ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ନେଇ ଆସିଅଛୁ ଏକ ଘରୋଇ ଉପାୟ । ଆପଣ ଏହାକୁ ପ୍ରୟୋଗ କରିଲେ ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ରହିବ ନାହିଁ । ଆଜିଭଳି ଦିନରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଆଜିକାଲି ଛୋଟ ପିଲାଙ୍କ ଠାରେ ମଧ୍ୟ ଦେଖାଯାଉଅଛି । ଆପଣ ଏଥି ନିମନ୍ତ ଘରୋଇ ଉପଚାର ସାହାର୍ଯ୍ୟ ରେ ଏହାକୁ ସଠିକ କରନ୍ତୁ । ଆପଣ କୌଣସି ମେଡ଼ିସିନ ସେବନ କରନ୍ତୁ ନାହିଁ କାରଣ ଏଥିରେ ଅନେକ ପ୍ରକାରର ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ ।
ଆପଣ ଯଦି ଅତି ଛୋଟ ବେଳୁ ଏହାର ସେବନ କରିବେ ତେବେ ବିଭିନ୍ନ ସମସ୍ୟା ର ସମୁଖୀନ ହୋଇ ପାରନ୍ତି । ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ପ୍ରଥମେ ଆପଣ ଗ୍ୟାସ ଲଗାଇ ସେଥିରେ ଏକ ଛୋଟ ପ୍ୟାନ ବସାନ୍ତୁ । ଏହାପରେ ଆପଣ ସେଥିରେ କିଛି ସୋରିଷ ତେଲ ପକାନ୍ତୁ । ଏହାପରେ ଆପଣ ୨ ରୁ ୩ ଟି ରସୁଣ କୁ ଭଲ ଭାବରେ ଛେଚି ଦିଅନ୍ତୁ । ଏହାପରେ ଆପଣ ଏକ ଚାମଚ ମାତ୍ରାରେ ଜୁଆଣୀ ପକାନ୍ତୁ ।
ପ୍ରାଏ ୫ ମିନିଟ ପର୍ଯ୍ୟନ୍ତ ଆପଣ ସିମ କରି ଫୁଟାଇ ଦିଅନ୍ତୁ । ଜୁଆଣୀ ଏବଂ ରସୁଣ ଭଲ ଭାବରେ ଫୁଟି ସାରିବା ପରେ ଆପଣ ଏହାକୁ ଏକ ପାତ୍ର କୁ କାଢି ନିଅନ୍ତୁ । ଏହାପରେ ଆପଣ ଏଥିରେ କର୍ପୁର କୁ ଗୁଣ୍ଡ କରି ସେଥିରେ ପକାନ୍ତୁ । ଏହାପରେ ଆପଣ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ୪ ଟି ଜିନିଷ ର ମିଶ୍ରଣ ରେ ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ଲୁଚି ରହିଅଛି ।
ଆପଣ ଏହିଭଳି ଜଡିବୁଟି କୁ ନିଜ ଘରେ ପ୍ରସ୍ତୁତ କରି ଆପଣଙ୍କ ଆଣ୍ଠୁଗଣ୍ଠି ରେ ଲଗାଇ ଦିଅନ୍ତୁ । ଆପଣ ରାତିରେ ଶୋଇବା ବେଳେ ଏହି ଉପାୟ ପ୍ରସ୍ତୁତ କରି ଲଗାନ୍ତୁ । ମାତ୍ର ଏହାର କୌଣସି ନିର୍ଦ୍ଧାରିତ ସମୟ ରହିନାହିଁ । ଆପଣ ଦିନକୁ ଥରେ ନିଜ ଗୋଡରେ ଲଗାଇବାକୁ ଚେଷ୍ଟା କରନ୍ତୁ । ଆପଣ ନିଜେ ଦେଖିବାକୁ ପାଇବେ ଆପଣଙ୍କର ଯେତେ ମାତ୍ରାରେ ବିନ୍ଧା ରହିଥାଉ ନା କାହିଁକି ସବୁଥିରୁ ଆପଣଙ୍କୁ ଆରମ ମିଳିବ । ଏହି ଉପାୟ ଟି ବହୁତ କାର୍ଯ୍ୟକାରୀ ଅଟେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।