ରାସ୍ତାରୁ ଯଦି ପଇସା ପାଆନ୍ତି ତେବେ କେଉଁ ସଂକେତ ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତିଦିନ ଯେପରି ରାତି ଓ ଦିନ ହୋଇଥାଏ । ସେହିପରି ମଣିଷ ଜୀବନରେ ସୁଖ ଓ ଦୁଃଖ ସମୟର ଚକ୍ର ପରି ଘୂରିଥାଏ । କେତେବେଳେ ସୁଖର ଆଲୋକରେ ଜୀବନ ଆଲୋକିତ ହୋଇଯିବା ବେଳେ କେତେବେଳେ ଦୁଃଖର କଳା ବାଦଲରେ ଜୀବନ ଅନ୍ଧକାର ହୋଇଯାଇଥାଏ । ଜୀବନର ପ୍ରତ୍ଯେକଟି ଘଟଣା ଘଟିବା ପୂର୍ବରୁ ପ୍ରକୃତି ଆମକୁ କାହା ମାଧ୍ୟମରେ କିଛି ନା କିଛି ସଂକେତ ଦେଇଥାଏ ।

ଯଦି ଘଣ୍ଟା ବାରମ୍ବାର ଖରାପ ହୋଇଥାଏ ବା ଘଣ୍ଟାର କାଚ ଭାଙ୍ଗିଯାଇଥାଏ । ତେବେ ଏହା ଅଶୁଭ ସୂଚନା ଦେଇଥାଏ । ରୋଷେଇ ଘରେ ରଖିଥିବା କାଚ ସାମଗ୍ରୀ ଯଦି ଗୋଟେ ପରେ ଗୋଟେ କୌଣସି କାରଣରୁ ଭାଙ୍ଗିଯାଉଥାଏ । ତେବେ ଏହା ଘର ଉପରେ ଆସୁଥିବା ଆର୍ଥିକ ସଙ୍କଟ ସୂଚଉଥାଏ ।ଯଦି ହେଉଥିବା କୌଣସି ଶୁଭ କାର୍ଯ୍ୟରେ କିଛି ନା କିଛି ବାଧା ଉପୁଜୁ ଥାଏ । ତେବେ ଏହା ଘର ଉପରେ କୌଣସି ବିପଦ ଆସିବାର ସଂକେତ ଦେଉଥାଏ  ।

ଘର ଉପରେ ଯଦି କୌଣସି ପକ୍ଷୀ ହାଡ ପକାଇ ଯାଇଥାଏ । ତେବେ ଏହା ଘର ପାଇଁ କିଛି ଅଶୁଭ ସଂବାଦ ନେଇ କରି ଆସିଥାଏ । କ୍ଷୀର ଗରମ କରିବା ସମୟରେ ଯଦି କ୍ଷୀର ଉତୁରି ବାରମ୍ବାର ତଳେ ପଡୁଥାଏ । ତେବେ ଏହା ଅଶୁଭତ୍ଵକୁ ଦର୍ଶାଇ ଥାଏ । ଯଦି ଘର କାନ୍ଥରୁ ସିମେଣ୍ଟ ବା ପ୍ଲାଷ୍ଟର ଛାଡିଥାଏ । ତେବେ ଏହା ଘର ପାଇଁ କିଛି ଖରାପ ହେବାର ଦର୍ଶାଇ ଥାଏ ।

ଯଦି ବିନା କାରଣରେ ଘର ସାମ୍ନାରେ କୁକୁର ଭୋକିବାର ଦେଖନ୍ତି । ତେବେ ଏହା ଘରର ପରିବାର ସଦସ୍ୟଙ୍କ ଉପରେ କିଛି ବିପତ୍ତିକୁ ଦର୍ଶାଇ ଥାଏ । ଯଦି ପିନ୍ଧିଥିବା ଡ୍ରେସରେ ତୁଳା ଲାଗିଥିବାର ଦେଖନ୍ତି । ତେବେ ଏହା ଭଲ ସଂକେତ ହୋଇଥାଏ । ଘରର ଚାବିପେନ୍ଥାରେ ଯଦି ବାରମ୍ବାର ଜଙ୍କ ଲାଗିଥାଏ । ତେବେ ସମ୍ପର୍କୀୟ ଠାରୁ କିଛି ଜିନିଷ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ ।

ଯଦି ଘରେ ହଟାତ ମୂଷାଙ୍କର ପାଦୁର୍ଭାବ ବଢିଯାଇଥାଏ । ତେବେ ଘର ପାଇଁ ଭଲ ହୋଇନଥାଏ । ଯଦି ବହୁ ଚେଷ୍ଟାରେ ମଧ୍ୟ କାର୍ଯ୍ୟ ସଫଳ ହୋଇପାରୁନାହିଁ । ତେବେ ଏହା ଧନହାନୀର ସୂଚନା ଦେଇଥାଏ । ଯଦି ପେଟ ଯନ୍ତ୍ରଣା ହେବା ସହିତ ଅଧିକ ଚିଡିଚିଡା ପଣ ଲାଗିଥାଏ। ତେବେ ଆକସ୍ମିକ ଭାବେ କିଛି ଘଟଣା ଘଟିବାର ସୂଚନା ମିଳିଥାଏ । ଯଦି ମୁହଁରେ ଅଧିକ ଲାଳ ବାହାରୁଥାଏ ।

ତେବେ ଆଗାମୀ ଦିନ ମାନଙ୍କରେ ଧନହାନୀ ହୋଇଥାଏ। ଧଳା ପ୍ରଜାପତି ଉଡୁଥିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଭଲ ସମୟ ଆସିବାର ସୂଚନା ଦେଇଥାନ୍ତି । ଯଦି ବାଟରେ ଯିବା ସମୟରେ ଟଙ୍କା ପାଇଥାନ୍ତି । ତେବେ ଏହା ଅଶୁଭ ହୋଇଥାଏ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବା ପାଇଁ ବିଳମ୍ବ ହୋଇଥାଏ  । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *