କେବଳ ପ୍ରତିଦିନ ଖାଆନ୍ତୁ ଏହାକୁ ଗୋଟିଏ ଚାମଚ…ଆଉ ତା’ପରେ ଦେଖନ୍ତୁ ଚମତ୍କାର (Magical Seeds For Weight Loss)

ନମସ୍କାର ବନ୍ଧୁଗଣ, ଓଜନ କମାଇବା ସମସ୍ୟା ବୋଧ ହୁଏ ଏକ ବଡ ସମସ୍ୟା ଯେଉଁଥି ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏବଂ ଭୋକ ଉପାସରେ ରହିବାକୁ ମଧ୍ୟ ପଡିଥାଏ । ଏହାପରେ ମଧ୍ୟ କୌଣସି ଫାଇଦା ମିଳିନଥାଏ ଆଉ ଓଜନ ବଢିବା ସହ ଆପଣଙ୍କ ଚିନ୍ତା ମଧ୍ୟ ବଢିଥାଏ । କିନ୍ତୁ ଆଜି ଆପଣଙ୍କ ଚିନ୍ତା ଦୂର ହେବ କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ଅଳସି ମଞ୍ଜୀର ସେବନ କରି ଖୁବ ସହଜରେ ନିଜ ଫିଗରକୁ ମେଣ୍ଟେନ କରିପାରିବେ । ତେବେ ଆସନ୍ତୁ ଜାଣିବା ।

ଆପଣ ନିଜର ଓଜନ କମାଇବା ପାଇଁ ଅଳସି ମଞ୍ଜିକୁ କଡେଇରେ ହାଲକା ଭାଜି ନିଅନ୍ତୁ । ଭଜିବା ବେଳେ ଆପଣଙ୍କୁ ଏଥିରେ ତେଲ ପକାଇବାର କୌଣସି ଆବଶ୍ୟକତା ନାହିଁ । ଆପଣ ସିଧା ସଳଖ ମଞ୍ଜିକୁ ଖାଇବା ଅନୁଚିତ । ଆପଣଙ୍କୁ ନିଜର ଓଜନ କମାଇବା ପାଇଁ ଭଲ ରେଜଲ୍ଟ ପାଇବା ପାଇଁ ଏହାର ପାଉଡର ପ୍ରସ୍ତୁତ କରି ଏହାକୁ ପାଉଡର ଫର୍ମରେ ଖାଇବା ଆବଶ୍ୟକ ।

ଗୋଟିଏ ବଡ ଚାମଚ ପ୍ରତ୍ୟକ ଦିନ ଆପଣଙ୍କ ପାଇଁ ଢେର ହୋଇଥାଏ ଓଜନ କମାଇବା ପାଇଁ । ଯଦି ଆପଣ ଚାହିଁବେ ତେବେ ଅଧା ଅଧା ଚାମଚ ଖାଇ ମଧ୍ୟ ଆରମ୍ଭ କରିପାରିବେ । ଆପଣଙ୍କୁ ପ୍ରତ୍ୟକ ଦିନ ଗୋଟିଏ ଚାମଚ ଅଳସି ମଞ୍ଜୀର ପାଉଡର ଖାଇବା ଉଚିତ । ଯଦି ଶିତ ଦିନ ହୋଇଥିବ ତେବେ ଆପଣ ଦୁଇ ଚାମଚ ଖାଇପାରିବେ ।

ଆପଣ ସକାଳୁ ସକାଳୁ ଖାଲି ପେଟରେ ନେବା ଦରକାର । ଆପଣ ଏକ ଗ୍ଳାସ ଗରମ ପାଣିରେ ଏକ ଚାମଚ ଅଳସି ମଞ୍ଜୀର ପାଉଡରକୁ ମିଶାଇ ସେବନ କରନ୍ତୁ । ଏହାକୁ ଗୋଳାଇ ସାରିବା ପରେ ଅଧିକ ସମୟ ନ ରଖି ତାହାକୁ ସଙ୍ଗେ ସଙ୍ଗେ ସେବନ କରିଦେବା ଉଚିତ । ନଚେତ ଏହା ଫୁଲିଯିବ ଆଉ ଜେଲିଭଳି ହୋଇଯିବ ।

ଅଳସି ମଞ୍ଜିରେ ଗ୍ଳୁଟାମିନ ଏବଂ ଆର୍ଜିନୀନ ନାମକ ଆମିନୋଏସିଡ ମିଳିଥାଏ । ଯାହା ଆପଣଙ୍କ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିଥାଏ । ଯଦି ଆପଣ ଏହାକୁ ସକାଳୁ ଗରମ ପାଣିରେ ନେବାକୁ ଚାହୁଁନାହାନ୍ତି ତେବେ ଆପଣ ଦିନରେ ଯେକୌଣସି ସମୟରେ ଏକ ଛୋଟ ଗିନା ଦହିରେ ମିଶାଇ ନେଇପାରିବେ ।

ଆପଣ ଅଳସି ମଞ୍ଜି ଯଦି ନେଉଛନ୍ତି ତେବେ ଆପଣଙ୍କୁ ଧ୍ୟାନ ରଖିବା ଜରୁରୀ କି ଆପଣଙ୍କୁ ଦିନକୁ ନିହାତି ଭାବରେ 4 ରୁ 5 ଲିଟର ପାଣି ପିଇବା ଆବଶ୍ୟକ ହୋଇଥାଏ । ଥାଇରଏଡ, ଗ୍ୟାସ ସମସ୍ୟା ଏବଂ ଗର୍ଭବତୀ ମହିଳା ମାନେ ଅଳସି ମଞ୍ଜି ଖାଇବା ଅନୁଚିତ । ଆପଣ ଅଳସି ମଞ୍ଜି ସହିତ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡିବ ।

ଏବଂ ଯେଉଁ ବାହାର ଖାଦ୍ୟ ସବୁ ଖାଉଛନ୍ତି ତାହାକୁ ଭୁଲିବାକୁ ପଡିବ । ତେବେ ଯାଇ ଆପଣ ନିଜର ଓଜନକୁ ଫଟାକ ସେ କମାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *