ଜୀବନରେ ଯଦି ଖୁସିରେ ରହିବାକୁ ଚାହାଁନ୍ତି ତ ଆଜି ହିଁ କାଉ ଠାରୁ ଶିଖି ନିଅନ୍ତୁ ଏହି 3 ଟି କଥା, ବଦଳିଯିବ ଜୀବନ (Motivational Story)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜୀବନରେ ଖୁସିରେ ରହିବାକୁ ଚାହୁଁଥିଲେ । ପ୍ରଥମେ ସେ ନିଜକୁ ଭଲ ପାଇବା ଉଚିତ । ନଚେତ ସେ ଯେତେ ଭଲରେ ଥିଲେ ମଧ୍ୟ ତା ଜୀବନ ସତ୍ତାକୁ ଯଦି ସେ ଜାଣିପାରିଲା ନାହିଁ । ତେବେ ସେ ଜୀବନ ସାରା ଦୁଃଖୀ ହୋଇ ରହିଯିବ । ଆଜି ଏହି କଥା ବସ୍ତୁକୁ ନେଇ ସୁନ୍ଦର ଗପ କହିବା ପାଇଁ ଯାଉଛି । ଗୋଟିଏ କାଉଟି ଥିଲା । ସେ ସବୁବେଳେ ନିଜ କର୍କଶ ସ୍ଵର ଓ କଳା ରଙ୍ଗ ପାଇଁ ଦୁଃଖିତ ରହୁଥିଲା ।

ସେ ତା’ ଠାରୁ ସୁନ୍ଦର ପକ୍ଷୀ ମାନଙ୍କୁ ଦେଖି ସବୁବେଳେ ନିଜକୁ ଛୋଟ ବୋଲି ଭାବୁଥିଲା । ଥରେ ସେ କାଉଟି ଯାଇ ବ୍ରହ୍ମାଙ୍କୁ ପଚାରିଲା । ଆମେ କାଉ ଜାତି ଏପରି କେଉଁ ଭୁଲ୍ କରିଥିଲୁ । ଆମ ରୂପ ଏତେ ଅସୁନ୍ଦର ଆମକୁ ଲୋକ ମାନେ ଏତେ ଭଲ ପାଉନାହାନ୍ତି କାହିଁକି ? ବ୍ରହ୍ମା କାଉ କହିଲେ ତେବେ ତୁମକୁ କେଉଁ ଜୀବନ ଦରକାର । କାଉ ଜଣଙ୍କ କହିଲା ମୋତେ ଗୋଟିଏ ସୁନ୍ଦର ହଂସ କରିଦିଅ ।

ବ୍ରହ୍ମା କହିଲେ ତୁମେ ସେହି ଜୀବନ ପାଇ କଣ ଖୁସିରେ ରହିବ । କାଉଟି କହିଲା ମୁଁ ଗୋଟେ ହଂସ ହୋଇଗଲେ ଜୀବନକୁ ଭଲ ଭାବରେ ବିତେଇପାରିବି । ଏହା ପରେ ବ୍ରହ୍ମା କହିଲେ ମୁଁ ତମକୁ ହଂସ ଜନ୍ମ ଦେବା ପୂର୍ବରୁ ତମେ ପ୍ରଥମେ ହଂସ ତା ଜୀବନରେ କିପରି ଅଛି, ବୁଝିଆସ । ତାପରେ କାଉ ଯାଇ ହଂସ ସହିତ ସାକ୍ଷାତ କରିଲା । ହଂସ ଜଣକ ଦୁଖିତ ଥିବାର ଦେଖି କାଉ ହଂସକୁ ପଚାରିଲା ।

ତମେ ଦୁନିଆର ସବୁଠାରୁ ସୁନ୍ଦର ପକ୍ଷୀ । ତମ ରୂପକୁ ସବୁ ଲୋକ ପସନ୍ଦ କରୁଛନ୍ତି । ତଥାପି ତମେ ମନ ଊଣା କରି କାହିଁକି ବସିଛ । ଏହା ଶୁଣି ହଂସ ଜଣଙ୍କ କହିଲା । ମୁଁ ସୁନ୍ଦର ହେଲେ କଣ ହେଲା ମୋ ଜୀବନରେ ମଧ୍ୟ ବହୁତ କିଛି ଦୁଃଖ ଅଛି । ଦିନମାନ ମୁଁ ପାଣିରେ ପହଁରି ପହଁରି ଥକି ଯାଉଛି । ବାହାରକୁ ଗଲେ ବାହାର ଲୋକଙ୍କ ପ୍ରତି ଭୟ ରହୁଅଛି । ଏ ରୂପ ଥାଇ କି ଲାଭ ଦୁନିଆକୁ ମୁଁ ଭଲ ଭାବରେ ଉପଭୋଗ କରିପାରୁନାହିଁ ।

ଏହା ସହିତ ହଂସ କାଉକୁ କହିଲା ତୁମେ କଳା ରଙ୍ଗର ହେଲେ କଣ ହେଲା । ତୁମେ ସବୁଆଡେ ବୁଲି ଏହି ସୁନ୍ଦର ଦୁନିଆକୁ ଦେଖି ପାରୁଛ । ତମକୁ କିଏ ମାରି ଦେବାର ଭୟ ମଧ୍ୟ ନାହିଁ । ହଂସ କାଉକୁ କହିଲା ତୁମେ ବଂର ମୟୂର ହୋଇଯାଅ ସେ ମଧ୍ୟ ବହୁତ ସୁନ୍ଦର । ଏହା ପରେ କାଉ ଜଣଙ୍କ ମୟୂର ପାଖକୁ ଗଲା । ସେଠାକୁ ଯାଇ ପାଖରୁ ଦେଖିଲା ବେଳକୁ ମୟୂର ମଧ୍ୟ ମନ ଦୁଃଖ କରି ଅଛି ।

କାଉ ଜଣଙ୍କ ମୟୂରକୁ କହିଲା ତୁମେ କାଇଁ ମନ ଦୁଃଖ କରିଛ, ତୁମର ପୁଣି କଣ ଦୁଃଖ ଅଛି । ତୁମେ ଆମର ଜାତୀୟ ପକ୍ଷୀ, ଏହା ସହିତ ତୁମେ ଦେଖିବାକୁ ବହୁତ ଆକର୍ଷଣୀୟ । ତୁମକୁ ଦେଖିବା ପାଇଁ କେତେ ଲୋକ କେତେ ଆଡୁ ଆସୁଛନ୍ତି । ମୟୂର କହିଲା ସୁନ୍ଦର ହେଲେ କଣ ହେବ । ମୋ ଜୀବନ ପ୍ରତି ମୋତେ ସବୁବେଳେ ଡର ରହୁଛି । ଲୋକ ମାନେ ମୋତେ ଢେଲା ପଥର ମାରି ନଚାଉଛନ୍ତି ।

କିଛି ଲୋକ ମୋ ପର ଛଡାଇ ନେଇଯିବା ବେଳେ ମୋତେ କେତେ କଷ୍ଟ ହେଉଛି ତାହା ମୁଁ ତୁମକୁ କହି ମଧ୍ୟ ପାରିବି ନାହିଁ । କାଉ ତୁମ ସ୍ଵର କର୍କଶ ଓ କଳା ରଙ୍ଗ ହେଲେ କଣ ହେଲା । ତୁମେ ବିନ୍ଦାସରେ ସବୁ ଆଡେ ବୁଲିପାରୁଛ । ତମକୁ କେହି ପିଞ୍ଜରାରେ ବନ୍ଦୀ କରି ଜବରଦସ୍ତ ନଚାଉ ନାହାନ୍ତି । ତୁମେ ଯେମିତି ବି ଅଛ ବହୁତ ଭଲରେ ଅଛ । ତାପରେ କାଉ ନିଜର ଭୁଲ୍ ବୁଝିପାରିଲା ।

ଏହି ଗପଟିରେ ୩ ଟି ଶିକ୍ଷ୍ୟଣୀୟ କଥା ହେଉଛି । ପ୍ରଥମେ ନିଜର ଦ୍ରୁଷ୍ଟି ଭଙ୍ଗୀ ଠିକ କର । ଅନ୍ୟ କାହାକୁ ଦୂରରେ ଦେଖି ନିଜକୁ ତା’ ସହିତ ତୁଳନା କର ନାହିଁ । ଦିତୀୟରେ ଇଶ୍ଵର ସମସ୍ତଙ୍କୁ କିଛି ଗୁଣ ଓ ଖୁଣ ଦେଇଛନ୍ତି । ନିଜର ଖୁଣକୁ ଛାଡି ନିଜ ଭଲ ଗୁଣକୁ ସବୁବେଳେ ଦେଖନ୍ତୁ । ତୃତୀୟରେ ସବୁବେଳେ ସବୁ କଥାକୁ ଭଲ ଭାବରେ ଜାଣି ବୁଝି ବିଚାରି କାର୍ଯ୍ୟ କରିବେ ।

ତରବର ହୋଇ କୌଣସି ଭୁଲ୍ ନିସ୍ପତି ନେବା ଜୀବନରେ ସବୁଠାରୁ ବଡ ଭୁଲ ହୋଇଯାଇଥାଏ । ତେବେ ନିଜକୁ ଭଲ ପାଇବା ଶିଖନ୍ତୁ । ତାହେଲେ ଜୀବନରେ ସବୁବେଳେ ଖୁସିରେ ରହିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *