Vastu Tips- କବାଟ ପାଖରେ ରଖନ୍ତୁ ନାହିଁ ଏହି 3 ଟି ଜିନିଷ, ନହେଲେ ଦରିଦ୍ର ହୋଇଯିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରର ବାସ୍ତୁ ବିଧିକୁ ମାନି ଚଳିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିବା ସହ ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ । ସେଥିପାଇଁ ଘରର ପ୍ରତ୍ଯେକଟି ସ୍ଥାନକୁ ନେଇ କିଛି ନା କିଛି ବାସ୍ତୁର ମହତ୍ଵ ରହିଥାଏ । ପ୍ରଥମେ ଘରର ମୁଖ୍ୟ ଦ୍ଵାରା କଥାକୁ ଆଜି ବିଚାର ବସ୍ତୁର ଆଲୋଚନା ଭୁକ୍ତ କରିବା । ଘରର ମୁଖ୍ୟ ଦ୍ଵାର ପଟେ ଘରକୁ ଦେବାଦେବୀଙ୍କର ପ୍ରବେଶ ହୋଇଥାଏ । ତେଣୁ ସର୍ବଦା ଘରର ମୁଖ୍ୟ ଦ୍ଵାରାରେ କଣ ରଖିବା ଉଚିତ କଣ ରଖିବା ଅନୁଚିତ ।

ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଯଦି ଆମେ ଏଥିପ୍ରତି ଅଣଦେଖା କରିଦେଇଥାଉ । ତେବେ ଘରର ମୁଖ୍ୟ ଦ୍ଵାରା ପଟ ଦେଇ ସକାରାତ୍ମକ ଊର୍ଜା ପ୍ରବେଶ କରିବା ବଦଳରେ ନକରାତ୍ମକ ଊର୍ଜା ପ୍ରବେଶ କରିଥାଏ । ଯାହାକି ଘର ପାଇଁ ଅନିଷ୍ଟର କାରଣ ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ପାଖରେ ବା ସାମ୍ନାରେ କେବେ ମଧ୍ୟ କଣ୍ଟା ଜାତୀୟ ଗଛ ରଖିବା ଉଚିତ ନୁହେଁ ।

କାରଣ କଣ୍ଟା ଜାତୀୟ ବୃକ୍ଷ ରଖିବା ଦ୍ଵାରା ଘରେ ଥିବା ସକାରାତ୍ମକ ଊର୍ଜା ବାହାରକୁ ଚାଲିଯାଇଥାଏ । ଏହା ସହିତ ମୁଖ୍ୟ ଦ୍ଵାର ଦେଇ ଘରକୁ ନକରାତ୍ମକ  ଊର୍ଜାର ପ୍ରବେଶ ହୋଇଯାଇଥାଏ । କାରଣ ପ୍ରାୟତଃ କଣ୍ଟା ଗଛରେ ଖରାପ ଶକ୍ତିର ବାସ ହୋଇଥାଏ । ଯାହା ଘରକୁ ପ୍ରବେଶ କରିବା ଦ୍ଵାରା ଘରର ସୁଖ ସମୃଦ୍ଧିକୁ ନଷ୍ଟ କରିଦେଇଥାଏ ।

ତେଣୁ ଯଦି କଣ୍ଟା ଗଛ ଘର ସାମ୍ନାରେ ରହିଥାଏ । ତେବେ ନିହାତି ଭାବେ ସେଠାରୁ ସେହି ଗଛକୁ ଉପାଡି ଅନ୍ୟ କୌଣସି ସ୍ଥାନରେ ଲଗାଇପାରିବେ  ବା ଫୋପାଡି ଦେବେ। ଦିତୀୟରେ ଘରର ସାମ୍ନାରେ କେବେ ମଧ୍ୟ ଭାଙ୍ଗିଯାଇଥିବା କୌଣସି ଜିନିଷ ରଖିବା ଉଚିତ ହୋଇନଥାଏ । ଯେପରି ଭାଙ୍ଗିଯାଇଥିବା ଚୌକି, ଖଟ, ପଲଙ୍କ, ଆଦି କୌଣସି ମଧ୍ୟ ଭଙ୍ଗା ଜିନିଷ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ନାହିଁ ।

ଏହା ଘର ପ୍ରତି ଶୁଭଫଳ ଦେଇନଥାଏ । ଏହି ସବୁ ଭଙ୍ଗା ଜିନିଷ ଘରେ କିମ୍ବା ଘରର ସାମ୍ନାରେ ପକାଇ ରଖିବା ଦ୍ଵାରା ଭଗବାନ ଶନିଦେବଙ୍କ କୋପର ଶିକାର ହେବା ପାଇଁ ପଡିଥାଏ । ଏହା ସହିତ କୌଣସି ଦେବାଦେବୀଙ୍କର ଘରକୁ ପ୍ରବେଶ ହୋଇନଥାଏ । ତୃତୀୟରେ ଘରର ସାମ୍ନାରେ କେବେ ମଧ୍ୟ ଭଙ୍ଗା ବାସନ ରଖନ୍ତୁ ନାହିଁ ।

ଘର ପାଇଁ ଅଶୁଭ ହୋଇଥାଏ । ଏହା ସହିତ ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ ଘରେ କୌଣସି ପ୍ରକାର ଭଙ୍ଗା ଜିନିଷ ବା ଅଦରକାରୀ ବସ୍ତୁକୁ ରଖିବା ଅନୁଚିତ । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହିତ ଯୋଡି ହୋଇ ଭଲ ଭଲ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *