ଘରର ଝିଅକୁ କେବେବି ଦିଅନ୍ତୁ ନାହିଁ ଏହି 1 ଜିନିଷ, ନହେଲେ ହେଇଯିବେ ବର୍ବାଦ -Vastu Shastra

ନମସ୍କାର, ଆଜି ଆମେ ଆପଣଂକୁ ଏଭଳି ଏକ ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଘରର ଝିଅଙ୍କୁ ଦାନ କରିବା ଦ୍ୱାରା ହୋଇଯାନ୍ତି ବର୍ବାଦ । ଘରର ଝିଅକୁ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ । ଯେତେବେଳେ ଘରେ ଝିଅ ଜନ୍ମ ହୋଇଥାଏ ସେତେବେଳେ ଘର ର ସମସ୍ତ ସଦସ୍ୟ ହସଖୁସିରେ ପୂର୍ଣ ହୋଇଯାନ୍ତି । ହିନ୍ଦୁ ଧର୍ମ ରେ ଝିଅର ପାଦ ଘରେ ପଡ଼ିଲେ ଶୁଭ ବୋଲି ମାନି ନିଆ ଯାଇଥାଏ । ଯେଉଁ ଘରେ ଝିଅକୁ ମାନ ସମ୍ମାନ ପ୍ରଦାନ କରାଯାଏ ଏବଂ ସ୍ନେହ ଏବଂ ଆଦର କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ବୋଲି ହିନ୍ଦୁ ଧର୍ମ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ।

ଯେତେବେଳେ ଘରେ ଝିଅ ଜନ୍ମ ହୋଇଥାଏ, ତାର ଜନ୍ମ ରୁ ହିଁ ମାତା ପିତା ଙ୍କ ଉପରେ ବହୁତ ବଡ଼ ଦାୟିତ୍ୱ ତୁଲାଇବାର ସମୟ ଆସିଥାଏ । ଝିଅ ର ପାଳନ ପୋଷଣ କରି ତାକୁ ବଡ଼ କରିବା ଏବଂ ଝିଅ ର ବିବାହ କରିବା ପର୍ଯ୍ୟନ୍ତ ମାତା ପିତା ଙ୍କ ଦାୟିତ୍ୱ ସରି ନଥାଏ । ଝିଅକୁ ବିବାହ ଦେଲାବେଳେ ମାତା ପିତା ଅନେକ ଆଶା ନେଇ ନିଜ ଝିଅକୁ ବିବାହ ଦେଇଥାନ୍ତି । ମାତା ପିତା ନିଜ ଝିଅ କୁ ଯେତେ ମାତ୍ରା ରେ ଭଲ ପାଇଲେ ମଧ୍ୟ ଦିନେ ନା ଦିନେ ନିଜ ଝିଅକୁ ବିଦାୟ ଦେଇଥାନ୍ତି ଏବଂ କନ୍ୟା ଦାନ କରିଥାନ୍ତି ।

ଯେତେବେଳେ ଝିଅ ର ବିବାହ ହୋଇଥାଏ ସେତେବେଳେ ମାତା ପିତା ଚାହାନ୍ତି ଯେ, ବାହାଘର ରେ କୌଣସି ପ୍ରକାରର ଉଣା ନ ରହୁ । ମାତା ପିତା ବହୁତ ଧୁମଧାମରେ ନିଜ ଝିଅ ର ବାହାଘର କରିଥାନ୍ତି ଏବଂ ଝିଅ କୁ ବିଦାୟ ଦେଇଥାନ୍ତି । ଝିଅକୁ ବାହା ଦେବା ପରେ ମଧ୍ୟ ମାତା ପିତା ଙ୍କ ଦାୟିତ୍ୱ ରହିଥାଏ ଯେ, ନିଜ ଝିଅ ର ଶାଶୁ ଘରେ ଥିବା ସମସ୍ତ ସଦସ୍ୟ ଙ୍କ ସହ ଭଲ ସଂପର୍କ ଗଢ଼ିବା ଏବଂ ଏହା ସହିତ ମାତା ପିତା ଝିଅ ଙ୍କୁ ବିଦାୟ ଦେବା ପରେ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି ଯେ, ଯେପରି ତାଙ୍କ ଝିଅ କୌଣସି ପ୍ରକାର ଅସୁବିଧା ର ସମୁଖୀନ୍ନ ନ ହେଉ ।

ଝିଅ ର ବିବାହ ସମୟରେ ମାତା ପିତା ତ ଝିଅ କୁ ବିଦାୟ ଦେବାବେଳେ ଅନେକ ପ୍ରକାର ଉପହାର ପ୍ରଦାନ କରିଥାନ୍ତି । ପ୍ରାୟତଃ ମାତା ପିତା ନିଜ ଝିଅ ଙ୍କୁ ଭଗବାନ ଗଣେଶ ଙ୍କ ମୂର୍ତ୍ତି ବା ଫଟୋ ଉପହାର ସ୍ୱରୂପ ପ୍ରଦାନ କରିଥାନ୍ତି । କାରଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା ଏବଂ ଏହା ନିଜ ଝିଅ ଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ଦ୍ୱାରା ଭଗବାନ ଗଣେଶ ସର୍ବଦା ତାଙ୍କ ପାଖରେ ରୁହନ୍ତି ଏବଂ ତାଙ୍କ ଝିଅ ଉପରେ କୌଣସି ବାଧା ବିଘ୍ନ ଆସିନଥାଏ ।

କିନ୍ତୁ ଯଦି ଆପଣ ମଧ୍ୟ ଭଗବାନ ଗଣେଶ ଙ୍କ ମୂର୍ତ୍ତି ବା ଫଟୋକୁ ନିଜ ଝିଅ ଙ୍କୁ ଉପହାର ସ୍ବରୂପ ଦେବାକୁ ଚାହୁଁଛନ୍ତି ତେବେ ତାହା କଦାପି କରନ୍ତୁ ନାହିଁ । ଆସନ୍ତୁ ଜାଣିବା ଏପରି କରିବା କଣ ପାଇଁ ଅନୁଚିତ ହୋଇଥାଏ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଝିଅ ହେଉଛି ଘରର ଲକ୍ଷ୍ମୀ ଅଟେ ଏବଂ ଶାସ୍ତ୍ର ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯେଉଁଠାରେ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶ ଏକତ୍ର ବାସ କରନ୍ତି ସେହି ସ୍ଥାନରେ ସୁଖ ଏବଂ ସମୃଦ୍ଧି ସ୍ଥାପନ ହୁଏ ଏବଂ ଘର ଧନ ସମ୍ପତ୍ତି ରେ ପରିପୂର୍ଣ ହୋଇଯାଏ ।

ତେବେ ଆପଣ ନିଜ ଘରର ଲକ୍ଷ୍ମୀ ଅର୍ଥାତ ନିଜ ଝିଅ ଙ୍କୁ ବିଦାୟ ଦେବା ସମୟରେ ଯଦି ଗଣେଶ ଙ୍କ ଫଟୋ ବା ମୂର୍ତ୍ତି ଉପହାର ସ୍ୱରୂପ ପ୍ରଦାନ କରୁଛନ୍ତି ତେବେ ଆପଣଙ୍କ ଘରୁ ଲକ୍ଷ୍ମୀ ଙ୍କ ସହ ଗଣେଶ ମଧ୍ୟ ପ୍ରସ୍ଥାନ କରିବେ ଏବଂ ଏହାଦ୍ୱାରା ଆପଣ ଦାରିଦ୍ର୍ୟତା ର ଶିକାର ହେବେ । ତେଣୁ କେବେବି ଭୁଲ ରେ ମଧ୍ୟ ନିଜ ଝିଅଙ୍କୁ ବିବାହ ରେ ବିଦାୟ ସମୟରେ ଭଗବାନ ଗଣେଶ ଙ୍କ ଫଟୋ ବା ମୂର୍ତ୍ତି କୁ ଉପହାର ସ୍ୱରୂପ ପ୍ରଦାନ କରନ୍ତୁ ନାହିଁ ।

ଯଦି ଆପଣ ଏହି ଭୁଲ କରିବା ଦ୍ୱାରା ଦାରିଦ୍ର୍ୟତା ର ଶିକାର ହୋଇଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହାର ସମାଧାନ ନିମନ୍ତେ ଆପଣ ନିଜ ଝିଅ ଙ୍କ ଠାରୁ ଭଗବାନ ଗଣେଶ ଙ୍କ ମୂର୍ତ୍ତି ବା ଫଟୋ କୁ ଉପହାର ସ୍ବରୂପ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ୟା ର ତୁରନ୍ତ ସମାଧାନ ହୋଇଯିବ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀ ଉଭୟ ବାସ କରିବେ ଏବଂ ଆପଣଙ୍କ ଘର ସୁଖ ସମୃଦ୍ଧି ଏବଂ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।

Leave a Reply

Your email address will not be published. Required fields are marked *