ସ୍ତ୍ରୀ ଲୋକଙ୍କ ପ୍ରତି ଅଧିକ ଆକର୍ଷଣ ଆସିଲେ ବା ଖରାପ ଭାବନା ଆସିଲେ କଣ କରିବେ ? (How To Contol your Mind)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ନିଜର ଦେହର ଲାଳସା ମେଣ୍ଟାଇବା ପାଇଁ ବହୁତ ତଳ ସ୍ତରକୁ ଖସି ଯାଇ ଅତି ଘୃଣ୍ୟ କାର୍ଯ୍ୟ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହିଁ । ପ୍ରତ୍ଯେକ ମନୁଷ୍ୟକୀ ଏହା ବୁଝିବାକୁ ହେବ ଏହା କି ଯେ ଏହି ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଯେଉଁ ଶାରୀରିକ ସମ୍ପର୍କ ଗଢି ଉଠିଥାଏ। ତାହା କେବଳ କିଛି ସମୟ ପାଇଁ ସୁଖ ଦେଇଥାଏ ସତ କିନ୍ତୁ ଏହି କାର୍ଯ୍ୟ ଯଦି ନିଜ ବିବାହିତ ସ୍ତ୍ରୀ ଛଡା ଅନ୍ୟ କେଉଁ ମହିଳା ସହିତ ପୁରୁଷ ବାରମ୍ବାର ନିଜ ଦେହର ଭୋକ ମେଣ୍ଟାଇବା ପାଇଁ କରିଥାଏ ।

ତେବେ ତାହା ଦୁନିଆର ବହୁତ ବଡ ପାପରେ ଗଣା ହୋଇଥାଏ । ଯଦି ନିଜର ଇନ୍ଦ୍ରିୟକୁ ଆୟତ୍ତରେ ରଖି ମହିଳା ପ୍ରତି ମନରେ କାମନା ଆଣିବ ନାହିଁ । ତେବେ ହିଁ ଆପଣଙ୍କର ଜୀବନ ସାର୍ଥକ ହୋଇବ । ଏକ ଗପ ମାଧ୍ୟମରେ ଭଲ ଭାବରେ ଏହି କଥାକୁ ବୁଝନ୍ତୁ । ଜଣେ ଗାଁରେ ଏକ ଅତି ସୁନ୍ଦର ମହିଳା ଥିଲା। ସେ ତାର ରୂପ ଯୌବନରେ ବହୁତ ଶୀଘ୍ର ପୁରୁଷଙ୍କୁ ନିଜ ପ୍ରତି ଆକର୍ଷଣ କରିପାରୁଥିଲା ।

ଏହିପରି ପ୍ରତିଦିନ ସେ ରାତିରେ ଅନେକ ପୁରୁଷ ସହିତ ନିଜର ରୂପ ଯୌବନକୁ ବିକ୍ରି କରି ବେଶ୍ୟା ବୃତ୍ତି କରୁଥିଲା । ଏହିପରି କିଛି କାଳ କରୁ କରୁ ସେହି ସୁନ୍ଦରୀ ମହିଳା ରାସ୍ତାରେ ଏକ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରି ଜଣେ ଯୁବ ବାବାଜୀ ଯାଉଥିବା ବେଳେ ଅନ୍ୟ କିଛି ଲୋକ ମଧ୍ୟ ତାଙ୍କ ସାଥିରେ ଯାଉଥିଲେ । ଧୀରେ ଧୀରେ ସେମାନଙ୍କୁ ଦେଖି ଏହି ସୁନ୍ଦରୀ ମହିଳା ମନରେ ପରିବର୍ତ୍ତନ ଆସିଲା ।

ଯେ ମୁଁ ମୋ ଜୀବନରେ କରୁଛି କ’ ଣ ? ଭଗବାନ ଏହି ଏହି ଶରୀରକୁ ମୋତେ ଦେଇ ଦୁନିଆକୁ କ’ ଣ ଏହି ଘୃଣ୍ୟ କାର୍ଯ୍ୟ କରିବାକୁ  ପଠାଇଥିଲେ । ତାପରେ ସେ ଧୀରେ ଧୀରେ ତାର ମନ ମସ୍ତିସ୍କରେ ପରିବର୍ତ୍ତନ ଆଣିଲା । ଅନ୍ୟ ଏକ ଦିନ ଯେତେବେଳେ ସେହି ବାବାଜୀ ଜଣଙ୍କ ସେହି ରାସ୍ତା ଦେଇଯାଉଥିଲେ । ତାଙ୍କୁ ସୁନ୍ଦରୀ ମହିଳା ଜଣଙ୍କ ଡାକିଲା ।

ବାବାଜୀ ଯୁବକ ବାବାଜୀ ଜଣଙ୍କ ମଧ୍ୟ ଜଣଙ୍କର ଆତିଥ୍ୟ ଗ୍ରହଣ କରି ତାଙ୍କ ଘରକୁ ଗଲେ । ସୁନ୍ଦରୀ ମହିଳା ଜଣଙ୍କ ବାବାଜୀଙ୍କର ଭଲ ଭାବରେ ଅତିଥି ସତ୍କାର କରିଲା । ତାପରେ ସେହି ଯୁବତୀ ଜଣଙ୍କ କହିଲେ ହେ ବାବାଜୀ ମହାଶୟ ଆପଣ ଏହି ଠାରେ କିଛି ଦିନ ଯଦି ସମ୍ଭବ ତେବେ ରୁହନ୍ତୁ । କାରଣ ଆପଣଙ୍କୁ ଦେଖି ଧୀରେ ଧୀରେ ମୋର ମନ ଓ ମସ୍ତିସ୍କରେ ସକାରାତ୍ମକ ଚିନ୍ତାଧାରା ଆସୁଛି ।

ଆପଣ ଏହି ଠାରେ କିଛି ଦିନ ରହିବା ଦ୍ଵାରା ମୁଁ ମୋର ସମସ୍ତ ଖରାପ କାର୍ଯ୍ୟକୁ ଛାଡି ଆପଣଙ୍କ ସନ୍ଥ ସହିତ ମୋର କିଛି ମାତ୍ରାରେ ପାପର ପ୍ରାୟଶ୍ଚିତ କରିପାରିବି । ଯୁବକ ବାବାଜୀ ଜଣଙ୍କ କହିଲେ ମୁଁ ମୋର ଗୁରୁଙ୍କ ଆଦେଶ ଅନୁସାରେ ଏଠାରେ ରହିପାରିବି । ଯୁବ ବାବାଜୀ ଜଣଙ୍କ ନିଜ ଗୁରୁଙ୍କ ଆଦେଶ ପାଇଁ ଆସି ୪ ମାସ ମହିଳା ଜଣଙ୍କ ପାଖରେ ରହିଲେ ।

ଯେତେବେଳେ ୪ ମାସ ହୋଇଗଲା ସେତେବେଳେ ଅନ୍ୟ ବାବାଜୀ ମାନେ ଭାବିଲେ ଯେ ସୁନ୍ଦରୀ ମହିଳା ପାଖରେ ରହିଥିବା ବାବାଜୀ ଜଣଙ୍କ ଆଉ ଆଶ୍ରମକୁ ଫେରିବେ ନାହିଁ । କାରଣ ସେହି ମହିଳାଙ୍କ ପାଖରେ ରହି ତାର ରୂପରେ ଆକର୍ଷିତ ହୋଇ ସେଠାରେ ସବୁ ଦିନ ପାଇଁ ରହିଯିବେ । ଠିକ ୪ ମାସ ହେଲା ପରେ ସେହି ଯୁବ ବାବାଜୀ ଜଣଙ୍କ ଆସି ଗୁରୁଙ୍କୁ ସାକ୍ଷାତ କରିଲେ ।

ସେ ସଂପୂର୍ଣ୍ଣ ଆଗ ପରି ଶୁଦ୍ଧ ସନ୍ୟାସୀ ଥିଲେ ବୋଲି ଜାଣିପାରିଲେ । କାରଣ ଗୁରୁ ଠିକ ଜାଣିଥିଲେ ଯେ ଏହି ଯୁବକ ବାବାଜୀ ଜଣଙ୍କ ନିଜର ମନ ଓ ମସ୍ତିସ୍କକୁ ଏପରି ଆୟତ୍ତରେ ରଖିଛନ୍ତି । ଯେ କେବେ ମଧ୍ୟ କୌଣସି ଅଳ୍ପ ସମୟର ଦେହ ସୁଖ ପାଇଁ ସେ ଦୀର୍ଘ ଦିନ ଧରି ତପସ୍ୟା କରି ଯେଉଁ ଅମୂଲ୍ୟବାଣୀ ଜାଣିଛନ୍ତି ତାହାକୁ କେବେ ମଧ୍ୟ ନଷ୍ଟ କରିବେ ନାହିଁ ।

ଏହି କଥାର ଅର୍ଥ ଏହାକି ଯେ ମନୁଷ୍ୟ ଚାହିଁଲେ ସବୁ କିଛି କରିପାରିବେ । ଯଦି ମନୁଷ୍ୟ ଅମୂଲ୍ୟ ବାଣୀକୁ ଶ୍ରବଣ କରି ନିଜକୁ ସଠିକ ମାର୍ଗରେ ଥରେ ନେଇଯିବ । ତେବେ ଏହି ଦେହ ସୁଖ ଭଳି ଛୋଟ କାର୍ଯ୍ୟରେ ସେ କେବେ ମଧ୍ୟ ମୋହିତ ହୋଇପାରିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *