Vastu Shastra- କଣ କଲେ ଘରେ ବାସ୍ତୁ ଦୋଷ ରହେ ନାହିଁ ? କିଛି ଜାଣିବା କଥା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର ଯଦି ସଠିକ ବାସ୍ତୁ ନିୟମ ଅନୁଯାଇ ହୋଇଥିବ । ତେବେ ଘରେ କୌଣସି ପ୍ରକାର ଅଭାବ ଅସୁବିଧା ଆସିନଥାଏ । ଏହା ସହିତ ଘରର ବହୁ ବିଦ୍ଧ ପ୍ରକାର ଉନ୍ନତି ହୋଇଥାଏ । ଯଦି ଘରେ କୌଣସି ପ୍ରକାର ବାସ୍ତୁ ଜନିତ ଦୋଷ ରହିଥାଏ । ତେବେ ଘର ପରିବାରରେ ବହୁତ ପ୍ରକାର ବାଧା ବିଘ୍ନ ଆସିଥାଏ । ଘର ସହିତ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିନଥାଏ ।

ତେବେ ଚାଲନ୍ତୁ ସେହିପରି କିଛି ବାସ୍ତୁ ସମ୍ବଦ୍ଧିତ କଥା ଆଲୋଚନା କରିବା । ଘର ଶୁଆ ଶାରୀ ପାଳିଲେ । ବହୁତ ମଙ୍ଗଳ ହୋଇଥାଏ । ଯେଉଁ ଘରେ ଉଭୟ ଶୁଆ ଓ ଶାରୀ ରଖାଯାଇଥାଏ । ଏହା ଛଡା ଯଦି ଘର ଉପରେ ଶୁଆ ଶାରୀ ଆସି ବସିଥାନ୍ତି । ତେବେ ଏହା ଶୁଭ ସୂଚକ ହୋଇଥାଏ ।  ଘରେ କ୍ଷୀର, ଦହି ଓ ଗୁଡ ରହିବା ଉଚିତ । ଏହା ଘର ପାଇଁ ମଙ୍ଗଳ ସଦୃଶ ହୋଇଥାଏ ।

ଯେତେ ପରିମାଣର ଗୁଡ, ଦହି ଓ କ୍ଷୀର ଯେତେ ମାତ୍ରାରେ ରହିବ । ତାହା ଘର ପାଇଁ ସର୍ବଶୁଭ ହୋଇଥାଏ । ଘରର ଉନ୍ନତିକୁ ଆହୁରି ବୃଦ୍ଧି କରିଥାଏ । ଯେଉଁ ଘରେ ସକାଳ ଓ ସନ୍ଧ୍ୟା ସମୟରେ ଠିକ ଭାବରେ ପୂଜା ପାଠ କରାଯାଇଥାଏ । ଏହା ସହିତ ଘରେ ଆଧ୍ୟାତ୍ମିକ ବହି ପଢା ତଥା ଭଜନ, କୀର୍ତ୍ତନ କରାଯାଇଥାଏ । ତେବେ ଏହା ଘର ପାଇଁ ବହୁତ ମଙ୍ଗଳମୟ ରହିଥାଏ ।

ଏପରି କରିବା ଦ୍ଵାରା କୌଣସି ପ୍ରକାର ବାସ୍ତୁ ଦୋଷ ଘରେ ରହିନଥାଏ । ଘରେ ସକାରାତ୍ମକ ଊର୍ଜାର ବିକାଶ ହୋଇ ଘର ପବିତ୍ର ହୋଇଯାଇଥାଏ । ଲୋକ ବସବାସ କରୁଥିବା ଘରେ କେବେବି ଛେଳି ପାଳିବା ଉଚିତ ନୁହେଁ । ଏହା ଘରର ଦରିଦ୍ରତାର କାରଣ ହୋଇଥାଏ । ଏହା ଘର ଧନ ନାଶ କରିଥାଏ। ଯେଉଁ ମାନେ ଛେଳି ରଖିବାକୁ ଚାହୁଁଥାନ୍ତି ।

ସେମାନେ ଘର ଠାରୁ ଛାଡି ଅନ୍ୟ ଘରେ ଛେଳି ରଖିପାରିବେ କିନ୍ତୁ ରହୁଥିବା ଘରେ ଛେଳି ରଖିବା ଅନୁଚିତ । ଯେଉଁ ମାନେ ନିଜର ପିଲାର ଉଜ୍ଜଳ ଭବିଷ୍ୟତ କାମନା କରୁଥିବେ । ପିଲାର ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବେ । ପିଲାକୁ ସର୍ବଦା ପୂର୍ବ ପଟକୁ ମୁଖ କରି ଶୁଆନ୍ତୁ ।

ଏହା ସହିତ ପିଲାର ମୁଣ୍ଡ ତଳେ ଦେବା ପାଇଁ ହଳଦିଆ ତକିଆର ବ୍ୟବହାର କରନ୍ତୁ । ଏହା ପିଲା ପାଇଁ ବହୁତ ମଙ୍ଗଳ ଦାୟକ ହୋଇଥାଏ । ଏହି ସବୁ ନୀତି ନିୟମ ମାନି ଚଳିବା ଦ୍ଵାରା ଘରେ ବହୁତ ପ୍ରକାର ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *