Vastu Tips- ଘରେ କେବେ ବି ହେବ ନାହିଁ ଧନର ଅଭାବ, ସୁନାର ଗଦିରେ ଶୋଇବେ, ଘରେ ଏହିପରି କଇଁଛ

ନମସ୍କାର ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ କଇଁଛର ଅନେକ ମାନ୍ୟତା ରହିଛି । କଇଁଛ ଶୁଦ୍ଧ ଏବଂ ପବିତ୍ର ଅଟେ । ତେଣୁ ଧାତୁ ନିର୍ମିତ କଇଁଛକୁ ଆଣି ଅନେକ ଲୋକ ଘରେ ରଖି ପୂଜା କରିଥାନ୍ତି । କୁହାଯାଏ କଇଁଛ ଘରେ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । ଯଦି ଆପଣ ଘରେ କଇଁଛ ରଖୁଛନ୍ତି ତେବେ ଆପଣଙ୍କୁ କଇଁଛ ରଖିବା ପାଇଁ କିଛି ନିୟମର ପାଳନ କରି ସଠିକ ଉପାୟରେ ଘରେ ରଖିବା ଦ୍ଵାରା ହିଁ ଆପଣଙ୍କ ଘରେ କେବେ ଅଭାବ ଦେଖା ଦେଇନଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ପ୍ରଥମ: ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ଥିଲା କଚ୍ଛପ ବା କଇଁଛ ଅବତାର । ତେଣୁ କୁହାଯାଏ ଘରେ କଇଁଛ ରଖିବା ଦ୍ଵାରା ସର୍ବଦା ଘର ଉପରେ ଭଗବାନ ବିଷ୍ଣୁଙ୍କର କୃପା ଲାଗି ରହିଥାଏ । ଦିତୀୟ: କଇଁଛ ଏକ ଏପରି ଜୀବ ଯିଏକି ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ।

ଆପଣ କଇଁଛକୁ ଆଣି ଆପଣଙ୍କ ଘର ପୂଜା ସ୍ଥାନରେ ରଖିବା ଉଚିତ । ସର୍ବଦା ମନେ ରଖିବେ କଇଁଛକୁ କେବେ ମଧ୍ୟ ଖାଲି ରଖିବେ ନାହିଁ । ଏହାକୁ ସବୁବେଳେ ପାଣିରେ ରଖିବେ । ତେଣୁ ଆପଣ ଏକ ପାତ୍ରରେ ପାଣି ଢାଳି ତାହା ଉପରେ କଇଁଛ ରଖିବା ଉଚିତ । ଆପଣ ଏହି ନିୟମ ପାଳନ କରିବା ଦ୍ଵାରା ଆପଣଙ୍କ ଘରର ଉନ୍ନତି ହୋଇଥାଏ ।

ତୃତୀୟ: କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ । କାରଣ ଏହି ଦିଗରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏହି ଦିଗରେ କଇଁଛ ରଖିବା ଦ୍ଵାରା ଶତୃଙ୍କର ବିନାଶ ମଧ୍ୟ ହୋଇଥାଏ । ବେପାର ବାଣିଜ୍ୟରେ ବୃଦ୍ଧି ହୋଇଥାଏ । ଏବଂ ଅଧିକ ଧନଲାଭ ମଧ୍ୟ ହୋଇଥାଏ । ଚତୁର୍ଥ: ଯଦି ଆପଣଙ୍କ ଘରେ ସବୁବେଳେ ଅଭାବ ଅନାଟନ ଦେଖା ଦେଉଛି ତେବେ ଆପଣ ଆପଣଙ୍କ ଘରେ କ୍ରିଷ୍ଟାଲ କଇଁଛ ରଖିବା ଉଚିତ ।

ସର୍ବଦା ମନେ ରଖିବେ କି କଇଁଛର ମୁହଁ ଘର ଭିତରକୁ ହେବା ଦରକାର । ପଞ୍ଚମ: କଇଁଛକୁ କେବେ ମଧ୍ୟ ନିଜର ଶୋଇବା ଘରେ ରଖିବା ଉଚିତ ନୁହେଁ । ଚାହିଁଲେ ଆପଣ କଇଁଛକୁ ଆପଣଙ୍କ ଡ୍ରଇଙ୍ଗ ରୁମରେ ରଖିପାରିବେ । ଯଦି ଆପଣ କଇଁଛକୁ ଆପଣଙ୍କ ଶୋଇବା ଘରେ ରଖନ୍ତି ତେବ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ ।

ଏହା ଥିଲା କିଛି ତଥ୍ୟ ବ ନିୟମ ଯାହାକୁ ଆପଣ ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନରେ ଅଭାବ ଅନାଟନ ଆଉ ରହିବ ନାହିଁ । ଜୀବନରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *