ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ପରିଚୟ ସଦୃଶ ତାଙ୍କର ଏକ ନାମ ରଖାଯାଇଥାଏ । ସେହି ନାମରେ ହିଁ ବ୍ୟକ୍ତିକୁ ଡକାଯାଇଥାଏ । ତେବେ S ନାମର ବ୍ୟକ୍ତି ବିଶେଷଙ୍କ ବିଷୟରେ କିଛି ରୋଚକପୂର୍ଣ୍ଣ ତଥ୍ୟ ଓ ସେମାନଙ୍କର ୨୦୨୩ ନବବର୍ଷଟି କିପରି ରହିବାକୁ ଯାଉଛି ସେହି ବିଷୟରେ ଆଲୋଚନା କରିବା । S ଅକ୍ଷରରୁ ଆରମ୍ଭ ନାମର ବ୍ୟକ୍ତି ବିଶେଷ ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି ।
ଏମାନେ ବହୁତ ମିଳାପୀ ପସନ୍ଦର ଲୋକ ହୋଇଥାନ୍ତି । ଅନ୍ୟ ସହିତ ସାଙ୍ଗ ସାଥି ହୋଇ ବନ୍ଧୁତ୍ଵ ରଖିବାକୁ ବହୁତ ରୁଚି ରଖିଥାନ୍ତି । ଏହି ବ୍ୟକ୍ତି ନାମର ମାନେ ବୁଦ୍ଧିମାନ ହେବା ସହିତ ଚାଲାକ ମଧ୍ୟ ହୋଇଥାନ୍ତି । ଏମାନଙ୍କ ମୁଣ୍ଡରେ ସବୁବେଳେ କିଛି ନା କିଛି ନୂଆ ଯୋଜନା ଚାଲୁ ରହିଥାଏ । ଏମାନେ ଯେଉଁ କଥା ପାଇଁ ଥରେ ମନସ୍ଥ କରିଦେଇଥାନ୍ତି ।
ସେହି କଥାକୁ ପୂରଣ କରିବା ପର୍ଯ୍ୟନ୍ତ ସେମାନେ ସେଥିରେ ପ୍ରୟାସ ଜାରୀ ରଖିଥାନ୍ତି । ଏହି S ନାମର ବ୍ୟକ୍ତିବିଶେଷଙ୍କର ବ୍ୟକ୍ତିତ୍ବ ବହୁତ ଜଟିଳ ହୋଇଥାଏ । ଏମାନେ ବହୁତ ଶୀଘ୍ର ଲୋକଙ୍କ ସାଥିରେ ମିଶି ଯାଇଥାନ୍ତି ସତ କିନ୍ତୁ ଏମାନଙ୍କୁ ବୁଝିବା ଏତେ ସହଜ ହୋଇନଥାଏ । ଏମାନେ ବେଳେ ବେଳେ ବହୁତ ଜିଦି ସ୍ଵଭାବର ହୋଇଯାଇଥାନ୍ତି । ଯଦି ତାଙ୍କର ଜିଦି ପୂରଣ ହୋଇନଥାଏ ।
ତେବେ ସେମାନେ ବହୁତ ମାତ୍ରାରେ ଅନ୍ୟ ଉପରେ ରାଗି ଯାଇଥାନ୍ତି । ପରବର୍ତ୍ତୀ ସମୟରେ ସେମାନେ ନିଜର ଭୁଲକୁ ସୁଧାରିବା ପାଇଁ ମଧ୍ୟ ପ୍ରୟାସ କରିଥାନ୍ତି । ଅନ୍ୟକୁ କଷ୍ଟ ପହଞ୍ଚାଇବା କଥା କେବେ ମନରେ ଆଣିନଥାନ୍ତି । ଏହି S ନାମର ବ୍ୟକ୍ତି ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ଯାହାକୁ ନିଜର ଜୀବନସାଥି ରୂପରେ ବାଛିଥାନ୍ତି । ତାଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଇବା ସହିତ ତ’ ର ଯତ୍ନ କରିଥାନ୍ତି ।
ନିଜ ଘର ପରିବାର ଲୋକଙ୍କୁ ବହୁତ ଅଧିକ ସମ୍ମାନ କରିବା ସହିତ ତାଙ୍କ ସହିତ ସବୁଦିନ ମିଳି ମିଶି ରହିବା ପାଇଁ ଚାହିଁଥାନ୍ତି । ପରିବାର ପରେ ଦିତୀୟ ପ୍ରାଧାନ୍ୟ ସେ ତାଙ୍କର ପସନ୍ଦ କରିଥିବା ଜୀବନସାଥିକୁ ହିଁ ଦେଇଥାନ୍ତି । ତେବେ ଏହି ୨୦୨୩ ନବବର୍ଷଟି S ନାମର ଲୋକଙ୍କ ପାଇଁ ମିଶ୍ରୀତ ଫଳ ରହିବାକୁ ଯାଉଛି । ଏମାନେ ନିଜ କ୍ଯାରିଅରରେ ସଫଳତା ପାଇବେ ।
ଏହା ସହିତ ସେମାନଙ୍କ ଉପରେ ଦାୟିତ୍ଵ ଓ କର୍ତ୍ତବ୍ୟର ଭାର ଅଧିକ ୨୦୨୩ରେ ପଡିବା ପାଇଁ ଯାଉଛି । S ନାମର ଅବିବାହିତ ଲୋକଙ୍କ ମଧ୍ୟରୁ ଅନେକଙ୍କର ୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ତେଣୁ ନିଜର ଆରଧ୍ୟ ଦେବତାଙ୍କ ନାମ ସ୍ମରଣ କରି ନିଜର ୨୦୨୩ ବର୍ଷଟିକୁ ଆରମ୍ଭ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ