ଏମିତି କରୁଥିଲେ ଯମରାଜ ବି ଆପଣଙ୍କୁ ଡରିବେ…ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆର ସର୍ବଶ୍ରେଷ୍ଟ ପ୍ରାଣୀ ରୂପେ ମନୁଷ୍ୟ ବିବେଚିତ । ମନୁଷ୍ୟ ନିଜର ବୁଦ୍ଧି ବିବେକ ଦ୍ଵାରା ଅସାଦ୍ଧ୍ଯ କାର୍ଯ୍ୟକୁ ମଧ୍ୟ ସାଧନ କରିଦେଇଥାଏ । ତେଣୁ ଆଜି ଏହି ଚାଲାକ ମନୁଷ୍ୟଙ୍କ ଉପରେ ଏକ ସୁନ୍ଦର ଗପଟି କହିବା ପାଇଁ ଯାଉଛୁ । ଥରେ ଏକ ହାତୀର ମୃତ୍ୟୁ ହେଲା ପରେ ସେ ଯମପୁରକୁ ଗଲା । ସେଠାରେ ପହଞ୍ଚିଲା ପରେ ଯମରାଜା ହାତୀକୁ କହୁଲେ । ହାତୀର ତୋର ଏତେ ବିଶାଳ ଶରୀର, ପାଦ ଥାଇ ମଧ୍ୟ ତୁ ଏହି ମନୁଷ୍ୟ ମାନଙ୍କ ପାଖରେ ବୋଲ ମାନି ରହୁଛୁ ।

ହାତୀ କହିଲା ମୁଁ ସିନା ବିଶାଳ ଶରୀର କିନ୍ତୁ ମନୁଷ୍ୟଙ୍କ ଜ୍ଞାନ ଆଗରେ ମୁଁ କିଛି ନୁହେଁ । ଚାଲାକ ମନୁଷ୍ୟ ଚାହିଁଲେ ନିଜ ବୁଦ୍ଧି ବିବେକ ଖଟାଇ କିଛି ମଧ୍ୟ କରିଦେଇପାରେ । ହାତୀ ଯମରଜାଙ୍କୁ କହିଲା ଆପଣଙ୍କ ପାଖକୁ ମନୁଷ୍ୟ ମୃତ୍ୟୁ ହୋଇସାରିଲା ପରେ ଆସେ । ତେଣୁ ଜୀବନ୍ତ ମନୁଷ୍ୟର ବୁଦ୍ଧି ବିଷୟରେ ତୁମେ ଜାଣିନାହଁ ।

ଏହା ପରେ ଯମରାଜ ପ୍ରକୃତରେ ଜୀବନ୍ତ ମନୁଷ୍ୟର ବୁଦ୍ଧି ମାପିବା ପାଇଁ ତାଙ୍କ ଦୁତ ମାନଙ୍କୁ ଧରାପୃଷ୍ଟକୁ ପଠାଇ ଏକ ଜୀବନ୍ତ ମନୁଷ୍ୟ ଉଠାଇ ଆଣିବାକୁ କହିଲେ । ତାପରେ ଯମଦୂତ ଖୋଜି ଖୋଜି ଏକ ବୃତ୍ତିରେ ଲେଖାଲେଖି କରୁଥିବା ବିଶିଷ୍ଠ କବିକୁ ଶୋଇଥିବା ଅବସ୍ତାରେ ଖଟ ସହ ଧରି ନେଇଆସିଲେ । କିଛି ବାଟ ଗଳାପରେ କବିଙ୍କର ଯେତେବେଳେ ନିଦ ଭାଙ୍ଗିଲା । ସେ ଦେଖିଲା ଯମଦୁତ ଭଳି ଦେଖାଯାଉଥିବା କେତେକ ଦୁତ ତାଙ୍କୁ ଉଠାଇ ନେଇଚାଲିଯାଉଛନ୍ତି ।

ଏହା ପରେ କବି କିପରି ନିଜକୁ ବଞ୍ଚାଇବେ ଉପାୟ ପାଞ୍ଚିଲେ । ତାପରେ କବିଙ୍କ ଶୋଇଥିବା ଖଟରେ ଏକ ଖାତା ଓ କଲମ ଥିଲା । କବି ଏକ କାଗଜରେ କଣ ଲେଖି ପକାଇ ପୁଣି ଥରେ ଶୋଇପଡିଲେ । ତାପରେ କବିଙ୍କୁ ନେଇ ଦୁତ ମାନେ ଯମପୁରରେ ପହଞ୍ଚିଲେ । ଯମଙ୍କୁ ଦେଖି କବି ଜଣଙ୍କ ଯମରାଜ ପ୍ରଣାମ ବୋଲି କହିଲା । ତାପରେ କବି ଲେଖିଥିବା କାଗଜଟିକୁ ନେଇ ଯମରାଜଙ୍କୁ ଧରାଇ ଦେଲା ।

ଯମରାଜ ଧରିଥିବା କାଗଜରେ ଲିଖିତ ହୋଇଥିଲା । ଏହା କି ଯେ ମୁଁ ବୈକୁଣ୍ଠପୁରରୁ ଭଗବାନ ନାରାୟଣ କହୁଛି । ମୋ ଗୁମସ୍ତାକୁ ମୁଁ ତୁମ ପାଖକୁ ପଠାଇଛି । ତୁମେ ନିଜ କାର୍ଯ୍ୟର ଭାର ଗୁମସ୍ତାଙ୍କୁ ସମ୍ଭାଳିବାକୁ ଦିଅ । ଏତିକି ପଢି ଯମରାଜ ସଙ୍ଗେ ସଙ୍ଗେ ବସିଥିବା ସିଂହାସନରୁ ଉଠି ପଡି ସେହି ଲୋକଙ୍କୁ ସେହି ସ୍ଥାନରେ ବସିବାକୁ ଅନୁରୋଧ କାଲେ ।

ତାପରେ ସେହି ମନୁଷ୍ୟ ଜଣଙ୍କ ସିଂହାସନରେ ବସି କାର୍ଯ୍ୟ ଆରମ୍ଭ କରିଲା । ଯେତେକ ସବୁ ମୃତ ବ୍ୟକ୍ତିଙ୍କର ଆତ୍ମାଙ୍କର ବିଚାର ହେବା ପାଇଁ ଯମରାଜଙ୍କୁ ପାଖକୁ ଆସିଲେ । ସେ ସମସ୍ତଙ୍କର ବିଚାର ସେହି ସାଧାରଣ ମନୁଷ୍ୟ ଜଣଙ୍କ କରିଲା । ଏହା ସହିତ ଉଭୟ ପାପୀ ଓ ଭଲ ଲୋକଙ୍କୁ ଅନ୍ୟ କେଉଁଠି ନଛାଡି ସମସ୍ତଙ୍କୁ ବୈକୁଣ୍ଠପୁରକୁ ଛାଡିଦେଲା ।

ବୈକୁଣ୍ଠପୁରରେ ଏତେ ଜନସମାଗମ ଦେଖି ବୈକୁଣ୍ଠଧାମରେ ବିଦ୍ୟମାନ ପ୍ରଭୁ ନାରାୟଣ ମଧ୍ୟ ଚକିତ ହୋଇଗଲେ । ସେ ଭାବିଲେ ଏତେ ଲୋକ କଣ ପୂଣ୍ୟ କରିଛନ୍ତି, ଯେ ସମସ୍ତଙ୍କୁ ଯମ ବୈକୁଣ୍ଠକୁ ପୁରକୁ ପଠାଇ ଦେଇଛି । ତାପରେ ଏହି କଥାର ଖବର ନେବା ପାଇଁ ନିଜେ ପ୍ରଭୁ ନାରାୟଣ ଆସିଲେ । ସେଠାରେ ଆସି ପହଞ୍ଚି ଯମକୁ ସବୁ ପଚାରିଲେ । ଯମରାଜ କହିଲେ, ପ୍ରଭୁ ଆପଣ ପରା ମୋ ପାଖକୁ ଚିଠି ଦେଇ ଜଣେ ଗୁମସ୍ତାକୁ ପଠାଇଥିଲେ, ସେ ହିଁ ସବୁ କିଛି ବୁଝୁଛନ୍ତି । ତାପରେ ସେ ଲୋକ ପାଖକୁ ଯେତେବେଳେ ପ୍ରଭୁ ଗଲେ ।

ଲୋକକୁ ଦେଖି ନାରାୟଣ ପଚାରିଲେ ତୁମେ କିଏ ଓ ତୁମେ ଏହି ଚିଠି ଯମକୁ କାହିଁକି ଦେଇଛ । କବି ଜଣଙ୍କ କହିଲେ ପ୍ରଭୁ ଆପଣ ଏହି ଚିଠି ଦେଇ ଯମ ପାଖକୁ ମୋତେ ପଠାଇଛନ୍ତି । ପ୍ରଭୁ କହିଲେ ମୁଁ କାହିଁକି ଏପରି କରିବି ? ତାପରେ କବି ଜଣଙ୍କ କହିଲେ ଗୀତାରେ ପରା ଲେଖା ହୋଇଛି ମନୁଷ୍ୟ ଯାହା ସବୁ କରଇ ସବୁ ଭଗବାନଙ୍କ ନିର୍ଦ୍ଧେଶ ଅନୁସାରେ କରେ ।

ମୁଁ ତ ପ୍ରଭୁ ତମ ପାଖକୁ ଆସିଯାଇଛି ଏବେ ତୁମ ବୈକୁଣ୍ଠପୁରରେ ରହି ଆପଣଙ୍କର ଗୁଣଗାନ କରିବି । ତାପରେ ଭଗବାନ ମନୁଷ୍ୟର ଚାଲାକ ବୁଝିପାରିଲେ । ଏହି କଥାଟିର ଅର୍ଥ ଏହା କିଜେ ଦୁନିଆର ଶ୍ରେଷ୍ଟ ଜୀବ ମନୁଷ୍ୟ ନିଜର ବୁଦ୍ଧି,  ବିବେକ ଓ କୋଶଳ ଦ୍ଵାରା ଦୁନିଆର କୌଣସି କାର୍ଯ୍ୟକୁ ମଧ୍ୟ ସମ୍ଭବ କରିଦେଇପାରେ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *