ଗୁରୁବାର ଦିନ କଦଳୀ ଗଛ ମୂଳରେ ଏହି ୮ଟି ଜିନିଷ ଅର୍ପଣ କଲେ, ହେଇଥାଏ ଧନର ବର୍ଷା

ଗୁରୁବାର ଦିନଟି ମାତା ଲକ୍ଷ୍ମୀ ଙ୍କର ହୋଇଥାଏ । ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କଲେ ଆପଣଙ୍କର ଭାଗ୍ୟ ଚମକିବା ସହିତ ଆପଣ ବହୁତ ଖୁସିରେ ରହିବେ । ଯଦି ଗୁରୁବାରଦିନ ଆପଣ କଦଳୀ ଗଛ ମୂଳରେ କିଛି ଖାସ୍ ଜିନିଷ ଅର୍ପଣ କଲେ ଆପଣଙ୍କର ବୃହସ୍ପତି ଗ୍ରହ ବହୁତ ଶୁଭ ଫଳ ଦେଇଥାନ୍ତି । ଏହା ସଙ୍ଗେ ସଙ୍ଗେ ଆପଣଙ୍କର ଘର ଧନ ଧାନ୍ୟ ରେ ପୁରୀ ଉଠିଥାଏ ।

ଯାହାଫଳରେ ଆପଣ ଖୁସିରେ ରହିଥାନ୍ତି । ଆଜି ଆମେ ଜାଣିବା ଗୁରୁବାର ଦିନ ଏହି ଜିନିଷ ସବୁ କରିବାଦ୍ୱାର ଆମ ଘର ଧନ ଧାନ୍ୟରେ ପୁରି ଉଠିଥାଏ ।

ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କଲେ ଆପଣଙ୍କର ଭାଗ୍ୟରେ ଉନ୍ନତି ହୋଇଥାଏ ଓ ବ୍ୟକ୍ତିଙ୍କୁ ରୋଜଗାର ମିଳିଥାଏ । ଚାକିରିର ମଧ୍ୟ ଉନ୍ନତି ଦେଖାଦେଇଥାଏ । ଯେଉଁ ବ୍ୟକ୍ତି ଜୀବନରେ ସୁଖରେ ରହିବାକୁ ଚାହାନ୍ତି ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଵତୁରା ହୋଇଥିବା କିଛି ବୁଟ ଓ କିଛି ଗୁଡ଼ ଅର୍ପଣ କରିବାଦ୍ୱାର ମାତା ଲକ୍ଷ୍ମୀ ଠାକୁରାଣୀଙ୍କ ଆର୍ଶୀବାଦ ସର୍ବଦା ରହିଥାଏ ।

ଯଦି ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତାହାଲେ ଆପଣ କିଛି ମିଶ୍ରି ମିଶା ପାଣି ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ସବୁ କାର୍ଯ୍ୟ ସଫଳ ହୋଇଥାଏ । ଆପଣ ସେ କାର୍ଯ୍ୟରେ ମଧ୍ୟ ପ୍ରଶଂସିତ ହୋଇଥାଆନ୍ତି ।

ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଆସୁଥାଏ ତେବେ ଆପଣ ଗୁରୁବାର ଦିନ କଦଳି ଗଛ ମୂଳରେ ଗୋଟା ହଳଦୀ ରଖିଦିଅନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଦୁର ହୋଇଥାଏ । ଆପଣ ଖୁସିରେ ରହିବାକୁ ଲାଗିଥାନ୍ତି । ଯଦି ଆପଣ ଧନୀ ହେବାକୁ ଚାହୁଁଥାନ୍ତି ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ଟଙ୍କା ପୋତିଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଆପଣଙ୍କ ଘରକୁ ମହା ଲକ୍ଷ୍ମୀ ଟାଣି ହୋଇ ଆସିଥାନ୍ତି ।

ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଯାଉଥାଏ ବା ଆପଣଙ୍କର ବିବାହରେ ଅସୁବିଧା ହେଉଥାଏ ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଦୁଇଟି ଖଣ୍ଡ ହଳଦୀ ଅର୍ପଣ କରନ୍ତୁ । ଏହିପରି ଆପଣ ଲଗାତାର ୭ଟି ଗୁରୁବାର କରନ୍ତୁ । ଏହାଦ୍ୱାର ବିବାହ ଦୋଷ ଦୁର ହୋଇଥାଏ । ଗୁରୁବାର ଦିନ ଗାଧୋଇସାରି ଆପଣ କଦଳୀ ଗଛରେ ପାଣି ଦିଅନ୍ତୁ ।

ଏହା ଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ଶୀଘ୍ର ସଫଳ ହୋଇଥାଏ । ଗୁରୁବାର ଦିନ ଯଦି ଆପଣ ଚନ୍ଦନ ଘୋରା କିମ୍ବା ହଳଦୀ ଘୋରା ଅର୍ପଣ କରାଯାଏ ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଓ ଆପଣଙ୍କୁ ସବୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେଣୁ ଆପଣ ଗୁରୁବାରଦିନ ଏହିସବୁ ଉପାୟ କରିବାଦ୍ୱାର ଆପଣ ଜୀବନରେ ବହୁତ ଖୁସିରେ ରହିପରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *