କେଉଁ ଦେବା ଦେବୀଙ୍କୁ ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ ? ଜାଣନ୍ତୁ ଓଡିଆ ଘରେ ପ୍ରଚଳିତ ଥିବା କିଛି ନିୟମ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ମନ୍ଦାର ଫୁଲ ସମ୍ବନ୍ଧରେ କହିବାକୁ ଯାଉଅଛୁ । ସାଧାରଣତ ମନ୍ଦାର ଫୁଲ ଆମ୍ଭେ ସବୁଦେବାଦେବୀ ଙ୍କୁ ଅର୍ପଣ କରି ନଥାଉ । ମାତ୍ର କିଛି ଲୋକ ଯେଉଁମାନେ ଜାଣି ନାହାନ୍ତି ସେମାନେ ଏହି ଫୁଲ କୁ ସେହି ଜାଗାରେ ବ୍ୟବହାର କରିଥାନ୍ତି । ଭଗବାନ ବିଷ୍ଣୁ ଙ୍କର ଯେତେ ସବୁ ଅବତାର ଅଛନ୍ତି ସମସ୍ତଙ୍କ ପୂଜା ଯେଉଁ ଭକ୍ତ ମାନେ କରିଥାନ୍ତି ସେହି ଭକ୍ତ ମାନଙ୍କୁ ବୈଷ୍ଣବ ବୋଲି କୁହାଯାଏ ।

ବୈଷ୍ଣବିଅ ଧର୍ମ ଅନୁସାରେ ମନ୍ଦାର ଫୁଲ କେବେ ମଧ୍ୟ ଭଗବାନ ବିଷ୍ଣୁ ଙ୍କର କୌଣସି ଅବତାର କୁ ଅର୍ପଣ କରାଯାଇ ନଥାଏ । ହିନ୍ଦୁ ଧର୍ମ ରେ ମୁଖ୍ୟ ଦେବତା ଙ୍କ ଭିତରେ ଭଗବାନ ବିଷ୍ଣୁ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀ ଅଥବା ମା’ ଶକ୍ତି ଆସିଥାନ୍ତି । ଏଣୁ ଦେବ ଦେବ ମହାଦେବ ଙ୍କର ଯେଉଁମାନେ ଭକ୍ତ ସେମାନଙ୍କୁ ଶୈବ ବୋଲି କୁହାଯାଇଥାଏ ।

ଆପଣ ମହାଦେବଙ୍କୁ ମନ୍ଦାର ଫୁଲ ଅର୍ପଣ କରିପାରିବେ କିନ୍ତୁ ଲାଲ ରଙ୍ଗର ମନ୍ଦାର ଅର୍ପଣ କରିପାରିବେ ନାହିଁ । ପ୍ରଭୁଙ୍କୁ ଆପଣ ଧଳା ରଙ୍ଗର ମନ୍ଦର ଅର୍ପଣ କରିପାରିବେ । ଯେ ହେତୁ ଭଗବାନ ବିଷ୍ଣୁ ଙ୍କ ପତ୍ନୀ ହେଉଛନ୍ତି ମାତା ଲକ୍ଷ୍ମୀ ଏଣୁ ମାତା ଲକ୍ଷ୍ମୀ ଙ୍କ ପୂଜାରେ ମଧ୍ୟ ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ । ଏଣୁ ମାଣବସା ହେଉ ଅଥବା ସୁଦଶାବ୍ରତ ହେଉ ଆପଣ ସେହି ସମୟରେ ମାତା ଙ୍କୁ କେବେ ମଧ୍ୟ ମନ୍ଦାର ଫୁଲ ଅର୍ପଣ କରିବେ ନାହିଁ ।

ଚଣ୍ଡୀ ଙ୍କ ଆରାଧାନା ସମୟରେ ମନ୍ଦାର ଫୁଲ ଆମ୍ଭକୁ ଯେମିତି ହେଲେ ଅର୍ପଣ କରିବାକୁ ହେବ । ମା’ ସାରଳା, ମା’ ତାରିଣୀ, ମା’ ସମଲେସ୍ଵରୀ ଙ୍କ ପୂଜା ରେ ମଧ୍ୟ ଆପଣ ଯେ କୌଣସି ବର୍ଣ୍ଣର ମନ୍ଦାର ଅର୍ପଣ କରି ପାରିବେ । ମାତ୍ର ଲାଲ ମନ୍ଦାର ମା’ଙ୍କୁ ସବୁବେଳେ ପ୍ରିୟ । ମାତା ଦୂର୍ଗା ଏବଂ ମାତା କାଳୀ ଙ୍କୁ ମଧ୍ୟ ଆପଣ ମନ୍ଦର ଫୁଲ ଅର୍ପଣ କରି ପାରିବେ ।

ମାତ୍ର ଆପଣ ଏତିକି ମନେ ରଖିବେ ଯେ ମା’ ପାର୍ବତୀ ଙ୍କର ଯେତେ ମଧ୍ୟ ଅବତାର ରହିଲେ ସମସ୍ତଙ୍କୁ ଆମ୍ଭେ ମନ୍ଦାର ଫୁଲ ଅର୍ପଣ କରିପାରିବା । ଶ୍ରୀ ଗଣେଶ ଙ୍କୁ ଯଦି ଆପଣ ଏକୁଟିଆ ବସାଇ ପୂଜା କରୁଛନ୍ତି ତେବେ ତାଙ୍କୁ ମଧ୍ୟ ଆପଣ ମନ୍ଦାର ଫୁଲ ଅର୍ପଣ କରିପାରିବେ । ଆପଣ ତାଙ୍କୁ ସମସ୍ତ ପ୍ରକାରର ମନ୍ଦାର ଫୁଲ ଅର୍ପଣ କରି ପାରିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *