Health Tips- ହାତ ଗୋଡ ଝିମିଝିମି ହେଇ ଯାଉଛି ତ ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏମିତି କାହିଁକି ହେଉଛି ଓ କିପରି କରିବେ ଏହାର ଚିକିତ୍ସା

ବନ୍ଧୁଗଣ, ଅଧିକାଂଶ ସମୟରେ ଆପଣ ମାନଙ୍କର ଗୋଡ-ହାତ ଶୁନ ପଡି ଯାଉଥିବା ଅଥବା ଅନେକ ସମୟରେ ଏହା ଝିମ ଝିମ ହୋଇ ଯାଇଥାଏ । ଏଭଳି ଆପଣଙ୍କ ସହିତ ବାରମ୍ବାର ହୋଇଥାଏ । ଆପଣଙ୍କୁ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

ଆପଣ ଏହି ସମସ୍ୟା କୁ ଆଦୌ ହେଳା ତଥା ଅଣଦେଖା କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଶରୀରର କୌଣସି ଏକ ଗମ୍ଭୀର ବିମାରୀ ହୋଇପାରେ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ସମସ୍ୟା ସହିତ ଜଡିତ କିଛି ବିଶେଷ ବିବରଣୀ ଦେବାକୁ ଯାଉଅଛୁ । ଏହି ସମସ୍ୟା ର ସମାଧାନ ଆମ୍ଭେ ଘରେ ରହି କିଭଳି କରି ପାରିବା ଆସନ୍ତୁ ବର୍ତ୍ତମାନ ତାହା ସମ୍ବନ୍ଧରେ ଜାଣିବା । ଆମ ଶରୀରର ବିଶେଷ ଅଙ୍ଗ ଆମ୍ଭର ହାତ ତଥା ଗୋଡ ଅଟେ ।

ମାତ୍ର କୌଣସି କାରଣ ବଶତ ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବରେ ନ ହେବାରୁ ଆମ ହାତଗୋଡ ଶୁନ ତଥା ଝିମଝିମ ହୋଇ ଯନ୍ତ୍ରଣା କରିବାକୁ ଲାଗିଥାଏ । ମାତ୍ର ଯଦି ଲମ୍ବା ସମୟ ଧରି ଆପଣଙ୍କ ହାତରେ ଯନ୍ତ୍ରଣା ହେଉଛି ତେବେ ଆପଣଙ୍କ ହାତ ତଥା ପାପୁଲି ମଧ୍ୟରେ ଥିବା ଶିରା ଦବିଯାଇଥାଏ । ଏହା ଫଳରେ ଆପଣଙ୍କୁ ଏଭଳି ସମସ୍ୟା ର ଶିକାର ହେବାକୁ ପଡିଥାଏ ।

ଏହା ସହିତ ଆପଣ କୌଣସି ଟାଇଟ ପୋଷାକ ପିନ୍ଧୁଛନ୍ତି ଏହା ମଧ୍ୟ ଆପଣଙ୍କ ଗୋଡ ଝିମ ଝିମ ର ପ୍ରମୁଖ କାରଣ ହୋଇପାରେ । ଯଦି ଆପଣ ଅଧିକ ସମୟ ଧରି କୌଣସି ଜାଗାରେ ବସିଛନ୍ତି ତେବେ ମଧ୍ୟ ଏହି ସମସ୍ୟା ଦେଖାଯିବା ସ୍ଵଭାବିକ । ମାତ୍ର ଅନେକ ସମୟରେ ଆପଣଙ୍କ ମଧ୍ୟରେ ରହିଥିବା ରୋଗ ତଥା ଥାଇରଏଡ, ବ୍ଲଡ଼ ପ୍ରେସର, ଡାଇବେଟିକ୍ସ ଆଦି କାରଣରୁ ମଧ୍ୟ ଏହିଭଳି ସମସ୍ୟା ଦେଖାଯାଇଥାଏ । ଏହାର ଉପାୟ ସ୍ୱରୂପ,-

୧- ସର୍ବ ପ୍ରଥମେ ଆପଣ ପାଣି କୁ ଗରମ କରି ଦିଅନ୍ତୁ । ଏହାପରେ ଏଥିରେ କିଛି ମାତ୍ରାରେ ସନ୍ଧବ ଲୁଣ ପକାଇ ଦିଅନ୍ତୁ । ପାଣି ଯେତେବେଳେ ଉଷୁମ ହେବ ଆପଣ ଏଥିରେ ନିଜ ଗୋଡ ତଥା ହାତ କୁ ବୁଡାଇ ରଖନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ଏଭଳି ରଖନ୍ତୁ ଆରାମ ମିଳିବ ।

୨- ଏକ ଚାମଚ ଡାଲଚିନି କୁ ଆପଣ ଏକ ଗିଲାସ ଉଷୁମ ପାଣିରେ ପକାଇ ଖାଲି ପେଟରେ ସେବନ କରନ୍ତୁ ଏହା ଦ୍ଵାରା ମଧ୍ୟ ଆପଣଙ୍କୁ ଅନେକ ଉପକାର ମିଳିବ ସହିତ ଆପଣଙ୍କ ହାତ ଗୋଡ ରେ ଦେଖାଯାଉଥିବା ସମସ୍ୟା ଦୂର ହେବ ।

୩- ଶୁଣ୍ଠି ଏବଂ ହଳଦୀ ର ପ୍ରୟୋଗ ମଧ୍ୟ ଆପଣ ମାନେ କରି ପାରିବେ । ରାତିରେ ଶୋଇବା ପୂର୍ବରୁ ଆପଣ ଏହି ଦୁଇଟି ପଦାର୍ଥ ର ଗୁଣ୍ଡ କୁ ଏକ ଗିଲାସ କ୍ଷୀର ରେ ମିଶାଇ ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କୁ ଆରମ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *