ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ବିଭିନ୍ନ ଘଟଣା ଘଟିଥାଏ। କିନ୍ତୁ ତାହାର ପୂର୍ବାଭାସ ମନୁଷ୍ୟ କୁ ମିଳି ନଥାଏ।ପଶୁ ପକ୍ଷୀ ଙ୍କ ଦ୍ଵାରା ମନୁଷ୍ୟ କୁ କିଛି ସଂକେତ ପ୍ରାପ୍ତ ହୋଇଥାଏ ଯାହା ଭବିଷ୍ୟତ ରେ ହେବାକୁ ଥିବା ଘଟଣା ର ସୂଚନା ପ୍ରଦାନ କରିଥାଏ।
ସେହିପରି ଝିଟିପିଟି ଦ୍ୱାରା ମଧ୍ୟ ମନୁଷ୍ୟ କୁ ବିଭିନ୍ନ ସଙ୍କେତ ପ୍ରାପ୍ତ ହୋଇଥାଏ। ଝିଟିପିଟି କୁ ଦେଖିବା ଅଥବା ଆପଣଙ୍କ କୌଣସି ଅଙ୍ଗ ରେ ଝିଟିପିଟି ର ପଡ଼ିବା ଦ୍ୱାରା ଭବିଷ୍ୟତ ରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ର ସଂକେତ ମିଳିଥାଏ। ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ ଅଥବା ଆପଣଙ୍କ ପରିବାର ର କୌଣସି ସଦସ୍ୟ ପୂଜା କରୁଥିବା ସମୟ ରେ ଭୁମି ରେ ଝିଟିପିଟି କୁ ଦେଖିଥାଏ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଯେବେବି ଆପଣ ଠାକୁର ପୂଜା କରୁଥିବା ସମୟରେ ଝିଟିପିଟି କୁ ଦେଖନ୍ତି ସେତେବେଳେ ତୁରନ୍ତ କିଛି ନାଲି ସିନ୍ଦୂର ଓ ଅରୁଆ ଚାଉଳ ଆଣି ଝିଟିପିଟି ଉପରେ ପକାନ୍ତୁ ଏବଂ ଆଖି ବୁଜି ହାତ ଯୋଡ଼ି ନିଜ ମନ ଭିତରେ ଅପୂର୍ଣ୍ଣ ହୋଇଥିବା ମନୋକାମନା ପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ।ଏପରି କରିବା ଦ୍ୱାରା ଆପଣଙ୍କ ମନୋସ୍କାମନା ପୂରଣ ହୋଇଯିବ ଏବଂ ଆପଣଙ୍କ ଜୀବନରେ ଧନର ଆଗମନ ହେବ।
୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣ ଖାଉଥିବା ସମୟରେ ଝିଟିପିଟି କୁ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। କିନ୍ତୁ ଯଦି ଆପଣ ନୂଆ ଘର କରିଛନ୍ତି ଏବଂ ସେହି ଘରେ ପ୍ରବେଶ କରିବା ସମୟରେ ମରି ଯାଇଥିବା ଝିଟିପିଟି କୁ ଦେଖୁଛନ୍ତି ତେବେ ତାହା ବହୁତ ଅଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଘରେ କୌଣସି ନକରାତ୍ମକ ଉର୍ଜା ବିଦ୍ୟମାନ ରହିଛି ଏବଂ ଏହା ଆପଣଙ୍କ ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ରେ କୁପ୍ରଭାଵ ପକାଇଥାଏ।
୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କ ଡାହାଣ କାନ୍ଧ ରେ ଝିଟିପିଟି ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ ସମାଜ ରେ ମାନ ସମ୍ମାନ ପ୍ରତିଷ୍ଠା ହେବ। କିନ୍ତୁ ଯଦି ଆପଣଙ୍କ ବାମ କାନ୍ଧ ରେ ଝିଟିପିଟି ପଡ଼ିବ ତେବେ ଏହାର ଅର୍ଥ ଆପଣଙ୍କ ର ଭବିଷ୍ୟତ ରେ ଆର୍ଥିକ ହାନି ହୋଇପାରେ।
୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଝିଟିପିଟି ଆପଣଙ୍କ ପେଟ ରେ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ। କିନ୍ତୁ ଯଦି ଝିଟିପିଟି ଆପଣଙ୍କ ଛାତି ରେ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତ ହେବ।
୫. ବନ୍ଧୁଗଣ ପଞ୍ଚମତଃ, ପୂଜା କରୁଥିବା ବେଳେ ଝିଟ କୁ ଦେଖିବା ମାତ୍ରେ ଆପଣ ଝିଟିପିଟି ଉପରେ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ ଏବଂ ଗୋଟିଏ ଦୀପ ଜାଳି ମାତାଲକ୍ଷ୍ମୀ ଙ୍କ ଆରାଧନା କରନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।