ସମ୍ବନ୍ଧ ବନାଇବା ସମୟରେ କାହାକୁ ଅଧିକ ଆନନ୍ଦ ଆସିଥାଏ ? ପୁରୁଷ ନା ସ୍ତ୍ରୀ ?

ନମସ୍କାର ବନ୍ଧୁଗଣ, ପୁରୁଷ ଏବଂ ସ୍ତ୍ରୀଙ୍କ ଭିତରେ ସମ୍ବନ୍ଧ ରଖିବା ବେଳେ କାହାକୁ ଅଧିକ ଆନନ୍ଦ ଲାଗିଥାଏ ଏବଂ କିଏ ଅଧିକ ଉପଭୋଗ କରିଥାନ୍ତି ଏହାର ପ୍ରଶ୍ନ ସମସ୍ତଙ୍କ ମନରେ ଥାଏ କିଏ କହେ ପୁରୁଷ ତ କିଏ କହେ ମହିଳା । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ମହାଭାରତରେ ଲିଖିତ ଥିବା ଏକ କଥା ଅନୁଯାୟୀ ଜଣାଇବା ପାଇଁ ଯାଉଛୁ କି କାହାକୁ ଅଧିକ ଆନନ୍ଦ ଆସିଥାଏ ସମ୍ବନ୍ଧ ବନାଇବା ସମୟରେ । ତେବେ ଆଉ  ବିଳମ୍ବ ନକରି ଆସନ୍ତୁ ଜାଣିବା ସମ୍ବନ୍ଧ ସମୟରେ ପୁରୁଷ ମଜା ଉଠାଇଥାଏ ନା ମହିଳା ।

ଭଙ୍ଗାସ୍ୱାମା ନାମକ ଜଣେ ରାଜା ଥିଲେ । ତାଙ୍କ ନ୍ୟାୟ ବିଚାର ପାଇଁ ସେ ରାଜ୍ୟରେ ପ୍ରଜାମାନଙ୍କର ବେସ ପ୍ରିୟ ଥିଲେ । କିନ୍ତୁ ତାଙ୍କର କୌଣସି ବି ସନ୍ତାନ ନଥିଲା । ତେଣୁ ସେ ସନ୍ତାନ କାମନା ଆଶାରେ ଏକ ଯଜ୍ଞ ଆରମ୍ଭ କଲେ । ଆଉ ସେହି ଯଜ୍ଞଟି ଅଗ୍ନି ଦେବଙ୍କ ନାମରେ ହେଉଥିଲା । ଏହାକୁ ଦେଖିବା ପରେ ଦେବରାଜ ଇନ୍ଦ୍ର ବହୁତ ରାଗିଗଲେ । ଏହାପରେ ଇନ୍ଦ୍ରଦେବ ରାଜା ଭଙ୍ଗାସ୍ୱାମାଙ୍କ ଠାରୁ ପ୍ରତିଶୋଧ ନେବା ନିଆଁରେ ଜଳିବାକୁ ଲାଗିଲେ ।

ଆଉ ସଠିକ ସମୟର ଅପେକ୍ଷାରେ ରହିଲେ । କିନ୍ତୁ ଯଜ୍ଞରେ ରାଜାଏନକେ ଦ୍ଵାରା କୌଣସି ବି ଭୁଲ ହେଲା ନାହିଁ । ଯାହାଫଳରେ ଦେବରାଜ ଇନ୍ଦ୍ରଙ୍କ ରାଗ ଆହୁରି ଅଧିକ ବଢିବାକୁ ଲାଗିଲା । କିଛି ଦିନ ପରେ ରାଜା ଜଙ୍ଗଲକୁ ବାହାରିଲେ । ଆଉ ସେହି ସମୟରେ ଇନ୍ଦ୍ର ଦେବଙ୍କୁ ଲାଗିଲା କି ଏହା ସଠିକ ସମୟ ବଦଲା ନେବାର । ତେଣୁ ଇନ୍ଦ୍ର ଦେବ ରାଜାଙ୍କ ଉପରେ ସମମୋହନ ମନ୍ତ୍ର ଛାଡିଦେଲେ ।

ଯାହାଫଳରରେ ରାଜା ଜଙ୍ଗଲ ଭିତରେ ଇଆଡେ ସିଆଡେ ଯିବାକୁ ଲାଗିଲେ । ନିଜର ବୁଦ୍ଧି ହରାଇ ବସିଲେ । ଏହା ଭିତରେ ରାଜାଙ୍କୁ ଶୋଷ ହେଲା । ଆଉ ସେ ଆଗରେ ଏକ ସୁନ୍ଦର ନଦୀଟିଏ ଦେଖିଲେ । ତେଣୁ ସେ ସେହି ନଦୀ ଭିତରକୁ ପ୍ରବେଶ କଲେ ପାଣି ପିଇବା ପାଇଁ । କିନ୍ତୁ ରାଜା ସେହି ପାଣି ଭିତରକୁ ଯିବା ସମୟରେ ତାଙ୍କ ଶରୀର ଧୀରେ ଧୀରେ ବଦଳିବାକୁ ଲାଗିଲା । ଏବଂ ଦେଖୁ ଦେଖୁ ରାଜା ଭଙ୍ଗସ୍ଵାମା ଜଣେ ସ୍ତ୍ରୀରେ ପରିଣତ ହୋଇଗଲେ ।

ଭଙ୍ଗସ୍ଵାମା ଲାଜାରେ କାନ୍ଦିବାକୁ ଲାଗିଲେ ଆଉ ଭଗବାନଙ୍କୁ ମନେ ମନେ ପ୍ରଶ୍ନ ପଚାରିବାକୁ ଲାଗିଲେ କି ଏଭଳି କାହିଁକି କଲ ଭଗବାନ ମୁଁ ଏବେ କେମତି ଯଜ୍ଞରୁ ଆଶୀର୍ବାଦ ପାଇ ପାଇଥିବା ଏକ ଶହ ପୁତ୍ରଙ୍କ ସାମ୍ନାରେ ମୁହଁ ଦେଖାଇବି । ରାଜା ନିଜ ମନ ଭିତରେ  ଅନେକ କଥା ଭାବି ଭାବି ଶେଷରେ ରାଜ୍ୟକୁ ଫେରିଲେ । ରାଜା ଭଙ୍ଗସ୍ୱାମାଙ୍କୁ ଦେଖିବା ପରେ ସମସ୍ତେ ହଇରାଣ ହୋଇଗଲେ । ରାଜା ନିଜ ରାଜ୍ୟ ଭାରକୁ ମନ୍ତ୍ରୀ ଏବଂ ପୁଅ ମାନଙ୍କୁ ସମର୍ପଣ କରି ସବୁଦିନ ପାଇଁ ଜଙ୍ଗଲ ଚାଲିଗଲେ ରହିବା ପାଇଁ ।

ଜଙ୍ଗଲ ଯାଇ ଆଶ୍ରମରେ ଅନେକ ବର୍ଷ ରହିବା ପରେ ସେହି ଆଶ୍ରମର ଋଷିଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ରାଜାଙ୍କୁ ପୁତ୍ର ଜାତ ହେଲା । ଏହାପରେ ସ୍ତ୍ରୀ ରୂପୀ ରାଜା ଭଙ୍ଗାସ୍ୱାମା ନିଜ ପୁତ୍ରଙ୍କୁ ରାଜ୍ୟ ନେଇଗଲେ ଆଉ ଆଗରୁ ଥିବା ତାଙ୍କ ଏକ ଶହ ପୁତ୍ରଙ୍କୁ କହିଲେ ତୁମେ ମୋ ପୁରୁଷ ସମୟରେ ଜାତ ହୋଇଥିବା ସନ୍ତାନ ଏବଂ ଏମାନେ ମୁଁ ନାରୀ ହୋଇଥିବା ସମୟରେ ଜାତ ହୋଇଥିବା ସନ୍ତାନ ତେଣୁ ମିଳିମିଶି ରୁହ ଏବଂ ରାଜ୍ୟ ସମ୍ଭାଳ ।

କିନ୍ତୁ ଏହା ଇନ୍ଦ୍ରଙ୍କ ଦେହରେ ଗଲା ନାହିଁ ସେ ପୁଣି ପ୍ରତିଶୋଧ ନେବା ପାଇଁ ସାଧୁ ବେସ ଧାରଣ କରି ରାଜମହଲରେ ପ୍ରବେଶ କଲେ ଏବଂ ରାଜାଙ୍କ ପୁତ୍ରଙ୍କ ମନରେ କୁଟ ନୀତି ଭରିବା ଆରମ୍ଭ କଲେ । ଏହାପରେ ତାଙ୍କ ଏହି ଚାଲ ସଫଳ ହେଲା ପରସ୍ପର ମଧ୍ୟରେ ହଣା କଟା ହୋଇ ରାଜାଙ୍କ ସମସ୍ତ ପୁତ୍ର ଜୀବନ ହରାଇ ବସିଲେ । ଏହାପରେ ଇନ୍ଦ୍ର ଆସି ରାଜା ଭଙ୍ଗାସ୍ୱାମଙ୍କ ସାମ୍ନାରେ ନିଜର ଅସଲ ରୂପ ପ୍ରକଟ  କଲେ ଆଉ ଏହିସବୁ ମୁଁ କ୍ରୋଧରେ କରିଛି ବୋଲି କହିବା ପରେ ରାଜା ତାଙ୍କଉ ଭୁଲ ମାଗିଲେ ।

ଇନ୍ଦ୍ର ଦେବା ତାଙ୍କୁ କ୍ଷମା ମଧ୍ୟ କଲେ ଆଉ କହିଲେ ମୁଁ ବରଦାନ ଦେଉଛି ତୁମେ ଏବେ ତୁମ ଅସଲି ପୁରୁଷ ରୂପ ଫେରି ପାଇବ କିନ୍ତୁ ରାଜା ଭଙ୍ଗସ୍ୱାମା କହିଲେ ମୁଁ ସାରା ଜୀବନ ଏହିଭଳି ନାରୀ ହୋଇ ରହିବା ପାଇଁ ଚାହୁଁଛି । ଇନ୍ଦ୍ରଦେବ ଏହାର କାରଣ ପଚାରିବାରୁ ରାଜା କହିଲେ ସମ୍ବନ୍ଧ ରଖିବା ସମୟରେ ସବୁଠାରୁ ଅଧିକ ମଜା ଏବଂ ଆନନ୍ଦ ନାରୀ ହିଁ ଉଠାଇଥାଏ । ସମ୍ବନ୍ଧ ସମୟରେ ନାରୀ ହିଁ ଅଧିକ ଉପଭୋଗ କରିଥାଏ ତେଣୁ ମୁଁ ସାରା ଜୀବନ ନାରୀ ହୋଇ ରହିବା ପାଇଁ ଚାହୁଁଛି ବୋଲି ରାଜା କହିଲେ ଆଉ ଇନ୍ଦ୍ର ଦେବ ତାଙ୍କର ଏହି ଇଛା ପୁରା ମଧ୍ୟ କଲେ ।

Leave a Reply

Your email address will not be published. Required fields are marked *