Garuda Puran- ମା’ ଗର୍ଭରେ ହିଁ ଶିଶୁ ଭୋଗିଥାଏ ପୂର୍ବ ଜନ୍ମର ହିସାବ…ଜାଣନ୍ତୁ ଗରୁଡ ପୁରାଣ କଣ ଅଛି ଲେଖା…

ନମସ୍କାର ବନ୍ଧୁଗଣ , ଗରୁଡ ପୁରାଣ ଅନୁସାରେ ମାତା ଗର୍ଭରେ ଶିଶୁକୁ ଭୋଗିବାକୁ ପଡିଥାଏ ପୂର୍ବ ଜନ୍ମର ହିସାବ । ଜନ୍ମ ଓ ମରଣ ନେଇ ଆମର ଅନେକ ମତ ରହିଥାଏ । ବିଭିନ୍ନ ଗ୍ରନ୍ଥ ପୁରାଣ ଅନୁସାରେ  ପୂର୍ବ ଜନ୍ମରେ କର୍ମର ଫଳ ଭୋଗିବା ପାଇଁ ମଣିଷ ମୃତ୍ୟୁ ଲୋକରେ ବା ପୃଥିବୀ ପୁଷ୍ଟରେ ଜନ୍ମ ଗ୍ରହଣ କରିଥାଏ । କିନ୍ତୁ ପୃଥିବୀ ପୁଷ୍ଟରେ ମଣିଷ ଜନ୍ମକୁ ସମସ୍ତକ ଠାରୁ ଶ୍ରେଷ୍ଟ ଜନ୍ମ କୁହାଯାଇଥାଏ । ମଣିଷ ଜନ୍ମ ସମନ୍ଧିତ ବିଷୟ ମାରକଣ୍ଟ ପୁରାଣ , ଗରୁଡ ପୁରାଣ ଓ  ଭବିଷ୍ୟତ ପୁରାଣ ରେ ଅନେକ ଗୁଡିଏ ବିଷୟ ଲିଖିତ ହୋଇଛି ।

ଯାହା ସବୁ ପଡିଲେ ବହୁତ ଚମର୍କୃତ କରିଥାଏ । ଏଥି ମାଧୟରୁ ଗୋଟିଏ ହେଲା ମଣିଷ ଯେତେ ବେଳେ ମାତା ଗର୍ଭରେ ରହିଥାଏ , ସେବେ ଠାରୁ ହିଁ ତାହାର ପରୀକ୍ଷା ଆରମ୍ଭ ହୋଇଯାଇଥାଏ । ଯାହା ଜୀବନର  ଶେଷ ଯାଏ ଚାଲିଥାଏ । ଅଥାର୍ତ ମାତା ଗର୍ଭରୁ ହିନ ଆମେ ଆମ କର୍ମର ଫଳ ଭୋଗିବା  ଆରମ୍ଭ କରିଥାଉ । ଗର୍ଭ ର ସନ୍ତାନ ର ଯେବେ ବୃଦ୍ଧି ଘଟିଥାଏ । ତେବେ ମାତା ର ଗର୍ଭସ୍ଥ ଆକାର ମଧ୍ୟ ବୃଦ୍ଧି ହୋଇଥାଏ । ମାତା ଯେଉଁ ପ୍ରକାର ଭୋଜନ ଗ୍ରହଣ କରିଥାଏ ତାହା ରକ୍ତ ମାଧ୍ୟମରେ ଶିଶୁ ପାଖକୁ ପହଞ୍ଚିଥାଏ ।

ମାତର ବିଚାର ଯେମିତି ହୋଇଥାଏ ଏହାର ପ୍ରଭାବ ଠିକ୍ ସେହି ଭଳି ଶିଶୁ ଉପରେ ପଡିଥାଏ । ମାତାଙ୍କ  ଭୋଜନ ଦ୍ଵାରା ହିନ ଶିଶୁର ବୃଦ୍ଧି ହୋଇଥାଏ , ମାତା ଯଦି ଠିକ୍ ସମୟରେ ଖାଇବା ପିଇବା ପ୍ରତି ଧ୍ୟାନ ଦେଇଥାନ୍ତି । ତେବେ ଶିଶୁ ମଧ୍ୟ ସୁସ୍ତ ସବଳ ରହିଥାଏ ମାତା ର ପ୍ରସବ ମଧ୍ୟ ସୁଖଦାୟକ ହୋଇଥାଏ ।  ଗର୍ଭରେ ଶିଶୁ ଯେମିତି ଯେମିତି ବଡି ବଡି ଯାଇଥାଏ ସେମିତି ତାହାର ପୂର୍ବ ଜନ୍ମର ସ୍ମରଣ ହୋଇଥାଏ । ଏହା ଦ୍ଵାରା ତାକୁ ଆତ୍ମଜ୍ଞାନି , ନିରାଶା ଓ ବହୁତ କଷ୍ଟ ଅନୁଭବ ହୋଇଥାଏ ।

ଏହି ସମୟରେ ତାହାକୁ ଏହି ବିଚାର ଆସିଥାଏ କି ଏହି ଜନ୍ମରେ ମୁଁ ଏମିତି କିଛି ଖରାପ କାମ କରିବି ନାହିଁ କି ପୁଣି ଏହି ଭଳି ଗର୍ଭରେ ରହିବାକୁ ପଡିବ । ପୂର୍ବ ଜନ୍ମର କର୍ମକୁ ଭାବି ଶିଶୁ ର ମନ ବହୁତ ଦୁଃଖ ହୋଇଯାଇଥାଏ , ଏବଂ ସେ ଗର୍ଭ ରୁ ହିଁ ମୁକ୍ତି ର ପଥ ଖୋଜିଥାଏ । ଭବିଷ୍ୟୟ ପୁରାଣରେ ଏହା ବର୍ଣ୍ଣିତ ରହିଛି କି ଶିଶୁ କୁ ତାର ପୂର୍ବ ଜନ୍ମର ଭଲ ଏବଂ ମନ୍ଦ କଥା ମନେରହିଥାଏ ।

ଏହା ସହିତ ତାହାକୁ ମନେ ଥାଏ କି ତାହାର ପୁଅବ ଜନ୍ମରେ ତାହାର କେମିତି ମୃତ୍ୟୁ ହୋଇଥିଲା ଓ ସେ ଏହା ମଧ୍ୟ ଜାଣି ଥାଏ କି ତାଙ୍କୁ ପୁଣି ସାଂସାରିକ ବନ୍ଧନରେ ବାନ୍ଧି ହେବାକୁ ପଡିବ ଓ ଆଉ ଥରେ ତାହାର ମୃତ୍ୟୁ ହେବ ।ତେଣୁ ଗରୁଡ ପୁରାଣ ଅନୁସାରେ ଶିଶୁ ସେହି ପରିମାଣରେ କଷ୍ଟ ହୋଇଥାଏ କି ଯେମିତି ଗୋଟିଏ ବ୍ୟକ୍ତିକୁ ପାହାଡ ତଳେ ରଖିଲେ ଯେତିକି କଷ୍ଟ ଅନୁଭବ ହୁଏ ।

ସେଥିପାଇ ଶିଶୁ ଜନ୍ମ ହେଲା ମାତ୍ରେ ବହୁତ ଜୋର ରେ କାନ୍ଦିବାକୁ ଲାଗିଥାଏ । ଅର୍ଥାର୍ତ  ସେ ଜାଣିଥଏ କି ତାଙ୍କୁ ଆଉ ଥରେ ଏହି ସବୁ ଦେଇ ଯିବାକୁ ପଡିବ । ଜନ୍ମ ପରେ ସଂସାର ଆଦିକ ମାୟା ହେତୁ ଶିଶୁ ତାର ଗର୍ଭର ସବୁ ବିଷୟ ଭୁଲି ଯାଇ ଥାଏ ଓ ଆଉ ଥରେ ପାପ କରିବାକୁ ସେ ପଛେଇ ନ ଥାଏ । ବନ୍ଧୁ ଗଣ ବିଷୟରେ ଆପଣମାନଏନକେଆର ଧାରଣା କଣ ଆମମାନଙ୍କୁ ଜଣାନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜଙ୍କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *