ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଆଜିକାଲି ଅଧିକାଂଶ ଦେଖୁଥିବେ ଯେ, ପ୍ରାୟତଃ ମହିଳା ମାନଙ୍କ ଚେହେରା ରେ ବିଭିନ୍ନ ପ୍ରକାରର ଦାଗ ଦେଖିବାକୁ ମିଳୁଛି । ଚେହେରା ରେ ବ୍ରଣ ଦ୍ୱାରା ହେଉଥିବା ଦାଗ, ଆଖି ତଳେ ଥିବା କଳା ଦାଗ, ଚେହେରା ଝୁରି ପଡିଯିବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଅଧିକ ବୟସ ଯୋଗୁଁ ଚେହେରା ରେ ଝୁରି ପଡିଯାଇଥାଏ କିନ୍ତୁ ବର୍ତ୍ତମାନ କମ ବୟସ ର ମହିଳା ମାନଙ୍କର ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି ।
ଏହି ସବୁ ସମସ୍ୟା ଯୋଗୁଁ ଚେହେରା ର ଗୋରାପଣ ମଧ୍ୟ କମିଯାଇଥାଏ । ତେବେ ଆପଣ ଯଦି ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି,ତେବେ ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହା ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପଚାର କୁ ପ୍ରୟୋଗ କଲେ ଆପଣ ମାନେ ନିଶ୍ଚିତ ଭାବରେ ଏହି ସମସ୍ୟା ରୁ ମୁକ୍ତି ପାଇପାରିବେ ।
ଏହି ଘରୋଇ ଉପଚାର ନିମନ୍ତେ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହା ଆପଣ ମାନଙ୍କୁ ବହୁତ ସହଜ ରେ ମିଳିଯିବ ଏବଂ ତାହା ସ୍କିନ ପାଇଁ ବହୁତ ଭଲ ଏବଂ ପ୍ରାକୃତିକ ହୋଇଥାଏ । ତେବେ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ପ୍ରଥମେ ଯେଉଁ ସାମଗ୍ରୀ ଟି ଆବଶ୍ୟକ ତାହା ହେଉଛି ବେସନ । ବେସନ ସ୍କିନ ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।
ଏହା ସ୍କିନ କୁ ଗୋରା ମଧ୍ୟ କରିଥାଏ ଏବଂ ବେସନ ସମସ୍ତଙ୍କ ଘରେ ରହିଥାଏ ତେଣୁ ଆପଣ ମାନଙ୍କୁ ସହଜରେ ମିଳିଯିବ । ଆପଣ ଗୋଟିଏ ପାତ୍ର ରେ ଏକ ଚାମଚ ବେସନ ନିଅନ୍ତୁ । ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ଅଟା । ଅଟା ଆମ ସ୍କିନ କୁ ଟାଇଟ କରିବାରେ ସାହାଯ୍ୟ କରିଥାଏ । ଆପଣ ଏକ ଚାମଚ ଅଟା ନିଅନ୍ତୁ । ଏହାପରେ ଯେଉଁ ତୃତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ହଳଦୀ ଗୁଣ୍ଡ । ହଳଦୀ ସମ୍ପୂର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ହଳଦୀ ଚେହେରା ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।
ହଳଦୀ କୁ ଚେହେରା ରେ ପ୍ରୟୋଗ ଦ୍ଵାରା ଏହା ଦ୍ୱାରା ଚେହେରା କୁ ପ୍ରାକୃତିକ ଲାଭ ମିଳିଥାଏ ଏବଂ ହଳଦୀ ଚେହେରା ରେ ଥିବା ସମସ୍ତ କଳାଦାଗ କୁ ରିମୁଭ କରିଥାଏ । ଆପଣ ଅଧ ଚାମଚ ହଳଦୀ ଗୁଣ୍ଡ ନିଅନ୍ତୁ । ଏହାପରେ ଆପଣ ଚତୁର୍ଥ ସାମଗ୍ରୀ ଅଧ ଚାମଚ ମହୁ ନିଅନ୍ତୁ । ମହୁ ଆମ ସ୍କିନ କୁ ଗୋରା କରିବାରେ ସହାୟକ ହୋଇଥାଏ । ଏହାପରେ ଆପଣ ଶେଷ ସାମଗ୍ରୀ ଅଳ୍ପ କଞ୍ଚା କ୍ଷୀର ନିଅନ୍ତୁ ।
କ୍ଷୀର ରେ ଥିବା ତତ୍ତ୍ୱ ଆମ ସ୍କିନ ର ଡେଡ଼ ସେଲ କୁ ନଷ୍ଟ କରିଥାଏ । ଏହା ଆମ ସ୍କିନ ପାଇଁ ଅତ୍ୟନ୍ତ ଲାଭଦାୟୀ । ଏହି ସମସ୍ତ ସାମଗ୍ରୀ କୁ ନେଇ ଆପଣ ଏକ ଗାଢା ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହି ଫେସପ୍ୟାକ କୁ ନିଜ ମୁହଁରେ ଲଗାନ୍ତୁ ଏବଂ ୧୦ ରୁ ୧୫ ମିନିଟ ପରେ ନିଜ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାକୁ ଆପଣ ରେଗୁଲାର ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କ ଚେହେରା ରେ ଥିବା ସମସ୍ତ ଦାଗ ଦୂର ହୋଇଯିବ ଏବଂ ଆପଣଙ୍କ ଚେହେରା ଚମକିବାକୁ ଲାଗିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ