Ajira Anuchinta- ଯଦି ଘରର କାନ୍ଥରେ ବା ଛାତରେ ଅଶ୍ଵସ୍ଥ ଗଛ ଉଠେ ତା’ହେଲେ ଏହା କେଉଁ ପ୍ରକାର ସଙ୍କେତ ଦେଇଥାଏ ? 

ନମସ୍କାର ବନ୍ଧୁଗଣ , ଗଛ ହେଉଛି ମଣିଷ ବଞ୍ଚିବାର ଏକ କାରଣ । ଯେତେ ଗଛ ଆମ ଆଖ ପାଖରେ ରହିଥାଏ ସେତେ ଆମେ ସୁସ୍ଥ ଦାୟକ ଓ ଶୁଦ୍ଧ ପବନ ଆମେ ପାଇଥାଉ । ମଣିଷ ବଞ୍ଚିବା ପାଇଁ ଖାଦ୍ୟ , ବସ୍ତ୍ର ଯେତେ ଜରୁରୀ ହୋଇଥାଏ ଠିକ ସେହି ପରି ଗଛ ମଧ୍ୟ ଆବଶ୍ୟକ ହୋଇଥାଏ । ଆମେ ଆମ ଆଖ ପାଖରେ ବହୁତ ଗଛ ଦେଖିଥାଉ । କିଛି ଗଛ କୁ ଆମେ ଲଗେଇଥାଉ ଆଉ କିଛି ଗଛ କୁ ଆମେ ଆପେ ଆପେ ବଢିବାର ଦେଖିଥାଉ ।

ଆମ ପ୍ରାଚୀନ ପୁରାଣରେ ଏହା ମଧ୍ୟ କୁହାଯାଇଛି , ଯେ ଗଛରେ ଦେବତା ମାନଙ୍କ ବାସ ରହିଥାଏ । ତେଣୁ କିଛି ଗଛମାନଙ୍କୁ ପୂଜା କରାଯାଇଥାଏ । ତହି ମଧ୍ୟରୁ ଅଶ୍ଵତଥ ଗଛ ଅନ୍ୟତମ । ପୁରାଣରେ କୁହାଯାଏ ଯେ ଏହି ଗଛ ରେ ଦେବତାମାନଙ୍କର ବାସ ରହିଛି । ଆଜି ଆମେ ଜାଣିବା ଆମ ଘରର କାନ୍ଥରେ ବା ଛାତରେ ଯଦି ଅଶ୍ଵତଥ ଗଛ ଆପେ ଉଠିଲେ ଏହା କେଉଁ ପ୍ରକାରର ସଙ୍କେତ ଦେଇଥାଏ ।

ଶାସ୍ତ୍ର ରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ବିଧି ପୂର୍ବକ ଗୋଟିଏ ଅଶ୍ଵତଥ ଗଛକୁ ଲଗାଇ ତାହର ସେବା କରନ୍ତି । ସେମାନେ ତାହାଙ୍କ ଘରେ ଭଗବାନ ଶ୍ରୀ ହରିଙ୍କ ଛାମୁକୁ ଲାଭ କରନ୍ତି । ସେମାନଙ୍କ ଘରେ ସୁଖ , ସମବୃଦ୍ଧି , ଧନ ର ବୃଦ୍ଧି ହୋଇଥାଏ ।ତନୁ ଅଶ୍ଵତଥ ଗଛର ମହିମା ସନାତନ ଧର୍ମରେ ମଧ୍ୟ ବହୁତ ଗୁରୁତ୍ଵ ରହିଛି । ଭଗବାନ  ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ‘ ହେ ଅର୍ଜୁନ ସମସ୍ତ ବୃକ୍ଷ ମାନଙ୍କ ମଧ୍ୟରେ ଅଶ୍ଵତଥ ବୃକ୍ଷ ହେଉଛି ସବୁଠୁ ଶ୍ରେଷ୍ଟ ଓ ଅଶ୍ଵତଥ ବୃକ୍ଷ ହେଉଛି ମୁଁ ।

ତେଣୁ ଭଗବାନ ଶ୍ରୀ ହରି ଓ ଭଗବାନ ଶ୍ରୀ ବିଷ୍ଣୁ ଙ୍କୁ ଅଶ୍ଵତଥ ଗଛର ସ୍ୱରୂପ ମାନା ଯାଇଥାଏ ।  ଏହି ହିଁ ଶାସ୍ତ୍ର କହିଥାଏ । ତେଣୁ ଯେଉଁ ବ୍ୟକ୍ତି ଏହି ଅଶ୍ଵତଥ ଗଛ କୁ ରୋପଣ କରି  ତାହାର ସେବା ଓ ପୂଜା ପାଠ କରିଥାନ୍ତି ସେ ବିଷ୍ଣୁ ଙ୍କର ଦୟା ପ୍ରାପ୍ତି କରନ୍ତି । ଯେଉଁ ବ୍ୟକ୍ତି ଏହି ଗଛକୁ ପୂଜା କରନ୍ତି ସେ ସମସ୍ତ ଆଶ୍ଚର୍ଯ୍ୟ କୁ ଲାଭ କରନ୍ତି । ଧନ ଓ ଆୟୁ ବୃଦ୍ଧି ହୋଇଥାଏ ଓ ପିତୃପୁରୁଷ ଙ୍କୁ ନରକରୁ ମୁକ୍ତି ପାଇଥାଆନ୍ତି ।

ଯଦି ଆପଣଙ୍କ ଘରେ ବା କାନ୍ଥରେ ଅଶ୍ଵତଥ ଗଛ ଆପେ ଉଠିବାର ଦେଖିଥାନ୍ତି , ତେବେ ଏହାର ସଙ୍କେତ ହେଉଛି ଆପଣଙ୍କ ଘରେ ପିତୃ ଦୋଷ ରହିଛି । ଯେହେତୁ ଅଶ୍ଵତଥ ଗଛ ଦେବ ବୃକ୍ଷ ଏହାକୁ ଉପଡିବା ଠିକ ହୋଇନଥାଏ । ତେଣୁ ଏହା ପାଇଁ ରବିବାର ଦିନ ବାରଟା  ସମୟରେ ଏକ ଲେମ୍ବୁ ଓ ଏକ ଲଙ୍କା ନେବେ  ପ୍ରଣାମ କରିବେ ଓ ଚାରିଟା ସମୟରେ ଏହାକୁ ଉପାଡି ଦେବେ ଏହା ଦ୍ଵାରା ଆପଣଙ୍କ ପିତୃ ଦୋଷ ଦୂର ହୋଇଥାଏ । ଏହି ପୋଷ୍ଟ ଯଦି ଆପଣଙ୍କୁ ଭଲ ଲାଗିଥାଏ ଆମ ପେଜ କୁ ଲାଇକ କରନ୍ତୁ । ଅନ୍ୟମାନଙ୍କୁ ଏହାକୁ ଶେୟାର କରି ଆପଣଙ୍କ ମତଙ୍କୁ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *