କେବଳ 5 ମିନିଟ ରେ ମୂଷା, ମାଛି, ମଶା ଓ ଅସରପାଙ୍କୁ ଘରୁ ତଡିବାର ସବୁଠୁ ସହଜ ଉପାୟ, ଆଗରୁ କେବେ ବି ଜାଣି ନଥିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୂଚନା ପ୍ରାୟତଃ ଘରେ ମୂଷା, ମାଛି, ଅସରପା ମାନଙ୍କର ପାଦୁର୍ଭାବ ଦେଖିବାକୁ ମିଳିଥାଏ । ଯାହା ଘରର ଜିନିଷ ପତ୍ର ନଷ୍ଟ କରିବା ସହିତ ଘରର ପରିବେଶକୁ ଦୂଷିତ କରିଥାନ୍ତି । ତେଣୁ ଏମାନଙ୍କ ଘରୁ ତଡିବା ପାଇଁ ଆଜି ଏକ ଉପଚାର ପ୍ରସ୍ତୁତ କରିବା । ଏହି ଉପାୟ କରିବା ପରେ ମୂଷା, ମାଛି, ମଶା ଓ ଅସରପା ମାନେ ପଳାୟନ କରିବେ । ପ୍ରଥମେ ମୂଷାଙ୍କୁ ତଡିବା ପାଇଁ ଉପଚାର ପ୍ରସ୍ତୁତ କରିବା ।

ଏହି ଉପଚାର କରିବା ପାଇଁ ଆପଣଙ୍କୁ ୨ ଟି ସାମଗ୍ରୀର ଦରକାର ପଡିବ । ପ୍ରଥମଟି ହେଉଛି ତମ୍ବାଖୁ ଓ ନେଫଥିନ ବା ଫିନାଇଲ ଗୋଳି । ଫିନାଇଲ ଗୋଳିକୁ ବହୁତ ଲୋକ ପୋଷାକ ପତ୍ରରେ ରଖିବା ପାଇଁ ବ୍ୟବହାର କରିଥାନ୍ତି । ଏହାର ଗନ୍ଧ ବହୁତ ପ୍ରଖର ହୋଇଥିବା କାରଣରୁ ଏହାର ସମ୍ପର୍ଷରେ ଆସି ସେଠାରେ ରହି ପାରିନଥାନ୍ତି ।  ଆପଣ ୧ ପକେଟ ତମ୍ବାଖୁ ମାର୍କେଟରୁ କିଣିକି ଆଣିବେ ।

ପତଳା କପଡାରେ ସେହି ଜିନିଷକୁ ବାନ୍ଧି ରଖିବା ଦ୍ଵାରା ଏହାର ଗନ୍ଧ ବାହାରକୁ ଆସିପାରିବ । ଯାହାର ତେଜ ଗନ୍ଧରେ ମୂଷା ଘର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ତାପରେ ଘର ମଧ୍ୟକୁ ଯେଉଁ ସ୍ଥାନରୁ ମୂଷା ଆସୁଥିବେ । ସେହି ଜାଗାରେ ଏହି ବାନ୍ଧିଥିବା ପୁଟୁଳିକୁ ନେଇ ରଖିଦେବେ । ତାପରେ ଏହାର ଗନ୍ଧ ମୂଷା ଘରୁ ଅସ୍ତ ବ୍ୟସ୍ତ ହୋଇ ପଳାୟନ କରିବେ ।

ତାପରେ ଘରୁ ମଶା, ମାଛି ଅସରପାଙ୍କୁ ତଡିବା ପାଇଁ ଘରେ ଅନ୍ୟ ଏକ ଉପଚାର ବିଷୟରେ ଆଲୋଚନା କରିବା । ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ କର୍ପୁର, ନେଫଥିନ ବଲ ବା ଫିନାଇଲ ଗୋଳି, ର ଦରକାର ପଡିବ । ଆପଣ ପ୍ରଥମେ ଏକ ଛେଚା ହେବା ପତ୍ରରେ କିଛି କର୍ପୁର ସେଥିରେ ୧ ରୁ ୨ ଟି ଫିନାଇଲ ଗୋଳି ପକାଇଦେବେ । ତାପରେ ତାହାକୁ ଭଲ ଭାବରେ ଛେଚି ତାହାର ଗୁଣ୍ଡ ପ୍ରସ୍ତୁତ କରିଦେବେ ।

ତାପରେ ଏକ ବଡ ପାତ୍ରରେ ଦେଢ ଗ୍ଳାସ ପାଣି ରଖିବେ । ତାପରେ ସେଥିରେ ପ୍ରସ୍ତୁତ କରିଥିବା କର୍ପୁର ଓ ଫିନାଇଲ ଗୋଳିର ପାଉଡର ମିଶାଇବେ । ତାପରେ ସେହି ପାଣିରେ ୧ଚାମଚ  ଲୁଣ ମିଶାନ୍ତୁ । ତାପରେ ସେଥିରେ ୪ ରୁ ୫ ଚାମଚ ଭିନେଗାର ମିଶାନ୍ତୁ । ଭିନେଗାର ନଥିଲେ ଲେମ୍ବୁ ସେଥିରେ ମିଶାଇ ପାରିବେ । ୧ ଚାମଚ ବେକିଙ୍ଗ ସୋଡା ଓ ୧ ଠିପି ଡେଟୋଲ ମିଶାନ୍ତୁ ।

ତାପରେ ଏହାକୁ ଭଲ ଭାବରେ ଗୋଳି ଦିଅନ୍ତୁ । ତାପରେ ଏହି ପାଣିକୁ କୌଣସି ବୋତଲରେ ଷ୍ଟୋର କରି ରଖିଦିଅନ୍ତୁ । ତାପରେ ଯେଉଁ ଜାଗା ମାନଙ୍କରେ ମୂଷା, ମାଛି, ଅସରପା ଭଳି କିଛି କୀଟ ପତଙ୍ଗ ଆସୁଥିବେ । ସେହି ଜାଗାରେ ଏକ ତୁଳା ସାହାଜ୍ଯରେ ପାଣିରେ ତୁଳା ବୁଡାଇ ସେହି ଜାଗାରେ ରଖୀ ଦିଅନ୍ତୁ । ଏହାର ଅସହ୍ୟ ଗନ୍ଧରେ ସବୁ କୀଟ ପତଙ୍ଗ ଘରୁ ପଳାୟନ କରିବେ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *