ହାର୍ଟ ଯନ୍ତ୍ରଣା ଓ ସର୍ବାଇକଲ ଯନ୍ତ୍ରଣା ମଧ୍ୟରେ କି ପାର୍ଥକ୍ଯ ରହିଛି ? ଜାଣନ୍ତୁ ଏହି ବିଷୟରେ… Dr Bimal Chhajar

ନମସ୍କାର ବନ୍ଧୁଗଣ , ଆମ ଛାତିର ଯନ୍ତ୍ରଣା ସାଧାରଣ ଯନ୍ତ୍ରଣା ବା ଏହା ହାର୍ଟ ଆଟର୍କ । ଏହି ପ୍ରଶ୍ନ କୁ ନେଇ ଅନେକଙ୍କ ମନରେ ସନ୍ଦେହ ରହିଛି । ଅନେକ ଲୋକ ଏହାକୁ ସାଧାରଣ ଯନ୍ତ୍ରଣା ଭାବି ଔଷଧ ନେଇ କଷ୍ଟ କମ୍ କରିଥାନ୍ତି । କିନ୍ତୁ ଡାକ୍ତରଙ୍କ ମତ ଅନୁସାରେ ଏହା ଠିକ୍ କି । ଡାକ୍ତର ବିମାଲ ଚାଯର କହିଛନ୍ତି ଯେ ରୋଗୀ ଡାକ୍ତରଙ୍କ ପାଖ କୁ ଆସିଲା ସମୟରେ ଏହା କହିଥାଏ କି ତାହାର ବାମ କାନ୍ଧ ରୁ ଯନ୍ତ୍ରଣା ହୋଇଥାଏ ।

ଏହା ଛାତି ଯାଏ ଆସିଥାଏ ଏହା କଣ ହାର୍ଟ ଆଟାର୍କ କି । ଡାକ୍ତରଙ୍କ କହିବା ଅନୁସାରେ ଏହା ହାର୍ଟ ଯନ୍ତ୍ରଣା ନୁହେଁ ମାତ୍ର cervical pain ଅଟେ । ଏହା ଜାଣିବା ପାଇଁ ଆପଣଙ୍କୁ ଏହାର ପରୀକ୍ଷା କରିବା ଉଚିତ୍ । ହାର୍ଟ ର pain ଓ cervical ଯନ୍ତ୍ରଣା ଉଭୟ ଭିନ୍ନ ହୋଇଥାଏ । ପରୀକ୍ଷା ପରେ ରୋଗୀ କୁ ଜଣା ପଡିଥାଏ ଏହା କେଉଁ ଯନ୍ତ୍ରଣା ବୋଲି । ଯେବେ ବ୍ୟକ୍ତି ଜାଣିଥଏ କି ତାଙ୍କୁ ହାର୍ଟ ଯନ୍ତ୍ରଣା ନୁହେଁ cervical pain ହେଇଛି ।

ଏହା ଶୁଣି ବ୍ୟକ୍ତି ଖୁସି ହୋଇଥାଏ । ଏହି ଦୁଇଟି ଯନ୍ତ୍ରଣା ଭିନ୍ନ ହୋଇଥାଏ ହାର୍ଟ ର ଯନ୍ତ୍ରଣା ଚାଲିଲା ବେଲେ ହୋଇଥାଏ । କିଛି ସମୟ ବିଶ୍ରାମ କଲେ ଠିକ୍ ହୋଇଯାଇଥାଏ । କିନ୍ତୁ ସାର୍ଭାଇକ୍ଯାଲ ଯନ୍ତ୍ରଣା ଏହାର ଓଲଟା ହୋଇଥାଏ । ଏହି ଯନ୍ତ୍ରଣା ଚାଲିଲା ସମୟରେ ଠିକ ରହିଥାଏ ଏବଂ ବସିଲା ବେଳେ ଅଧିକ ହୋଇଥାଏ । ଏହି ଯନ୍ତ୍ରଣା ଆମ କାନ୍ଧ ରେ ଥିବା ଶିରା  ସଠିକ ଭାବରେ କାର୍ଯ୍ୟ ନ କରିବା ଦ୍ଵାରା ହାଡ ରେ ଏହି ଯନ୍ତ୍ରଣା ଟା  ହୋଇଥାଏ  ।

ଔଷଧ ଦ୍ଵାରା ଏହି ଯନ୍ତ୍ରଣା କମି ନଥାଏ  ତେଣୁ ଆମ କୁ x-rey କରିବାକୁ ପଡିଥାଏ । ହାର୍ଟ ର ଯନ୍ତ୍ରଣା ପାଇଁ ଆମେ ଔଷଧ ନେବା ଦ୍ଵାରା କିଛି ସମୟ ପରେ ଏହା କମିଯାଇଥାଏ । ହାର୍ଟ ର ଯନ୍ତ୍ରଣା ଜାଣିବାକୁ  ହେଲେ ଆମ କୁ ହାର୍ଟ ସ୍କାନ କରି ଜାଣିପାରିଥାଉ । ହାର୍ଟ ର ରୋଗୀମାନଙ୍କୁ ଔଷଧ ଦିଆଯାଇଥାଏ ତାହାକୁ ଖାଇଲେ ଯନ୍ତ୍ରଣା କମିଥାଏ । କିନ୍ତୁ ସାର୍ଭାଇକ୍ଯାଲ ଯନ୍ତ୍ରଣା ଔଷଧ ଖାଇଲେ ମଧ୍ୟ କମ୍ ହୋଇନଥାଏ ।

ଏହି ଯନ୍ତ୍ରଣା ବସିଲା ସମୟରେ ଅଧିକାଂଶ ହୋଇଥାଏ । ଏହା ଅତ୍ୟଧିକ ଯନ୍ତ୍ରଣା ଦେଇଥାଏ ଅନେକ ଲୋକମାନେ ତାଙ୍କୁ ସାର୍ଭାଇକ୍ଯାଲ ଯନ୍ତ୍ରଣା ହେଇଛି ଜାଣି ବହୁତ ଖୁସି ହୋଇଯାଇଥାନ୍ତି । ଏହାକୁ ଯତ୍ନ ସହକାରେ ଧ୍ୟାନ ଦେଇନଥାନ୍ତି । ତେଣୁ ଦିନେ ଏହି ଯନ୍ତ୍ରଣା ହାର୍ଟ ଆଟାର୍କ ରେ ପରିଣତ ହୋଇଯାଇଥାଏ ।

ମଣିଷ ର ମୃତ୍ୟୁ ସମ୍ଭାବନା ରହିଥାଏ । ତେଣୁ ଯେକୋଣସି ଯନ୍ତ୍ରଣା କୁ ସାମାନ୍ୟ ଟୁପରେ ନ ଦେଖି ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *