Vastu Tips- ଘରର ପ୍ରବେଶ ଦ୍ଵାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି 3 ଟି ଜିନିଷ, ଦ୍ଵାର ମୁହଁରୁ ହିଁ ଫେରିଯାଇଥାନ୍ତି ମା’ ଲକ୍ଷ୍ମୀ, ଘରକୁ ଆସେ ଦରିଦ୍ରତା

ନମସ୍କାର ବନ୍ଧୁଗଣ, ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେବି ଆପେ ଆପେ ଆସିନଥାନ୍ତି । ଯଦି ଆପଣ ଏହା ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି । ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଆସିବା ପାଇଁ ଆପଣଙ୍କ ନୀତି ନିୟମ ଏବଂ କାର୍ଯ୍ୟ ସହିତ ଆପଣଙ୍କ ଘରର କିଛି ଜିନିଷ ଆକର୍ଷିତ କରିଥାଏ । ଆଉ ଯଦି ଆପଣ ଏସବୁ ଧ୍ୟାନ ନରଖିବେ ଆଉ ଘର ପ୍ରବେଶ ଦ୍ଵାରାରେ ରଖିଦେବେ ଏହି 3 ଜିନିଷ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରର ଦ୍ଵାର ସମ୍ମୁଖକୁ ଆସି ହିଁ ଫେରିଯିବେ । ତେବେ ଆସନ୍ତୁ ଜାଣିବା ।

1-  ଘର ସାମ୍ନାରେ କେବେ ମଧ୍ୟ ଅସନା ପାଣିର ଜମି ରହିବା ଉଚିତ ନୁହେଁ । ଯଦି ଆପଣଙ୍କ ଘରର ପ୍ରମୁଖ ଦ୍ଵାର ସାମ୍ନାରେ ଅପବିତ୍ର ରହିବ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ବା କିପରି । ତେଣୁ କେବେ ମଧ୍ୟ ଘରର ପ୍ରମୁଖ ଦ୍ଵାର ସାମ୍ନାରେ ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ ।

2- କଣ୍ଟାଜାତୀୟ ଗଛକୁ ଆପଣଙ୍କ ଘର ଠାରୁ ସାତ କୋଷ ଦୂରରେ ରଖିବା ଉଚିତ । ଆଉ ଘର ଭିତରେ ତ ବିଲକୁଲ ମଧ୍ୟ ରଖନ୍ତୁ ନାହିଁ । ଯଦି ରଖିଛନ୍ତି ତେବେ ତାହାକୁ ତୁରନ୍ତ ଘରୁ ବାହାର କରନ୍ତୁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେବି ପ୍ରବେଶ କରିବେ ନାହିଁ । ଘର ସାମ୍ନାରେ ତୁଲସୀ ଏବଂ ସୁଗନ୍ଧିତ ଫୁଲ ଗଛ ରଖିବା ଉଚିତ ।

3- ଅଳିଆ ପକାଇବା ପାଇଁ ବାହାରକୁ ଯିବାକୁ ପଡିବ ନାହିଁ ଭାବି କିଛି ଲୋକ ଡଷ୍ଟବିନକୁ ମୁଖ୍ୟ ଦ୍ଵାରା ପାଖରେ ରଖିଦେଇଥାନ୍ତି । ଯାହା ଏକ ବଡ ଭୁଲ ଅଟେ । ଏବଂ ସିଧା ସଳଖ ଭାବରେ ଲକ୍ଷ୍ମୀଙ୍କୁ ଅଟକାଇବା ଭଳି କାର୍ଯ୍ୟ ଅଟେ । ତେଣୁ ଘରର ପ୍ରମୁଖ ଦ୍ଵାରା ସାମ୍ନାରେ ଡଷ୍ଟବିନ ରଖନ୍ତୁ ନାହିଁ ।

4- ବହୁତ ଲୋକଙ୍କ ଘର ଆଗରେ ବିଜୁଳି ଖୁଣ୍ଟ ରହିଥାଏ । ଏହାକୁ କେହି ମଧ୍ୟ ଧ୍ୟାନ ଦେଇନଥାନ୍ତି । କିନ୍ତୁ ଆଜି ପରଠୁ ଧ୍ୟାନ ଦିଅନ୍ତୁ । କାରଣ ସେହି ବିଜୁଳି ଖମ୍ବ ହିଁ ଆପଣଙ୍କ ଭାଗ୍ୟକୁ ଚମକାଇବା ଠାରୁ ଦୂରେଇ ରଖୁଛି । ତେଣୁ ଚେଷ୍ଟା କରନ୍ତୁ ଆପଣ ମୁଖ୍ୟଦ୍ଵାର ସାମ୍ନାରେ ବିଜୁଳି ଖମ୍ବ ବା ଖୁଣ୍ଟି ନ ରଖିବା ପାଇଁ । 5- ଯେଉଁ ବୃକ୍ଷକୁ କ୍ଷୀର ଭଳି ଧଳା ତରଳ ପଦାର୍ଥ ବାହାରିଥାଏ ସେହି ଗଛକୁ କେବେ ମଧ୍ୟ ଘରର ମୁଖ୍ୟଦ୍ଵାର ସମ୍ମୁଖରେ ଲଗାଇବା ଉଚିତ ନୁହେଁ ।

6- ଶେଷରେ କିନ୍ତୁ ସବୁଠାରୁ ମୁଖ୍ୟ ଘର ସାମ୍ନାରେ ଜୋତା କିମ୍ବା ଚପଲ ଆଣି ଏଣେ ତେଣେ ଫୋପାଡି ରଖିବା ଏକ ବହୁତ ବଡ ଭୁଲ ଆପଣଙ୍କର । ତେଣୁ ଘର ସାମ୍ନାରେ ଜୋତା ଚପଲକୁ ସାଇଜ କରି ଏକ କଡରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *