ଜଲ୍ଦି ପ୍ରେଗନେଣ୍ଟ ହେବା ପାଇଁ କେଉଁ ଦିନ କରିବେ ସହବାସ ? ଜାଣନ୍ତୁ ସଠିକ ନିୟମ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଶୀଘ୍ର ଗର୍ଭବତୀ ହେବାର କିଛି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଗର୍ଭବତୀ ହେବା ପ୍ରତ୍ୟକ ମହିଳା ଜୀବନର ଏକ ସୁଖଦ ଅନୁଭୂତି । କେତେକ ମହିଳା ଏହି ଅନୁଭୂତି ରୁ ବଞ୍ଚିତ ହେଉଛନ୍ତି । ବାରମ୍ବାର ଚେଷ୍ଟା କରିଲେ ମଧ୍ୟ ସେମାନେ ପ୍ରେଗନେଣ୍ଟ ହୋଇ ପାରୁ ନାହାଁନ୍ତି । ଏହାର ମୁଖ୍ୟ କାରଣ ହେଉଛି ସଠିକ ସମୟରେ ସହବାସ ନ କରିବା । ଗର୍ଭ ଧାରଣ ନିମନ୍ତେ ସଠିକ ସମୟରେ ସହବାସ କରିବା ନିତ୍ୟାନ୍ତ ଜରୁରୀ ହୋଇଥାଏ ।

ପ୍ରତ୍ୟକ ମାସର ଏମିତି କେତେକ ଦିନ ଥାଏ ଯେଉଁ ଦିନରେ ସହବାସ କରିଲେ ପ୍ରେଗନେଣ୍ଟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ । ପିରିୟଡ୍ସ ହେବାର ୬ ଦିନ ପରେ ମାସିକ ଧର୍ମ ବନ୍ଦ ହୋଇଯାଏ । ସେତେବେଳେ ମହିଳାର ଅଣ୍ଡାଶୟରେ ଗୋଟିଏ ଅଣ୍ଡା ଡେଭଲପ ହେବାକୁ ଲାଗିଥାଏ । ପିରିୟଡ୍ସ ଆରମ୍ଭ ହେବାରୁ ୧୧ ଦିନ ପର୍ଯ୍ୟନ୍ତ ଗୋଟିଏ ଅଣ୍ଡା ବିକଶିତ ହୋଇଥାଏ ।

ଏହା ଗର୍ଭାଶୟ ପାଖେ ଅପେକ୍ଷା କରିଥାଏ । ଓଭାଲେସନ ହେବା ଦିନଠାରୁ ପରବର୍ତ୍ତୀ ୫ ଦିନ ହେଉଛି ସହବାସ କରିବା ନିମନ୍ତେ ସଠିକ ସମୟ । ଅର୍ଥାତ ପିରିୟଡ୍ସ ଷ୍ଟାର୍ଟ ହେବା ଦିନରୁ ୧୧ ଦିନ ଛାଡି ଦେଲା ପରେ ଲଗାତାର ୫ ଦିନ ପର୍ଯ୍ୟନ୍ତ ସହବାସ କରିଲେ ପ୍ରେଗନେଣ୍ଟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ ।

ଏହି ସମୟରେ ପୁରୁଷ ର ସ୍ପର୍ମ ସ୍ତ୍ରୀ ର ଅଣ୍ଡା ସହିତ ମିଶିଯାଇଥାଏ ଏବଂ ଏହାପରେ ଗର୍ଭଧାରଣ ହୋଇଯାଏ । କିନ୍ତୁ ପିରିୟଡ୍ସ ହେବାର ୨୦ ଦିନ ପରେ ପ୍ରେଗନେଣ୍ଟ ହେବାର ସମ୍ଭାବନା ବହୁତ ଅଧିକ କମିଯାଏ । ତେଣୁ ଆପଣ ଏହି ସମୟରେ ଯେତେ ଚେଷ୍ଟା କରିଲେ ମଧ୍ୟ ଗର୍ଭ ଧାରଣ ହୋଇପାରିନଥାଏ । ଏଣୁ ଯଦି ଆପଣ ଗର୍ଭଧାରଣ କରିବା ନିମନ୍ତେ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କ ନିଜର ପିରିୟଡ ଡେଟ କୁ ନୋଟ କରନ୍ତୁ । ଡେଟ ୧୧ ଦିନ କୁ ଛାଡି ପ୍ରତ୍ୟକ ଦିନ ସହବାସ କରନ୍ତୁ ।

ଓଭାଲେସନ କୀଟ ମାଧ୍ୟମରେ ଆପଣ ନିଜ ଅଣ୍ଡାଶୟରୁ ଅଣ୍ଡା ରିଲିଜ କେବେ ହେଲା ତାହା ଜାଣି ପାରିବେ । ପୁରୁଷ ର ସ୍ପର୍ମ ସ୍ତ୍ରୀ ର ଗର୍ଭାଶୟ କୁ ଗଲା ସମୟରେ ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରେ । ଏଣୁ ଗର୍ଭାଧାରଣ ସମୟରେ ସୁସ୍ଥ ସ୍ପର୍ମ ମହଜୁତ ରଖିବା ନିମନ୍ତେ ପ୍ରତି ୨୪ ଘଣ୍ଟା ରେ ଥରେ ସହବାସ କରିବା ଉଚିତ । ଏହା ସହିତ ଉତ୍ତମ ଭୋଜନ ଏବଂ ଫଳ ଖାଇବା ଆବଶ୍ୟକ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *