ସକାଳୁ ଉଠିବା ପରେ ବାରମ୍ବାର ଛିଙ୍କ ହେଉଛି କି ? (Allergic Rhinitis) ଜାଣନ୍ତୁ ଏ ନେଇ କଣ କୁହନ୍ତି Dr Diptiman Baliarsingh

ନମସ୍କାର ବନ୍ଧୁଗଣ, ଶରୀରରେ କିଛି ବି ଅନିୟମତା ଦେଖା ଦେବାର କିଛି ପ୍ରମୁଖ କାରଣ ରହିଥାଏ । ଶରୀର କୌଣସି ଜିନିଷରେ ପ୍ରଭାବିତ ହେବା ଦ୍ଵାରା ଅସୁସ୍ଥ ଅନୁଭବ କରିଥାଏ। ସେହିଭଳି ଯଦି ଆପଣଙ୍କାର ବାରମ୍ବାର ଛିଙ୍କ ହେଉଛି ତେବେ ଏହା ହେବାର ମଧ୍ୟ କାରଣ ରହିଛି । ବାରମ୍ବାର ଛିଙ୍କ ହେବା ଦ୍ଵାରା ଆପଣ ବିରକ୍ତ ମଧ୍ୟ ହୋଇଯାଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ବାରମ୍ବାର ଛିଙ୍କ ହୋଇଥାଏ । ଯଦି ଛିଙ୍କ ହେଉଛି ତେବେ ଆପଣ କଣ କରିବା ଉଚିତ ହୋଇଥାଏ ।

ଛିଙ୍କ ଆଲର୍ଜି ପାଇଁ ହୋଇଥାଏ । ଆଲର୍ଜି ଇମ୍ୟୁନିଟିର ହାଇପୋ ସେନସିଟିଭିଟି ରିଆକ୍ସନ ଅଟେ। ଯଦି ଆପଣଙ୍କୁ କୌଣସି ଜିନିଷରେ ଆଲର୍ଜି ଅଛି ଆଉ ତାହାର ବାସ୍ନାକୁ ଆପଣ ନାକ ବାଟେ ନେଉଛନ୍ତି ଆଉ ଯଦି ବି ସେହି ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କର ବାରମ୍ବାର ଛିଙ୍କ ହେବା ଆରମ୍ଭ ହୋଇଥାଏ । ଆଲର୍ଜି ଦୁଇ ପ୍ରକାରର ରହିଛି । ଗୋଟିଏ ହେଉଛି ଆପଣଙ୍କୁ କେବଳ ବର୍ଷର ନିର୍ଦ୍ଧିଷ୍ଟ ଏକ ଋତୁରେ ହେବ ।

ଆଉ ଅନ୍ୟଟି  ହେଉଛି ଗୋଟିଏ ଲୋକ ବର୍ଷ ସାରା ପ୍ରତିଦିନ ଛିଙ୍କୁଥିବ ଆଉ ନାକରୁ ପାଣି ବାହାରୁଥିବ । ଏବଂ ନିଶ୍ଵାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ । ନାକ କୁଣ୍ଡାଇ ହୋଇଥାଏ ମଧ୍ୟ । ଫୁଲର ପୋଲେନ ପବନରେ ଆସି ନାକରେ ବାଜିବା ଦ୍ଵାରା ପୋଲେନ ଅଲର୍ଜି ହୋଇଥାଏ । ଡଷ୍ଟ ଅଧିକ ଥିଲେ ତାହା ଆପଣଙ୍କ ନାକରେ ବାଜିଲେ ଆପଣଙ୍କ ଛିଙ୍କ ହୋଇଯାଏ ଏହାକୁ ପେରେନିଆଲ ଆଲର୍ଜି ବୋଲି କୁହାଯାଏ ।

ଏହିସବୁ ଆଲର୍ଜି ହେବାର ଲକ୍ଷଣ ପ୍ରାୟ ସକାଳୁ ସକାଳୁ ଦେଖା ଦେଇଥାଏ । ଏହାର ଚିକିତ୍ସା ପାଇଁ ଲୋକଙ୍କୁ  ଇମିନୋଥେରାପି ଦିଆଯାଏ । ଏହାକୁ ଏକ ଡ୍ରପ ଭଳି ଜିଭ ତଳେ ଦିଆଯାଏ ପୋଲିଓ ଦେବା ଭଳି । ଏଥିପାଇଁ କୌଣସି ଇଂଜେକସନ ନେବାକୁ ପଡିନଥାଏ । ଏହାକୁ ଏକ ବର୍ଷରୁ ଦୁଇ ବର୍ଷ ଦେବା ଦ୍ଵାରା ଏହା ସମ୍ପୂର୍ଣ ଭଲ ହୋଇଯାଇଥାଏ ତେଣୁ ଏହି ଛିଙ୍କ ଆଉ ବାରମ୍ବାର ହୋଇନଥାଏ ।

ଥଣ୍ଡା ପାଇଁ ଛିଙ୍କ ହୁଏ ଏହା ସମ୍ପୂର୍ଣ ଭୁଲ ଅଟେ । ଛିଙ୍କ ଆଲର୍ଜି ପାଇଁ ହୋଇଥାଏ । ସ୍କିନର ଟେଷ୍ଟ କରିବା ଦ୍ଵାରା ଜଣା ପଡିଯାଏ କେଉଁ ପ୍ରକାର ଆଲର୍ଜି ଆପଣଙ୍କୁ ହୋଇଛି । ଆଲର୍ଜି ପାଇଁ ଆପଣ କୌଣସି କାମରେ ନିଜ ମନ ଲଗାଇପାରିବେ ନାହିଁ । କୌଣସି ଜିନିଷରେ ଆଉ ଧ୍ୟାନ ରହିନଥାଏ । ଧ୍ୟାନ ହଟିବାକୁ ଲାଗିଥାଏ ସବୁ ଜିନିଷରୁ ସବୁ କାମରୁ ।

ଆପଣଙ୍କୁ ନିଦ ହେବନି ନାକ ଆପାନଙ୍କର ବନ୍ଦ ହେଇଯାଏ ଯାହାଫଳରେ ନିଶ୍ଵାସ ପ୍ରଶ୍ଵାସ ଆପଣ ନେଇପାରନ୍ତି ନାହିଁ । ତେବେ ଆଲର୍ଜିର ଏକମାତ୍ର ଚିକିତ୍ସା ଉପାୟ ହେଉଛି ଇମିନୋଥେରାପି । ଆଶା କରୁଛୁ ଆପଣ ମାନଙ୍କ ପାଇଁ ଆମର ଏହି ପୋଷ୍ଟଟି ଲାଭକାରୀ ସାବ୍ୟସ୍ତ ହେବ । ଯଦି ଆପଣଙ୍କ ପାଇଁ ଏହା ଉପଯୋଗୀ ବୋଲି ଆପଣ ମନେ କରୁଛନ୍ତି ତେବେ ଲାଇକ, ଶେୟର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *