ନମସ୍କାର ବନ୍ଧୁଗଣ , ସୃଷ୍ଟି ରେ ଆରମ୍ଭ ଓ ଅନ୍ତ ହେଉଛନ୍ତି ମହାଦେବ । ତ୍ରି ଦେବଙ୍କ ମଧ୍ୟରୁ ମହାଦେବ ହେଉଛି ଶ୍ରେଷ୍ଟତମ । ମହାଦେବଙ୍କ ଭକ୍ତମାନେ ଯେବେ ତାଙ୍କୁ ପୂର୍ଣ୍ଣ ଆତ୍ମାରେ ଡାକିଥାନ୍ତି ସେମାନଙ୍କ ପ୍ରାଥନା କୁ ସେ କଦାପି ଅଣଦେଖା କରିନଥାନ୍ତି । ଯେତେ ବେଳେ ମହାଦେବ ଭକ୍ତଙ୍କ ଭକ୍ତି ରେ ପ୍ରସନ୍ନ ହେଇଥାନ୍ତି ତେବେ ସେମାନଙ୍କ ଉପରେ ଆର୍ଶୀବାଦ ର ବର୍ଷା ବର୍ଷାଇ ଥାନ୍ତି । ମାତ୍ର ଯେବେ କ୍ରୋଧିତ ହୁଅନ୍ତି ତେବେ ସଂସାର ଉପରକୁ ପ୍ରଳୟ ଆସିଥାଏ ।
ତେଣୁ ଲୋକମାନଙ୍କୁ ସର୍ବଦା ସେହି କାମ କରିବା ଉଚିତ୍ ଯେଉଥିରେ କି ପାପ ର ମିଶ୍ରଣ ହେଇନଥିବ । ଶାସ୍ତ୍ର ରେ ଏମିତି କିଛି କାମ ର ବର୍ଣ୍ଣନା କରାଯାଇଛି । ଯଥା ସେହି ସବୁ କାମକୁ କେବେ ବି କରିବା କଥା ନୁହେଁ ଆଜି ଆମେ ଆପଣଙ୍କୁ 6 ଟି ପାପ କାମ ସମ୍ବନ୍ଧରେ କହିବୁ ଯାହାକୁ ଆପଣ କେବେ ବି କରନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ମଧ୍ୟ ଭୋଗିବାକୁ ପଡିଥାଏ ମହାଦେବ ଶିବଙ୍କର କୋପ ଓ ସେମାନଙ୍କୁ କେବେବି ମିଳିନଥାଏ କ୍ଷମା ।
ମଣିଷ କୁ ସର୍ବଦା ଖୁସିରେ ରହିବାକୁ ହେଲେ ଏହି କାମ ଠାରୁ ଦୂର ରେ ରହିବା ଉଚିତ୍ ହୋଇଥାଏ । ଶାସ୍ତ୍ର ରେ କୁହାଯାଇଛି ଯେ ଲୋକମାନେ ଏମିତି କର୍ମ କରିବା ଦ୍ଵାରା ଭଗବାନ ଶିବଙ୍କ କ୍ରୋଧ ରୁ ବଞ୍ଚିପାରିନଥାନ୍ତି । ଆସନ୍ତି ଜାଣିବା ସେହି ପାପ ବିଷୟରେ ଯାହାକୁ ଆମେ କର୍ମ ମାଧ୍ୟମରେ କରିନଥାଉ , କିନ୍ତୁ ଯଦି ଚିନ୍ତା ରେ ବି କରିଥାଉ ତାହା ପାପ ଶ୍ରେଣୀରେ ଗଣିତ ହୋଇଥାଏ ।
1- ଯଦି ଆପଣ କାହାରି ସ୍ତ୍ରୀ ବା ପୁରୁଷଙ୍କୁ ପାଇବାର ଇଛା ମନରେ ରଖିଥାନ୍ତି । ତେବେ ଏହାକୁ ବହୁତ ବଡ ବୋଲି ପୁରାଣରେ କୁହାଯାଇଛି । ମନରେ ରେ ଭାବିଥିବା ବିଷୟ କୁ ମଧ୍ୟ ଇଶ୍ଵରଙ୍କ ହିସାବରେ ଆସିଥାଏ । 2- ଆପଣ ଅନ୍ୟ କାହାରି ଧନ କୁ ହରଣ କରିବାର ଇଛା ରଖିବା ଭଗବାନ ଶିବଙ୍କ ଦୃଷ୍ଟରେ ଏହା କ୍ଷମା ହୀନ ପାପ ଅଟେ । ଏହା ବହୁତ ବଡ ଅପରାଧ ଅନ୍ୟ ର ଧନ କୁ ସର୍ବଦା ମାଟି ସମ୍ମାନ ଭାବିବା ଉଚିତ୍ ।
3 ଯଦି କେହି ମଣିଷ ଦୁର୍ବଳ ମଣିଷ ଉପରେ ନିଜର ବଳକୁ ପ୍ରଦର୍ଶନ କରିଥାଏ ତେବେ ଏହାକୁ ଦେଖି ମହାଦେବଙ୍କ ସେମାନଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ଓ ସେମାନଙ୍କୁ କ୍ଷମା କରନ୍ତି ନାହିଁ । 4- ମଣିଷ ଭଲ ପଥ କୁ ଛାଡି ଖରାପ ପଥରେ ଚାଲିବା ଇଶ୍ଵରଙ୍କ ଦୃଷ୍ଟିରେ ପାପ ସହିତ ସମାନ ଅଟେ । ତେଣୁ ଜୀବନରେ ଯେତେ ଵି କଷ୍ଟ ଆସି ପଛେ ଭଲ ପଥରେ ଗଲେ ଇଶ୍ଵରଙ୍କ ଅନୁଗ୍ରହ ପ୍ରାପ୍ତ କରିଥାଉ ।
5- ଯେଉଁ ପୁରୁଷ ନାରୀକୁ ଖରାପ ଦୃଷ୍ଟିରେ ଦେଖିଥାଏ ବା କଷ୍ଟ ଦେଇଥାଏ । ଭଗବାନ ଶିବ ସେମାନଙ୍କୁ କ୍ଷମାର ଯୋଗ୍ୟ ମାନି ନ ଥାନ୍ତି । 6- ଯେଉଁ ଘରେ ପିତାମାତାମାନଙ୍କୁ ଅପମାନିତ କରାଯାଇଥାଏ । ସେମାନଙ୍କୁ ମହାଦେବ କେବେବି କ୍ଷମା କରିବେ ନାହିଁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ । `