅନ୍ନର ବ୍ୟାପାର , ବିଦ୍ୟା ଗ୍ରହଣ, ଭୋଜନ କରିବା ସମୟରେ ତଥା ଅନ୍ୟ କୌଣସି କଥାରେ ଯଦି ସଙ୍କୋଚ କରିବ ନାହିଁ ତେବେ ସେହି ମଣିଷ ସୁଖରେ ରହିଥାଏ ।

ତୃତୀୟ: ନିଜ ସ୍ତ୍ରୀ, ଭୋଜନ ଏବଂ ନିଜ ପାଖରେ ଥିବା ଧନକୁ ନେଇ ସନ୍ତୋଷ ରହିବା ଆବଶ୍ୟକ । ବିଦ୍ୟା ଗ୍ରହଣ କରିବା ଏବଂ ଦାନ ଧର୍ମ ଦେଇ ନିଜକୁ ସନ୍ତୋଷ ମନେ କରିବା ଉଚିତ ନୁହେଁ । କାରଣ ସେଥିପାଇଁ ଆପଣଙ୍କ ଦ୍ଵାର ସର୍ବଦା ଖୋଲା ରହିବା ଦରକାର । ଚତୁର୍ଥ: ଅଗ୍ନି, ଗୁରୁ ବାଳକ, କିନ୍ନର, କୁଆଁରୀ ଝିଅ ଏବଂ ବୃଦ୍ଧ ମଣିଷଙ୍କୁ କେବେ ମଧ୍ୟ ପାଦରୁ ଛୁଇଁବା ଉଚିତ ନୁହେଁ ।

ପଞ୍ଚମ: ନିଜ ଠାରୁ ଅଧିକ ଶକ୍ତିଶାଳୀ ଥିବା ଶତ୍ରୁକୁ ତା ଅନୁଯାୟୀ ଚାଲି, ଦୁର୍ବଳ ଥିବା ଶତ୍ରୁ ଉପରେ ନିଜର ପ୍ରଭାବ ପକାଇ ଏବଂ ସମକକ୍ଷ ଥିବା ଶତ୍ରୁ ଉପରେ ନିଜର ଶକ୍ତି ଏବଂ ବିନମ୍ର ଭାବ ଅନୁଯାୟୀ ଜିତିବା ଉଚିତ ହୋଇଥାଏ । ଷଷ୍ଠ: ଦୁନିଆରେ ଅତ୍ୟଧିକ ସରଳ ହେବା ଉଚିତ ନୁହେଁ । କାରଣ ଆପଣଙ୍କ ସରଳତା ହିଁ ଆପଣଙ୍କୁ ଅସୁବିଧାରେ ପକାଇଥାଏ ।

ସପ୍ତମ: ଆପଣ ଅର୍ଜନ କରୁଥିବା ଧନକୁ ବ୍ୟୟ କରିବା ଏବଂ ଦାନ କରିବା ସେହି ଧନର ରକ୍ଷା ଅଟେ । ଯେମିତି କି ନଦୀର ପାଣି ବହୁଥିବା ହିଁ ଉତ୍ତମ ହୋଇଥାଏ । ନଚେତ ଅତ୍ୟଧିକ ହେଲେ ତାହା ଉଛୁଳି ବନ୍ୟାର ରୂପ ନେଇଥାଏ । ଅଷ୍ଟମ: ବିନା ଯଜ୍ଞରେ ବେଦ ପଢିବା ବ୍ୟର୍ଥ ହୋଇଥାଏ । ବିନା ଦାନରେ ମଧ୍ୟ ଯଜ୍ଞ କରିବା ବ୍ୟର୍ଥ ଅଟେ । ବିନା ଭାବରେ ମଧ୍ୟ କୌଣସି କଥାରେ ସିଦ୍ଧି ପ୍ରାପ୍ତ ହୋଇନଥାଏ । ତେଣୁ ଏହି ସବୁରେ ସବୁଠାରୁ ପ୍ରଧାନ ହୋଇଥାଏ ପ୍ରେମ ତଥା ଭଲପାଇବାର ଭାବନା ।

ନବମ: ମୂର୍ଖ ବ୍ୟକ୍ତି ବଡ ପରିବାରରେ ଜନ୍ମ ହେଲେ ମଧ୍ୟ ସମ୍ମାନ ପାଇନଥାନ୍ତି । କିନ୍ତୁ ନିଚ୍ଚ ପରିବାରର ବ୍ୟକ୍ତି ବିଦ୍ଵାନ ହେବା ଦ୍ଵାରା ସମ୍ମାନିତ ହୋଇଥାଏ । ତେଣୁ ସମ୍ମାନ ପାଇବା ପାଇଁ ଜାତି ପଇସା ବଡ ହୋଇନଥାଏ ବରଂ ବିଦ୍ୟା ବଡ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *