କଣ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗୁଛି ଓ ଶୋଷ ମଧ୍ୟ ଲାଗୁଛି ? ଦେଇଥାଏ ଏହି ରୋଗର ସଂକେତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଡାଇବେଟିସରେ ବହୁ ମାତ୍ରାରେ ଲୋକ ପୀଡିତ ହେଉଛନ୍ତି । ଡାଇବେଟିସ ୨ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ଡାଇବେଟିସ ମେଲିଟସ ବା ମଧୁମେହ । ଅନ୍ୟଟି ହେଉଛି ଡାଇବେଟିସ ଇନଶୀପୀଡସ । ଏହା ଶୁଣିବାକୁ ଏକା ପ୍ରକାରର ହୋଇଥାଏ କିନ୍ତୁ ଏହି ୨ ଡାଇବେଟିସ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । ଡାଇବେଟିସ ମେଲିଟସରେ ବ୍ୟକ୍ତିର ଶରୀରରେ ସୁଗାର ବଢିବା କାରଣରୁ ବାରମ୍ବାର ୟୁରୀନ୍ ଆସିଥାଏ ।

ଏହି ଡାଇବେଟିସରେ ପୀଡିତ ରୋଗୀଙ୍କର ଶରୀରରେ ପ୍ରକାଶ ପାଉଥିବା ଲକ୍ଷଣ, କାରଣ ଓ ଚିକିତ୍ସା ପଦ୍ଧତି ଡାଇବେଟିସ ଇନ୍ସିପୀଡସରେ ପୀଡିତ ବ୍ୟକ୍ତି ଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ ।  ଡାଇବେଟିସ ଇନ୍ସିପୀଡସରେ ଶରୀରରେ ଆଣ୍ଟିଡ୍ୟୁରେଟିକ ହରମୋନ କମ୍ ଥିବା କାରଣରୁ ବା କମ୍ କାର୍ଯ୍ୟକାରୀ ହେବା କାରଣରୁ ୟୁରିନ ବାରମ୍ବାର ଲାଗିଥାଏ ।ଡାଇବେଟିସ ଇନ୍ସିପୀଡସ ୨ ପ୍ରକାରର ହୋଇଥାଏ ।

ସେଣ୍ଟ୍ରାଲ ଡାଇବେଟିସ ଇନ୍ସିପୀଡସ ଓ ଅନ୍ୟଟି ହେଉଛି ନେଫ୍ରୋଜେନିକ ଡାଇବେଟିସ ଇନ୍ସିପୀଡସ । ସେଣ୍ଟ୍ରାଲ ଡାଇବେଟିସ ଇନ୍ସିପୀଡସରେ ମସ୍ତିସ୍କରେ ଥିବା ହାଇପୋଥାଲାମାସରୁ ତିଆରି ହେଉଥିବା ଆଣ୍ଟିଡ୍ୟୁରେଟିକ୍ ହରମୋନର ତିଆରୀରେ କୌଣସି କାରଣ ବଶତଃ ବାଧା ଆସିଲେ ।ଏହାର ପରିମାଣ କମ୍ ହୋଇଯାଇଥାଏ । ଯେଉଁ କାରଣରୁ ବାରମ୍ବାର ପରିସ୍ରା ଆସିଥାଏ ।

ନେଫ୍ରୋଜେନିକ ଡାଇବେଟିସରେ ଇନ୍ସିପୀଡସରେ ଆଣ୍ଟି ଡ୍ୟୁରେଟିକ୍ ତିଆରି ହୋଇଥାଏ କିନ୍ତୁ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରିନଥାଏ । ଯେଉଁ କାରଣରୁ ମଧ୍ୟ ବାରମ୍ବାର ପରିସ୍ରା ଲାଗିଥାଏ । ଏହା ସହିତ ଶରୀରରେ ଅଧିକ ମାତ୍ରାରେ ଥକାପଣ ମଧ୍ୟ ଲାଗିଥାଏ । ଯେଉଁ ବ୍ୟକ୍ତି ମାନଙ୍କୁ ଡାଇବେଟିସ ଇନ୍ସିପୀଡସ ସମସ୍ଯା ରହୁଥିବ ।

ସେମାନେ ନିଜ ଖାଦ୍ୟରେ ଲୁଣର ପରିମାଣ କମ୍ କରିବା ଆବଶ୍ୟକ ହୋଇଥାଏ । ଲୁଣ ଯେତେ ପରିମାଣରେ ଅଳ୍ପ ଖାଇବେ । ସେତେ ତାଙ୍କ ଡାଇବେଟିସ ସମସ୍ଯା ପାଇଁ ଭଲ ପ୍ରଭାବ ରହିବ । ଡାଇବେଟିସ ଇନ୍ସିପୀଡସରେ ବାରମ୍ବାର ପରିସ୍ରା ଲାଗିଥାଏ ସତ କିନ୍ତୁ ଏହା ଡାଇବେଟିସ ମେଲିଟସ ନୁହେଁ । ୨ ଡାଇବେଟିସର ଚିକିତ୍ସା ପଦ୍ଧତି ସଂପୂର୍ଣ୍ଣ ଅଲଗା ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କୁ ବାରମ୍ବାର ଶୋଷ ଲାଗିଥାଏ । ଏହା ସହିତ ବାରମ୍ବାର ପରିସ୍ରା ହେବା ଲାଗିବା ସହିତ ପରିସ୍ରାର ରଙ୍ଗ ଧଳା ଦେଖାଯିବା । ଶରୀରରେ ଦୁର୍ବଳତା ପ୍ରକାଶ ପାଇବା । ମାଂସପେଶୀରେ ଦରଜ ବିନ୍ଧା ଅନୁଭୂତ ହୋଇଥାଏ । ଚିଡିଚିଡାପଣର ଶିକାର ହେଉଥିବେ । ଏହି ସବୁ ଲକ୍ଷଣ ଶରୀରରେ ଦେଖିବାକୁ ପାଇଲେ । ନିହାତି ଭାବେ ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ ହୋଇଥାଏ ।

ଏଥିପ୍ରତି ଅବହେଳା କରିବା ଆଦ୍ୱା ଉଚିତ ନୁହେଁ । ଯଦି ଏହି ଏହି ପୋଷ୍ଟତି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ନିହାତି ଭାବରେ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହିତ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *