ଗୃହ ନିର୍ମାଣ କରୁଛନ୍ତି କି? ତେବେ ଶୀଘ୍ର ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର କେଉଁ ଦିଗରେ ରହିବା ଉଚିତ

ଗୃହ ନିର୍ମାଣ କାର୍ଯ୍ୟରେ ବାସ୍ତୁର ଭୂମିକା ଗୁରୁତ୍ବପୂର୍ଣ ରହିଥାଏ । ଗୃହ ନିର୍ମାଣ ସମୟରେ, ବାସ୍ତୁ ଶାସ୍ତ୍ର ମୁତାବକ ଗୃହର କେଉଁ କୋଠରି କିମ୍ବା କବାଟ କେଉଁ ଦିଗରେ ରହିବ ଏଠି ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ଅଟେ । ମୁଖ୍ଯତଃ ଘରର ମୁଖ୍ୟ ଦ୍ଵାରର ମହତ୍ଵ ଗୁରୁତ୍ବପୂର୍ଣ । ଆପଣ ଯେତେବେଳେ ଘର ବାହାରକୁ ଯାଆନ୍ତି ଆପଣଙ୍କ ମୁଖ ଯେଉଁ ଦିଗରେ ରହିଥାଏ ଘରର ମୁଖ୍ୟ ଦ୍ଵାରା ସେହି ଦିଗରେ ରହିଥାଏ ।

ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାରା ସର୍ବଦା ଉପଯୁକ୍ତ ଦିଗରେ ରହିବା ଉଚିତ, ଅନ୍ୟଥା ଆପଣଙ୍କ ଗୃହ ଉପରେ ତଥା ଗୃହର ସଦସ୍ୟଙ୍କ ଉପରେ ସମସ୍ୟାର ଭାର ପଡିବା ଆରମ୍ଭ ହେଇଯାଇଥାଏ ।ଏମିତିରେ ବି ସୂଚନା ମୁତାବକ ସକରାତ୍ମକ ଶକ୍ତି ନିମିତ ବାସ୍ତୁ ସଠିକ ରହିବା ଆବଶ୍ୟକ । ଆସନ୍ତୁ ଜାଣିବା ଘରର ମୁଖ୍ୟ ଦ୍ଵାର କେଉଁ ଦିଗରେ ରହିବା ଉଚିତ ଏବଂ ପ୍ରତ୍ୟକ ଦିଗର ମହତ୍ଵ ବିଷୟରେ ।

ପୂର୍ବ ଦିଗ ଘରର ମୁଖ୍ୟ ଦ୍ଵାର ପାଇଁ ଅତ୍ୟନ୍ତ ଶୁଭ ମାନାଯାଏ । ଏହି ଦିଗରେ ଦ୍ଵାର ରହିଲେ ଘରେ ସୁଖ ଓ ଶାନ୍ତିର ସମୃଦ୍ଧି ହୋଇଥାଏ । କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ ତେବେ ଆପଣଙ୍କ ଉପରେ ରୂଣ ଭାର ପଡିପାରେ ।

ପଶ୍ଚିମ ଦିଗ ଘରର ମୁଖ୍ୟ ଦ୍ଵାରା ପାଇଁ ଶୁଭପ୍ରଦ ହେଇ ନଥାଏ । କୁହାଯାଏ ଏଥିରେ ଜୀବନରେ ସଂଘର୍ଷର ବୃଦ୍ଧି ହେଇଥାଏ । କିନ୍ତୁ ଯଦି କୁଣ୍ଡଳୀରେ ଶନି ଓ ମଙ୍ଗଳର ସ୍ଥିତି ସଠିକ ଥିବା ତେବେ ଏହା ଆପଣଙ୍କ ପାଇଁ ଶୁଭପ୍ରଦ ହେଇ ପାରେ ।

ଉତ୍ତର ଦିଗରେ ଘରର ଦ୍ଵାର ଅର୍ଥାଗମନ ପାଇଁ ଶୁଭପ୍ରଦ ଅଟେ । କିନ୍ତୁ ଯଦି କୁଣ୍ଡଳୀରେ ବୁଧର ସ୍ଥିତି ଠିକ ନଥାଏ ତେବେ ଆପଣଙ୍କ ପାଖରେ ଧାନ ସଞ୍ଚିତା ହେଇ ରହିପାରିବ ନାହିଁ । ଏହାସହ ସମ୍ପତି ଧୀରେ ଧୀରେ ଶେଷ ହେବାକୁ ଲାଗିବ ।

ଦକ୍ଷିଣ ଦିଗରେ ଘରର ମୁଖ୍ୟ ଦ୍ଵାର ରହିବା ଦ୍ଵାରା ବ୍ୟକ୍ତି ତଥା ଗୃହର ଉର୍ନତି ହେଇଥାଏ । କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ଦୋଷ ଥିବ ତେବେ ଜୀବନରେ ଦରିଦ୍ରତା ଆସିଥାଏ ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *