Vastu Tips- ଘରେ ଏମିତି ଫଟୋ କେବେ ବି ରଖନ୍ତୁ ନାହିଁ, ଆପଣଙ୍କୁ କରିପାରେ ବର୍ବାଦ ମାତ୍ର, କିନ୍ତୁ ଏହି 1 ଫୋଟୋ ଆପଣଙ୍କୁ କରିପାରେ ମଲାମାଲ

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ନିଜ ଘରେ କିଛି ନା କିଛି ଫୋଟୋ ନିଶ୍ଚୟ ଲଗାଇବାକୁ ପସନ୍ଦ କରିଥାନ୍ତି । ଆମେ ଘରେ ଯେଉଁ ସବୁ ଫୋଟୋ ମାନ ଲଗାଇଥାଉ ଦିନ ରାତି ସେହି ସବୁ ଫୋଟୋ ଉପରେ ଆମର ନଜର ସବୁବେଳେ ପଡିଥାଏ । ସେହି ଫୋଟୋ ଗୁଡିକ ର ପ୍ରଭାବ ଆମର ଜୀବନ ଶୈଳୀ ଓ ଆମର ଭାଗ୍ୟ ଉପରେ ମଧ୍ୟ ତାର ପ୍ରଭାବ ବହୁ ମାତ୍ରା ରେ ରହୁଛି । ଆମର ବସ୍ତୁ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ଓ ପୁରାଣ ମାନଙ୍କ ରେ ଏ ସମ୍ପର୍କ ରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

ଯେଉଁ ଘରେ ବାସ୍ତୁ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ଗୁଡିକୁ ଅନୁସରଣ କରି କାର୍ଯ୍ୟ ସବୁ କରାଯାଇଥାଏ ସେ ଘରେ ସବୁ ବେଳ ସୁଖ ଶାନ୍ତି ଲାଗି ରହିଥାଏ । ତେଣୁ ଘରେ ସବୁବେଳେ ବାସ୍ତୁ କୁ ନଜର ରେ ରଖି ହିଁ କାର୍ଯ୍ୟ କରିବା ଉଚିତ ଓ ପ୍ରତ୍ଯେକ ବସ୍ତୁ କୁ ତାର ସ୍ଥାନ ରେ ରଖିବା ଉଚିତ ।

ବନ୍ଧୁଗଣ ଘରେ କେବେ ମଧ୍ୟ ମହାଭାରତ ବା କୌଣସି ଯୁଦ୍ଧ ଆଦିର ବା କିଛି ହିଂସ୍ର ଦେଖା ଯାଉଥିବା ଭଳି ଫୋଟୋ କୁ ଆଣି ଲଗାଇବା ଉଚିତ ହୋଇ ନଥାଏ । ଅକରଣ ଏହା ଦ୍ଵାରା ଘରେ ମଧ୍ୟ ସବୁବେଳେ କଲି ଝଗଡା ଆଦି ହେବାର ଦେଖା ଯାଇଥାଏ ।

ତାହାଛଡା ଘରେ କେବେ ମଧ୍ୟ ଘୁଷୁରି, କୁଆ, ପେଚା ବା ଶିଆଳ ର ଫୋଟୋ କୁ ଘରେ କେବେ ରଖନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣ ଙ୍କ କର୍ମ କ୍ଷେତ୍ର ରେ ବହୁ ବାଧା ଦେଖା ଦେବ । ଯେଉଁ ଗହରେ ରାମ ଦରବାର ବା ରାମ ପରିବାର ର ଫୋଟୋ ଥାଏ ସେହି ଘରେ ସବୁବେଳେ ହସ ଖୁସିର ବାତାବରଣ ଥାଏ ଓ ପରିବାର ର ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ପ୍ରେମ ମଧ୍ୟ ସୁଦୃଢ ଭାବରେ ରହିଥାଏ ।

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ କୁ ଭଲ କରିବା ପାଇଁ ଆପଣ ନିଜର ଶୋଇବା ଘରେ ରାଧା କୃଷ୍ଣ ବା କୌଣସି ଲଭ ବାର୍ଡ ଙ୍କର ମଧ୍ୟ ଫୋଟୋ ଲଗାଇ ପାରନ୍ତି । ଯେଉଁ ଫୋଟୋ ରେ ଭଗବାନ ଶ୍ରୀ କୃଷ୍ଣ ଏକ ଗୋଡ କୁ ଆଉ ଏକ ଗୋଡ ରେ ଚନ୍ଦି ଗାଈ ପାଖରେ ଛିଡା ହୋଇ ବଇଁଶି ବଜାଉଥାନ୍ତି ।

ସେଭଳି ଫୋଟୋ କୁ ଘରେ ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ସମୃଦ୍ଧିର ବୃଦ୍ଧି ହୋଇଥାଏ । ଘରେ ରାଜ ହଂସ ପାଣିରେ ଖେଳୁଥିବା ଫୋଟୋ କୁ ରଖିବା ଦ୍ଵାରା ଘରେ ଧନ ର ବୃଦ୍ଧି ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *