Vastu Tips- ଘରେ ଏହି ସମୟରେ ଝାଡୁ ଲଗାଇବା ହୋଇଥାଏ ଶୁଭ, ମା’ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ, ବଢିଥାଏ ଧନ ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରକୁ ପରିଷ୍କାର ଓ ପରିଚ୍ଛନ ରଖିବା ଘର ପାଇଁ ବହୁତ ହିଁ ଭଲ ହୋଇଥାଏ । ଘରକୁ ପରିଷ୍କାର କରି ରଖିବା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଘରକୁ ପରିଷ୍କାର ରଖିବା ଝାଡୁର ଆବଶ୍ୟକତା ରହିଛି । ଆପଣ କଣ ଜାଣିଛନ୍ତି ଝାଡୁର ସଠିକ ଭାବେ ଘରେ ବ୍ୟବହାର ନକରିଲେ । ଆପଣଙ୍କ ଘରେ ଏହାର ଖରାପ ପ୍ରଭାବ ପଡିପାରେ ।

ସେଥିପାଇଁ ସର୍ବଦା ସବୁ ଜିନିଷର ସଠିକ ବ୍ୟବହାର ଘରେ କରିବା ଦ୍ଵାରା ଆପଣଙ୍କୁ ଏହାର କୌଣସି ଖରାପ ପରିଣାମ ଭୋଗିବା ପାଇଁ ପଡିନଥାଏ । ଯେଉଁ ମହିଳା ଘରେ ସୂର୍ଯ୍ୟ ଉଦୟ ସମୟରେ ଝାଡୁ କରିଥାଏ । ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ । ସେହି ଘରେ ମା ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ।

କାରଣ ସେହି ସମୟରେ ହିଁ ରାତିର ଆବର୍ଜନା ଘରୁ କାଢି ବାହାରେ ପକାଇବାର ସଠିକ ସମୟ ହୋଇଥାଏ । ଯେଉଁ ଲୋକ ମାନେ ବିଳମ୍ବରେ ଉଠି ବିଳମ୍ବରେ ଘର ସଫା କରିଥାନ୍ତି । ସେମାନଙ୍କୁ ଦରିଦ୍ରତା ଓ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ । କାରଣ ବିଳମ୍ବରେ ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ ପସନ୍ଦ କରିନଥାନ୍ତି ।

ସନ୍ଧ୍ଯା ହୋଇଯିବା ପରେ ଘରେ ଝାଡୁ ଲଗାଇବା ଅନୁଚିତ । କେବେ ମଧ୍ୟ ରାତ୍ରି ସମୟରେ ଘର ଝାଡୁ କରିବା ଠିକ ହୋଇନଥାଏ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଯଦି ଝାଡୁ କରୁଛନ୍ତି । ତେବେ ଘରର ଅପରିଷ୍କାର ବର୍ଜ୍ୟବସ୍ତୁକୁ ରାତି ସମୟରେ ଘରୁ ବାହାର ନକରି ଘରେ କୌଣସି ସ୍ଥାନରେ ରଖି ଦିଅନ୍ତୁ ।

ସକାଳେ ହେଲେ ସେହି ଅଳିଆକୁ ଘରୁ କାଢି ବାହାରେ ପକାନ୍ତୁ । ଯଦି ସ୍ଵପ୍ନରେ କେହି ଝାଡୁକୁ ଧରି ଠିଆ ହେବାର ଦେଖିଥାନ୍ତି । ତାହା ବହୁତ ହିଁ ଶୁଭ ସ୍ଵପ୍ନ ହୋଇଥାଏ । ଏହା ଦ୍ଵାରା ଘରେ ଉନ୍ନତି ହୋଇଥାଏ । ଘରେ ଝାଡୁକୁ ଓଲଟା କିମ୍ବା ଠିଆ କରି ରଖନ୍ତୁ ନାହିଁ । ଘରୁ କୌଣସି ବ୍ୟକ୍ତି ବାହାରି ବାହାରକୁ ଯିବା ସମୟରେ କେବେ ମଧ୍ୟ ଘରେ ଝାଡୁ ଲଗାନ୍ତୁ ନାହିଁ । ବ୍ୟକ୍ତି ଯେଉଁ ଜାଗାକୁ ଯାଉଥାଏ ।

ସେହି ଜାଗାରେ ପହଞ୍ଚିବା ପରେ ଝାଡୁକୁ ଲଗାଇପାରିବେ ।  ଘରେ ରଖିଥିବା ଝାଡୁରେ କେବେ ମଧ୍ୟ ଗୋଡ ମାରନ୍ତୁ ନାହିଁ । ଯଦି ଘରେ ଥିବା ଝାଡୁରେ ଗୋଡ ବାଜି ଯାଉଥିବ । ତେବେ ଝାଡୁକୁ ମୁଣ୍ଡିଆ ମାରିଦେବା ଉଚିତ । ଯଦି ଝାଡୁର ଆଦର କରିବା । ଝାଡୁକୁ ଠିକ ଜାଗାରେ ରଖିବା । ତେବେ ମା ଲକ୍ଷ୍ମୀଙ୍କର ସର୍ବଦା ଶୁଭ ଦ୍ରୁଷ୍ଟି ଘର ଉପରେ ପଡିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *