ତୁରନ୍ତ ଆସି ନ ଥାଏ ହାର୍ଟଟାକ, ହାର୍ଟଟାକ ଆସିବା ପୂର୍ବରୁ ଦେଖାଦିଏ ଏହି ସବୁ ଲକ୍ଷଣ- Health Tips

ଶରୀର ମଧ୍ୟରେ ସବୁ କିଛି ଠିକ୍ ନାହିଁ ବୋଲି ହୃଦଘାତ ହେବାର ଅନେକ ଦିନ ବା ମାସ ଆଗରୁ ଆମ ଶରୀର ଆମକୁ ସଙ୍କେତ ଦେବା ଆରମ୍ଭ କରି ଦେଇଥାଏ । ଆମକୁ କେବଳ ସେ ସବୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।

ମାତ୍ର ଜ୍ଞାନର ଅଭାବରୁ ଆମେ ଆମ ଶରୀରର ସେହି ସଙ୍କେତ ଗୁଡ଼ିକୁ ଅଣଦେଖା କରି ଦେଇଥାଉ ଓ ପରେ ତାହା ଭୋଗିବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ ହୃଦଘାତର ସେହି ସବୁ ଲକ୍ଷଣ ବିଷୟରେ ଜଣାଇବୁ । ହୃଦଘାତ ହେଉ ବା ମସ୍ତିଷ୍କ ଘାତ ତାହା ଅଚାନକ ହିଁ ହୋଇଥାଏ । ମାତ୍ର ଅନେକ ମାସରୁ ଆମ ଶରୀରରେ ଏପରି କିଛି ଲକ୍ଷଣ ଦେଖା ଦେଇଥାଏ ଯାହା ଆମ ଦୈନନ୍ଦିନ ଜୀବନରେ ଦଖଲ ଦେଇଥାନ୍ତି ।

ମେଡିକାଲ ଭାଷାରେ ହୃଦଘାତକୁ ମାୟୋ କର୍ଡିଆଲ୍ ଇନଫ୍ରାକ୍ସନ ବୋଲି କୁହାଯାଏ । ଚାଲିବା ବା କାର୍ଯ୍ୟ କରିବା ସମୟରେ ଛାତି ଭାରି ହେଲା ପରି ଲାଗିବା ଓ କାର୍ଯ୍ୟ ବନ୍ଦ କରିଦେଲେ ତାହା ଠିକ୍ ହୋଇଯିବା, ହୃଦ ରୋଗର ଏକ ସାମାନ୍ୟ ଲକ୍ଷଣ ଅଟେ । ଏହାକୁ ଏଞ୍ଜାଇନା ପେଲ୍ ବୋଲି କୁହାଯାଏ । ଅନେକ ଲୋକଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଅନେକ ସମୟରେ ନିଃଶ୍ୱାସ ଫୁଲିବା ପରି ଲାଗିଥାଏ ।

ଆପଣ ଧ୍ୟାନ ଦେବା ଉଚିତ୍ ପୂର୍ବରୁ ଆପଣ ଅନେକ ବାଟ ଚାଲି ପାରୁଥିଲେ ଓ ସିଡି ମଧ୍ୟ ଚଢ଼ି ପାରୁଥିଲେ । ମାତ୍ର ଏବେ ଦୁଇ ପାଦ ଚାଲିଲେ ବା ଗୋଟିଏ ମହଲା ରୁ ଓହ୍ଲାଇଲେ ମଧ୍ୟ ଆପଣଙ୍କ ନିଃଶ୍ୱାସ ଫୁଲିବା ଲାଗୁଛି । ଯଦି ଆପଣଙ୍କ ସ୍ୱାସ୍ଥ୍ୟରେ ଅନ୍ୟ କିଛି ସମସ୍ୟା ନାହିଁ ଓ ଏଭଳି ବହୁତ ଲମ୍ବା ସମୟରୁ ହେଉଛି ତେବେ ଆପଣଙ୍କୁ ଏହି ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ । ଅନେକ ସମୟରେ ଲାଗିଥାଏ ଖାଇବା ପରେ ଗଳାରେ ଜ୍ଵଳନ ହେଉଛି ।

ଏପରି ସମୟରେ ଯେତେବେଳେ ଯାହା ମଧ୍ୟ କିଛି ଖାଉଛନ୍ତି ତାହା ପରେ ଆପଣଙ୍କୁ ଏପରି ଅନୁଭବ ହୋଇପାରେ । ପ୍ରତ୍ୟେକ ଥର ଖାଇବା ଠିକ୍ ପରେ ଏପରି ହେବା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ । ତେବେ ଜରୁରୀ ନୁହେଁ ଏପରି ସମସ୍ତଙ୍କ ସହିତ ହୁଏ ବା ଏହା ହୃଦଘାତର ଲକ୍ଷଣ ବୋଲି । ଏହାର ଅନ୍ୟ କୌଣସି ମଧ୍ୟ କାରଣ ଥାଇ ପାରେ, ମାତ୍ର ଏହା ହୃଦଘାତର ମଧ୍ୟ ଲକ୍ଷଣ ହୋଇ ଥାଇ ପାରେ ।

ଖାଇବା ପରେ ଯେତେବେଳେ ଆପଣ ଚାଲିବାକୁ ଲାଗନ୍ତି ଏହି ସମୟରେ ଛାତିରେ ତେଜ ଯନ୍ତ୍ରଣା ସହ ଦରଜ ଲାଗିବା ଓ ରୋକିଗଲେ ଏହି ଯନ୍ତ୍ରଣା ଠିକ୍ ହୋଇଯିବା ମଧ୍ୟ ହୃଦଘାତର ଏକ ଲକ୍ଷଣ ଅଟେ । ଏପରି ସ୍ଥିତି ଯଦି କାହାକୁ ଅନେକ ସମୟ ଧରି ଦେଖା ଯାଉଛି ତେବେ ଏହା ହୃଦ ରୋଗର ଲକ୍ଷଣ ହୋଇପାରେ । ହୃଦ ଯନ୍ତ୍ରଣା ସହ ଜଡ଼ିତ ଏପରି କିଛି ଲକ୍ଷଣ ରହିଛି ଯାହା ଅନ୍ୟ ରୋଗ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ ।

ଏହି କାରଣରୁ ଏହି ଲକ୍ଷଣ ଗୁଡ଼ିକର ଯାଞ୍ଚ ନ କରି ଏହା ହୃଦଘାତର ହିଁ ଲକ୍ଷଣ ବୋଲି ବୁଝି ପାରିବା କଷ୍ଟକର ହୋଇଥାଏ । ଏହା ସହ ମୁଣ୍ଡ ବୁଲାଇବା, ବାନ୍ତି ହେବା ବା ଏହିପରି ଅନୁଭବ ହେବା ଭଳି ଲକ୍ଷଣ ମଧ୍ୟ ହୃଦ ରୋଗର ଅନ୍ତର୍ଭୁକ୍ତ ଅଟେ । ଏହି ଲକ୍ଷଣ ପେଟ ରୋଗ, ମସ୍ତିଷ୍କ ରୋଗ ଓ ସୁଗାର୍ କମ୍ ହେବା ହେତୁ ମଧ୍ୟ ଅନୁଭବ ହୋଇପାରେ ।

ସାଧାରଣ ଭାବେ କାଶକୁ ପାଣିପାଗ ପରିବର୍ତ୍ତନ ହେତୁ ହେଉଥିବା ସମସ୍ୟା ବା ଟିବି ରୋଗର ଲକ୍ଷଣ ବୋଲି କୁହାଯାଏ । ମାତ୍ର କାଶ ହୃଦ ରୋଗର ସଙ୍କେତ ମଧ୍ୟ ହୋଇଥାଏ । ମାତ୍ର ଏହି ଲକ୍ଷଣ ପ୍ରତ୍ୟେକ ହୃଦ ରୋଗୀଙ୍କ ମଧ୍ୟରେ ଦେଖା ଯାଏ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *