ଯେତେବେଳେ ମୁଣ୍ଡ ଖରାପ କରିଦିଏ Stress… ତ କଣ କରିବେ ? ନିଶ୍ଚୟ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ନିଜ ଜୀବନରେ କିଛି ନା କିଛି କାର୍ଯ୍ୟ କରିଥାଏ । କାରଣ ନିଜର ରୋଜଗାର ଦ୍ଵାରା ସେ ନିଜର ପରିବାରର ପ୍ରତିପୋଷଣ କରିପାରିବ । ତେବେ ଏହି କ୍ଷେତ୍ରରେ ବ୍ୟକ୍ତି ନିଜର ବ୍ୟକ୍ତି ନିଜ କାର୍ଯ୍ୟ କ୍ଷେତ୍ର ଓ ପାରିବାରିକ କଥାକୁ ନେଇ ଏତେ ବୀଜୀ ହୋଇଯାଇଥାଏ । ଯେଉଁ କାରଣରୁ ବ୍ୟକ୍ତି ଅଧିକ ଟେନସନ ହୋଇଯାଇଥାଏ ।

ଯେଉଁ କାରଣରୁ ସେହି ବ୍ୟକ୍ତି ମାନଙ୍କର ଷ୍ଟ୍ରେସ ହରମୋନ ରିଲିଜ ହେବାକୁ ଆରମ୍ଭ କରିଥାଏ । ଯେତେବେଳେ ବ୍ୟକ୍ତିର ଷ୍ଟ୍ରେସ ହରମୋନ ରିଲିଜ ହୋଇଥାଏ । ସେତେବେଳେ ବ୍ୟକ୍ତିର ବ୍ଲଡ଼ସୁଗାର, ଫ୍ୟାଟ ଲେଭଲ ଓ କୋଲେଷ୍ଟ୍ରଲ୍ ଲେଭଲ ଅଧିକ ବଢି ଯାଇଥାଏ । ଯାହାକି ବ୍ୟକ୍ତି ପାଇଁ ହିତକର ହୋଇନଥାଏ । ଯଦି ବ୍ୟକ୍ତି କିଛି ସମୟ ଟେନସନ ବା ଷ୍ଟ୍ରେସରେ ରହି ପୁଣି ସାଧାରଣ ଅବସ୍ତାକୁ ଚାଲିଆସିଥାଏ ।

ତେବେ ତା’ ର ସ୍ଵାସ୍ଥ ଉପରେ ଏତେ କିଛି କୁପରିଣାମ ପଡିନଥାଏ । ଯଦି ବ୍ୟକ୍ତି ସବୁବେଳେ ଅଧିକ ଷ୍ଟ୍ରେସରେ ରହିଥାଏ । ତେବେ ସେହି ବ୍ୟକ୍ତିର ହାର୍ଟ ଆଟାକ ଓ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । ଷ୍ଟ୍ରେସ ବ୍ୟକ୍ତିର ଶରୀରର ପ୍ରାୟ ସବୁ ପ୍ରକ୍ରିୟାରେ କୁ ପରିଣାମ ପକାଇଥାଏ । ଏହା ଡାଇଜେସନ, ରିପ୍ରଡ଼କଟିଭ ଓ ଇମମୁନିସିଷ୍ଟମ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

ତେଣୁ ଯେତେବେଳେ ମଧ୍ୟ ଆପଣଙ୍କୁ ଲାଗୁଛି ଆପଣ ଅଧିକ ଷ୍ଟ୍ରେସଫୁଲ ହୋଇଯାଉଛନ୍ତି । ତେବେ ଆପଣ ସେହି ମୂହୁର୍ତ୍ତରୁ ୩ ଥର ଗଭୀର ସହକାରେ ନିଶ୍ଵାସ ନେଇ ସଂପୂର୍ଣ୍ଣ ରିଲାକ୍ଷ ହୋଇଜାଆନ୍ତୁ । ତାପରେ ଆପଣ ଶାନ୍ତି ସହକାରେ ଏକଜାଗାରେ ବସିପଡନ୍ତୁ । ଏହା ସହିତ କୌଣସି ଶାନ୍ତିପୂର୍ଣ୍ଣ ଗୀତ ମଧ୍ୟ ଶୁଣିପାରିବେ । ବ୍ୟକ୍ତିର ଷ୍ଟ୍ରେସ ଲେଭଲ କମ୍ କରିବା ପାଇଁ ନିୟମିତ ରୂପେ ଯୋଗାସନ କରନ୍ତୁ ।

ବିଭିନ୍ନ ପ୍ରକାର ଏକ୍ସରସାଇଜ ମଧ୍ୟ କରନ୍ତୁ । ଯାହା ଦ୍ଵାରା ବ୍ୟକ୍ତିର ମସ୍ତିସ୍କରେ ଏମିଡାଲା କମ୍ ଓ ହିପୋକମ୍ପାସ ଲେଭଲ ଅଧିକ ରହିଥାଏ । ମସ୍ତିସ୍କର ଏମିଡାଲା କମ୍ ରହିବା ମାନେ ଆପଣ ଅଯଥା ଚିନ୍ତାରୁ ନିଜକୁ ମୁକ୍ତି କରିପାରିବେ । ହିପୋକାମ୍ପାସ ଅଧିକ ମାନେ ଆପଣଙ୍କର ମସ୍ତିସ୍କ ଅଧିକ କାର୍ଯ୍ୟକାରୀ ହୋଇପାରିବ । ଏହା ସହିତ ଆପଣଙ୍କର ବୁଦ୍ଧି ମଧ୍ୟ ବଢିବ ।

ଏହା ଛଡା ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ନିଜର ସମୟ ବାହାର କରି ନିଜ ପରିବାର କିମ୍ବା ସାଙ୍ଗସାଥିଙ୍କ ସହିତ ଛୁଟିରେ କୌଣସି ସ୍ଥାନକୁ ବୁଲିବାକୁ ଯିବା ଉଚିତ । କାରଣ ବାହାର ଜାଗା ବୁଲିବା, ଭଳିକି ଭଳିକି ଖାଦ୍ୟ ଖାଇବା ଓ ପ୍ରକୃତି ସହିତ ନିଜର ସମୟ ବିତାଇବା ଉଚିତ । ଏହା ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଥିତିରେ ସନ୍ତୁଳନ ରକ୍ଷା କରିଥାଏ ।

ତେବେ ଏହିପରି ଭାବରେ ନିଜର ଷ୍ଟ୍ରେସକୁ କମ୍ କରି ନିଜ ଜୀବନକୁ ଭରପୁର ମାତ୍ରାରେ ଉପଭୋଗ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *