Vastu Shastra- ଆପଣଙ୍କ ଘରେ ଅଛିକି ଝାଡ଼ୁ ? ଭୟଙ୍କର କଥା ଜାଣନ୍ତୁ

ମା ଲଷ୍ମୀଙ୍କୁ ଧନ ର ଦେବୀ କୁହାଯାଏ ଏହା ଆପଣ ମାନେ ଜାଣିଥିବେ। ତେବେ ବର୍ତ୍ତମାନ ସମୟରେ ପ୍ରତେକ ବ୍ୟକ୍ତି ଚାହିଁଥାଏ କିପରି ଧନ ଲାଭ କରି ସେ ସମାଜରେ ଉପରକୁ  ଉନ୍ନତି କରିବ ।  ତେବେ ଏଥିପାଇଁ ଆମେ ସମସ୍ତେ ମାତା ଲଷ୍ମୀଙ୍କ ପୂଜା କରିଥାଉ । ଆମର ଧନ ଲାଭ ପାଇଁ ପ୍ରଥମେ ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିଥାଉ ।

ମାତା ଲଷ୍ମୀ ପ୍ରସନ୍ନ ହେବା ଦ୍ୱାରା ଆପଣଙ୍କ ଘରକୁ ଧନ, ସୁଖ, ଶାନ୍ତି ଆଦି ଆସି ଥାଏ । ତେବେ ମାତା ଲଷ୍ମୀଙ୍କୁ ପରିଷ୍କାର ପରିଛନ୍ନ ବହୁତ ପସନ୍ଦ, ଯେଉଁ ଘର ପରିଷ୍କାର ଓ ପରିଛନ୍ନ ନ ଥାଏ ସେଠାକୁ ମା ଲଷ୍ମୀ କେବେବି ଆଗମନ କରନ୍ତି ନାହିଁ । ଯଦି ଆପଣ ଗୃହକୁ ଅପରିଷ୍କାର ରଖିବେ ତେବେ ମା ଲଷ୍ମୀ ଘରୁ ସର୍ବଦା ପାଇଁ କ୍ରୋଧ ରେ ଚାଲି ଯାନ୍ତି । ତେଣୁ ଘର ସର୍ବଦା ପରିଷ୍କାର ଓ ପରିଛନ୍ନ ରଖନ୍ତୁ ।

ତେବେ ପରିଷ୍କାର ଓ ପରିଛନ୍ନ ରଖିବାକୁ ହେଲେ ଆମେ ମାନେ ଝାଡୁ ର ପ୍ରୟୋଗ କରିଥାଉ । ଝାଡୁ କୁ ମା ଲଷ୍ମୀଙ୍କ ପ୍ରତୀକ ମଧ୍ୟ କୁହାଯାଏ । ତେବେ ଝାଡୁ କୁ ବ୍ୟବହାର ଓ ରଖିବା ର କେତେକ ନିୟମ ଅଛି, ଯଦି ଆମେ ତାହା ନ କରିଥାଉ ତେବେ ମା ଲଷ୍ମୀ କ୍ରୋଧ କରନ୍ତି ଓ ଘରେ ଧନ ହାନି ହୋଇଥାଏ । ତେବେ ଜାଣନ୍ତୁ କଣ ସେହି ନିୟମ ଗୁଡିକ। ଝାଡୁ କୁ କେବେବି ଘର ବାହାରେ ରଖିବେ ନାହିଁ, ଝାଡୁ କୁ ସର୍ବଦା ଘରେ ରଖନ୍ତୁ ।

 

ଝାଡୁକୁ ଏପରି ଜାଗା ରେ ରଖିବେ ଯେପରି କୌଣସି ବ୍ୟକ୍ତିଙ୍କ ନଜରରେ ଏହା ନ ଆସେ କାରଣ ଆମେ ଯେପରି ପଇସା କୁ ବାହାର ଲୋକଙ୍କ ନଜର ରୁ ଦୂର ରେ ରଖିଥାଉ ନହେଲେ ଧନ ହାନି ହୋଇଥାଏ ସେହିପରି ଝାଡୁ କୁ ମଧ୍ୟ ଲୁଚାଇ ରଖିବା ଦରକାର। ଝାଡୁ କୁ କେବେବି ଠିଆ କରି ରଖବେ ନାହିଁ ଏହା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ରହିଥାଏ, ଯାହା ଫଳରେ ଧନ ହାନି ହୋଇଥାଏ ।

 

ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ କରିବେ ନାହିଁ ଏପରି କରିବା ଦ୍ୱାରା ଘରକୁ ନକରାତ୍ମକ ଜିନିଷ ର ପ୍ରବେଶ ହୋଇଥାଏ । ଝାଡୁ କୁ କେବେବି ଗୋଡ଼ ମାରିବେ ନାହିଁ ଏହା ମା ଲଷ୍ମୀଙ୍କ ପ୍ରତୀକ ଓ ଝାଡ଼ୁ ରେ କେବେବି କାହାକୁ ମାରିବେ ନାହିଁ । କେହି ବ୍ୟକ୍ତି ଘରୁ ବାହାରିବା ସଙ୍ଗେ ସଙ୍ଗେ କେବେବି ଝାଡୁ କରିବେ ନାହିଁ, ବ୍ୟକ୍ତି ଯଦି ଦୂର ଜାଗାକୁ ଯାତ୍ରା କରୁଥାନ୍ତି ତେବେ ମୃତ୍ୟୁ ଯୋଗ ହୋଇଥାଏ ଅର୍ଥାତ ସେହି ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇ ପାରେ ।

ଯଦି ଆପଣଙ୍କ ଝାଡୁ ଭାଙ୍ଗି ଯାଇ ଥାଏ । କିମ୍ବା ପୁରୁଣା ହୋଇଥାଏ ତେବେ ଏହା ଅଶୁଭ ହୋଇଥାଏ ତେଣୁ ଏହାକୁ ଫିଙ୍ଗି ଶନିବାର ଦିନ ନୂତନ ଝାଡୁ କିଣନ୍ତୁ । ଯଦି ଆପଣ ନୂତନ ଘର କିଣନ୍ତି ତେବେ କେବେବି ପୁରୁଣା ଘର ର ଝାଡୁ କୁ ନେବେ ନାହିଁ । ଯଦି ଘର ର କୌଣସି ଛୋଟ ଛୁଆ ହଠାତ ଝାଡୁ କରିଥାଏ ତେବେ ଏହା ଘରକୁ ଅତିଥୀଙ୍କ ଆଗମନ ର ସୂଚନା ହୋଇଥାଏ । ୩ଟି ଝାଡୁ ମନ୍ଦିର କୁ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *