Krishna Vani- ଗରୁଡ ପୁରାଣ ଅନୁସାରେ ଏହି 7 ଟି ଅଭ୍ଯାସ ଅଟେ ସବୁଠୁ ବଡ ପୂଣ୍ୟ, ସ୍ଵୟଂ କହିଛନ୍ତି ଶ୍ରୀ କୃଷ୍ଣ

ହିନ୍ଦୁ ଧର୍ମର ୧୮ଟି ମହାପୁରାଣ ମଧ୍ୟରୁ ଗରୁଡ ପୁରାଣ ହେଉଛି ଅନ୍ଯତମ । ଯାହା ଜଣେ ମନୁଷ୍ୟର ମୃ-ତ୍ୟୁ ସମୟରେ ପାଠ କରା ଯାଇଥାଏ । ଗୁରୁଡ ପୁରାଣରୁ ହିଁ ଆମକୁ ଜ୍ଞାନ, ନେତି, ଧର୍ମ, ସମୁଦ୍ର ଶାସ୍ତ୍ର, ଜ୍ଯୋତିଷ ଓ ଆୟୁର୍ବେଦ ଆଦି ବିଷୟରେ ସୂଚନା ମିଳିଥାଏ ।

ଏହି ଗରୁଡ ପୁରାଣରେ ହିନ୍ଦୁ ଧର୍ମର ଏପରି ସାତଟି କଥା ବା ନିୟମ ଉଲ୍ଲେଖ ରହିଛି, ଯାହା ହିନ୍ଦୁ ଧର୍ମରେ ବର୍ଜିତ ବୋଲି ମାନା ଯାଇଛି । ସେହି କାର୍ଯ୍ୟ ଗୁଡିକୁ ଜାଣତରେ ହେଉ ବା ଅଜାଣତରେ ଯଦି ଆପଣ କରୁଛନ୍ତି ତେବେ ଆପଣଙ୍କ ଠାରୁ ବଡ ପାପୀ ଆଉ କେହି ମଧ୍ୟ ନୁହେଁ । ତେବେ ଚାଲନ୍ତୁ ଜାଣିବା ଗରୁଡ ପୁରାଣରେ ଲିଖିତ ସେହି ୭ଟି କଥା କଣ ଅଟେ । ପ୍ରଥମ କଥା ହେଉଛି ସଂଯମ ଓ ସତର୍କତା । ଗରୁଡ ପୁରାଣର ନୀତିସାରରେ ଲେଖା ଯାଇଛି ଶତ୍ରୁ ସହ ଲଢିବା ନିମନ୍ତେ ମନୁଷ୍ୟକୁ ସର୍ବଦା ସତର୍କତା ଓ ଚତୁରତା ସହ କାର୍ଯ୍ୟ କରିବା ଆବଶ୍ୟକ ।

କାରଣ ଆମ ଶତ୍ରୁ ସର୍ବଦା ଆମକୁ କ୍ଷତି ପହଞ୍ଚାଇବା ପାଇଁ ବା ହରାଇବା ପାଇଁ ଜଗି ବସିଥାଏ । ଗରୁଡ ପୁରାଣରେ ଲେଖା ଯାଇଛି ସର୍ବଦା ସଫା ଓ ସୁଗନ୍ଧିତ ବସ୍ତ୍ର ପରିଧାନ କରନ୍ତୁ । ଯଦି ଆପଣ ଧନୀ ବା ଧନବାନ ଓ ସୌଭାଗ୍ୟଶାଳୀ ହେବାକୁ ଚାହାନ୍ତି, ତେବେ ସର୍ବଦା ନିଜ ବସ୍ତ୍ର ପ୍ରତି ଧ୍ୟାନ ଦିଅନ୍ତୁ ଓ ସଫା, ସୁନ୍ଦର ଏବଂ ସୁଗନ୍ଧିତ ବସ୍ତ୍ର ହିଁ ପିନ୍ଧିବା ଉଚିତ । ଗରୁଡ ପୁରାଣ ଅନୁସାରେ ଯେଉଁମାନେ ଅପରିଷ୍କାର ବସ୍ତ୍ର ପିନ୍ଧନ୍ତି, ସେମାନଙ୍କ ସୌଭାଗ୍ୟ ନଷ୍ଟ ହୋଇଯାଏ ଓ ଏପରି ବ୍ଯକ୍ତିର ଘରୁ ଲକ୍ଷ୍ମୀ ଚାଲିଯାନ୍ତି ।

ତୃତୀୟରେ ଗରୁଡ ପୁରାଣରେ ଲେଖା ଯାଇଛି କି ଜ୍ଞାନର ପ୍ରତିଦିନ ଅଭ୍ଯାସ କରିବା ଆବଶ୍ୟକ । ଅଭ୍ଯାସ ବିନା ଜ୍ଞାନ ନଷ୍ଟ ହୋଇଯାଏ । ଯେପରି ଏକ ରସିକୁ ବାରମ୍ବାର ପଥରରେ ରଗଡିବା ଦ୍ଵାରା ପଥ ଉପରେ ମଧ୍ୟ ଦାଗ ପଡିଯାଏ । ସେହିପରି ପ୍ରତିଦିନ ବିଦ୍ୟାର ଅଭ୍ଯାସ କରିବା ଦ୍ଵାରା ମୂର୍ଖ ବ୍ୟକ୍ତି ମଧ୍ୟ ଜ୍ଞାନୀ ହୋଇପାରେ । ଚତୁର୍ଥରେ କୁହାଯାଇଛି ଆମ ଶରୀରକୁ ସର୍ବଦା ନୀରୋଗ ରଖିବା ଉଚିତ । ସେଥିପାଇଁ ସର୍ବଦା ସନ୍ତୁଳିତ ଖାଦ୍ଯ ଭୋଜନ କରିବା ଆବଶ୍ୟକ । ଅସନ୍ତୁଳିତ ଭୋଜନ ଦ୍ଵାରା ଆମେ ରୋଗରେ ପଡିଥାଉ ।

ପଞ୍ଚମରେ ଗ୍ରନ୍ଥ ଓ ପୁରାଣରେ ଏକାଦଶୀ ବ୍ରତକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ଯେଉଁ ବ୍ୟକ୍ତି ଏହି ବ୍ରତ ରଖେ ସେ ସର୍ବ ପ୍ରକାର କଷ୍ଟରୁ ବଞ୍ଚିତ ରୁହେ । ତେଣୁ ଏହି ବ୍ରତ ରଖିବା ଡ଼ିଡ଼ବଲଇଉର ବ୍ୟକ୍ତି ଏହାର ନିଶ୍ଚିତ ଲାଭ ପ୍ରାପ୍ତ ହୁଏ । ସସ୍ଥାରେ ଗରୁଡ ପୁରାଣ ସହ ଅନ୍ୟ କେତେକ ପୁରାଣରେ ମଧ୍ୟ ତୁଳସୀଙ୍କ ମହତ୍ଵ ବିଷୟରେ କୁହାଯାଇଛି । ଘରେ ତୁଲସୀଙ୍କୁ ଘରେ ରଖିବା ଦ୍ଵାରା ସବୁ ପ୍ରକାର ରୋଗ ଓ ମାନସିକ ବିକାର ଦୂରେଇ ରୁହେ । ତେଣୁ ତୁଳସୀଙ୍କ ମହତ୍ଵ ଅବଶ୍ୟ ବୁଝନ୍ତୁ ।

ସପ୍ତମରେ ମନ୍ଦିର ଓ ଧର୍ମର ସମ୍ମାନ କରନ୍ତୁ । ପବିତ୍ର ସ୍ଥାନରେ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି, ଉତ୍ତମ ଲୋକଙ୍କୁ ଧୋକା ଦେଉଥିବା ବ୍ୟକ୍ତି ଓ କାହାର ଉତ୍ତମ କାର୍ଯ୍ୟ ବଦଳରେ ତାଙ୍କୁ ଗାଳି ଦେଉଥିବା ବ୍ୟକ୍ତି ଏବଂ ଧର୍ମ, ବେଦ ଓ ଶାସ୍ତ୍ର ଉପରେ ପ୍ରଶ୍ନ ଉଠାଉଥିବା ବ୍ୟକ୍ତିକୁ ନରକରେ ସ୍ଥାନ ମିଳେ । ତେଣୁ ଏହି ସବୁ କରିବାରୁ ବଞ୍ଚିତ ରୁହନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ପସନ୍ଦ ହୋଇଥିଲେ କମେଣ୍ଟରେ ଲେଖନ୍ତୁ “ଜୟ ଶ୍ରୀକୃଷ୍ଣ” ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *