ଜ୍ଵର, ମୁଣ୍ଡ ବିନ୍ଧା ଏକଦମ ତୁରନ୍ତ ହେବ ଭଲ, ପେଟର ଗ୍ଯାସ, ମୋଟାପା, କବ୍ଜ ବା ଭୋକ ନ ଲାଗିବା, ଗୋଟିଏ ଥର ନେବା ମାତ୍ରେ ହେବ ଭଲ- Health Tips

ଆଜି ଆମେ ଆପଣଙ୍କୁ ଏକ ପ୍ରକାର ଚାହା ବା କାଢ଼ା ର ରେସିପି ବତାଇବୁ ଯାହା ଆପଣଙ୍କୁ ଖୁବ୍ ଫାଇଦା ଦେବ । ଏହା ବାରମ୍ବାର ହେଉଥିବା ଜ୍ଵର, ଥକାପଣ, ମୋଟାପଣ, କୋଷ୍ଠକାଠିନ୍ୟ,

ଛୋଟପିଲାଙ୍କ ହଜମ ଶକ୍ତି କମ୍ ଥିଲେ, ଭୋକ ନ ଲାଗିବା, ମୁହଁରୁ ଦୁର୍ଗନ୍ଧ ଆସିବା, ମୁଣ୍ଡବିନ୍ଧା ଆଦି ସମସ୍ତ ପ୍ରକାର ସମସ୍ୟା ଦୂର କରିଦେବ ଏହି ଚାହା । ଏହା ଶରୀର ପାଇଁ କିପରି ଲାଭଦାୟକ, ଏହାକୁ କିପରି ପ୍ରସ୍ତୁତ କରିବେ ଓ କେମିତି ସେବନ କରିବେ ସେ ବିଷୟରେ ଚାଲନ୍ତୁ ଜାଣିବା । ଏହି ଚାହାଟି ପିଲାଙ୍କ ଠୁ ନେଇ ବୁଢ଼ା ଯାଏ ସମସ୍ତଙ୍କ ପାଇଁ ଖୁବ୍ ଉପଯୋଗୀ ।

ଚାହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ମାତ୍ର ଦୁଇଟି ଜିନିଷର ଆବଶ୍ୟକ ରହିଛି । ପ୍ରଥମେ ଆପଣ ଗୋଟିଏ ସସ୍ ପ୍ୟାନରେ ଏକ ଗ୍ଲାସ୍ ବା ଏକ କପ୍ ପାଣି ନିଅନ୍ତୁ ଓ ତାକୁ ଗରମ କରନ୍ତୁ । ତା ପରେ ସେଥିରେ ଗୋଟିଏ ଚାମୁଚ ପାନମଧୁରୀ ପକାନ୍ତୁ । ପାନମଧୁରୀର ଉପକାରିତା ଆମ ସମସ୍ତଙ୍କୁ ଜଣା ଅଛି । ଏହା ହଜମ ବଢ଼ାଇବା ପାଇଁ, ପେଟ ପାଇଁ, ଆମ ଆଖି ପାଇଁ, ମୁହଁ ର ଦୁର୍ଗନ୍ଧ ପାଇଁ, ଖୁଜୁଲି ହେବା, କୋଷ୍ଠକାଠିନ୍ୟ ଓ ପେଟ ଗ୍ୟାସ ଆଦି ସମସ୍ତ ସମସ୍ୟା ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ପାନମଧୁରୀ ନିଜେ ମିଠା ଅଟେ । ଆପଣ ଏହି ମିଶ୍ରଣରେ ଚିନି ନ ମିଶାଇଲେ ମଧ୍ୟ ଚଳିବ । ଏହା ଯେତେବେଳେ ଭଲରେ ଫୁଟି ବାସନା ବାହାରିବ ସେତେବେଳେ ଏଥିରେ ପକାଇବେ ଗୋଟିଏ ଗୁଜୁରାତି । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଚାହା । ଯଦି ଛୋଟ ପିଲା ଏମିତି ପିଇବାକୁ ପସନ୍ଦ କରୁନାହିଁ ତେବେ ମିଠା ପାଇଁ ଆପଣ ଏଥିରେ ଛୋଟ ଖଣ୍ଡ ଗୁଡ଼ ମଧ୍ୟ ମିଶାଇ ପାଇବେ ।

ଯଦି ଗୁଡ ମଧ୍ୟ ପସନ୍ଦ ନୁହେଁ ତେବେ ଆପଣ ଏଥିରେ ଅଧା ଚାମୁଚରୁ ମଧ୍ୟ କମ୍ ଚିନି ମିଶାଇ ପାରିବେ । ତଥାପି ଯଦି ଆପଣଙ୍କୁ ଏପରି ପିଇବା ପସନ୍ଦ ନୁହେଁ ତେବେ ଏହାକୁ ସମ୍ପୂର୍ଣ୍ଣ ଥଣ୍ଡା କରି ଏଥିରେ ମହୁ ମିଶାଇ ମଧ୍ୟ ସେବନ କରି ପାରିବେ । ଆପଣଙ୍କୁ ଯେପରି ପସନ୍ଦ ସେପରି ଏହାକୁ ସେବନ କରନ୍ତୁ ।

ଏହି ଚାହାକୁ ଆପଣ ସକାଳୁ ପିଇ ପାରିବେ, ସନ୍ଧ୍ୟାବେଳେ ପିଇ ପାରିବେ କିମ୍ବା ରାତିରେ ଶୋଇବା ପୁର୍ବରୁ ମଧ୍ୟ ପିଇ ପାରିବେ । ଯଦି ଆପଣଙ୍କ ପେଟ ଗଡବଡ ଅଛି କିମ୍ବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଅଛି ତେବେ ଏହାକୁ ରାତିରେ ପିଇ ଶୋଇ ପଡନ୍ତୁ । ଏହା ଖୁବ୍ ଲାଭଦାୟକ ହେବ । ଏହାକୁ ଆପଣ ଉଷୁମ ଅବସ୍ଥାରେ ହିଁ ପିଅନ୍ତୁ । ଏହାକୁ ପିଇବା ପରେ ଦେଖିବେ ଆପଣଙ୍କ ମଧ୍ୟରେ ଯେମିତି ସ୍ଫୁର୍ତ୍ତି ଆସିଯିବ । ଏହାକୁ ଛୋଟରୁ ବଡ଼ ସମସ୍ତେ ପିଇ ପାରିବେ ।

ପୂର୍ବରୁ ଆମର ଗୁରୁଜନ ମାନେ ଏହି ଚାହା ପିଉଥିଲେ । ଏହିପରି ଅନେକ ଉପଚାର ଆମ ଗୁରୁଜନ ମାନେ ଆମ ପାଇଁ ଛାଡ଼ି ଯାଇଛନ୍ତି । କିନ୍ତୁ ଆମେ ସେ ସବୁକୁ ଅନେକ ମାତ୍ରାରେ ଭୁଲି ଯାଇଛୁ । ଆଜିକାଲି ଆମର ଖାଇବା ଅଭ୍ୟାସ ବିଗିଡ଼ିବା ଯୋଗୁଁ ଆମ ପେଟ, ଶରୀର ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ଏହି ଚାହା ବନାଇ ପିଇଲେ ଆପଣ ନିଜେ ଅନୁଭବ କରି ପାରିବେ ଏହା ଶରୀର ପାଇଁ କେତେ ଉପାଦେୟ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *