ଗରମ ପାଣି ପିଉଛନ୍ତି କି ? ହେଇ ଯାଆନ୍ତୁ ସାବଧାନ ! (Health Tips)

ବନ୍ଧୁଗଣ, ଜଳ ହିଁ ଜୀବନ । ଜଳ ବିନା ପଶୁ ପକ୍ଷୀ ପ୍ରାଣୀ କେହି ବି ବଞ୍ଚିବା ସମ୍ଭବ ନୁହେଁ । ସମୟ ବଦଳିବା ସହିତ ଯେଉଁ ପ୍ରାକୃତିକ ଉତ୍ସରୁ ଆମେ ପାଣି ପାଉଛେ, ତାହାକୁ ବଦଳା ଯାଇଛି । ଆମେ ପାଣିକୁ ଗୋଟେ ଜାଗାରେ ସ୍ଥିର ଭାବରେ ରଖି ପାରୁଛେ ଓ ତାକୁ ପିଇ ମଧ୍ୟ ପାରୁଛେ । ଏବଂ ଆବଶ୍ୟକତା ଅନୁସାରେ ଯଦି ଆମକୁ ଗରମ ହେଉଛି ତେବେ ଥଣ୍ଡା ପାଣି ପିଉଛେ । ଯଦି ଥଣ୍ଡା ଅଛି ଯେମିତିକି ଶୀତଦିନେ ଆମେ ଗରମ ପାଣି ପିଉଛେ ।

କରୋନା ଆସିବା ପର ଠାରୁ ଆମକୁ ଗରମ ପାଣି ପିଇବା ପାଇଁ, କାଢ଼ା ପିଇବା ପାଇଁ ଓ ଅଧିକ ଚାହା ପିଇବା ପାଇଁ, ବିଭିନ୍ନ ସମୟରେ ଡ଼ାକ୍ତର ମାନଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ଏବଂ କିଛି ଲୋକଙ୍କର ଅଭ୍ୟାସ ମଧ୍ୟ ରହିଛି ସକାଳୁ ଉଠି ଗିଲାସେ ଗରମ ପାଣି ସେବନ କରିଥାନ୍ତି । ଗରମ ପାଣି ସେବନ ଦ୍ଵାରା ଆମକୁ ଅନେକ କିଛି ଫାଇଦା ମିଳିଥାଏ । ଯେମିତି ଓଜନ ହ୍ରାସ ପାଇଥାଏ । ଥଣ୍ଡା ଜନିତ ରୋଗ ହୁଏନାହିଁ ।

ଗରମ ପାଣି ପିଇବା ଦ୍ଵାରା ଶରୀରର ଉତ୍ତାପ ବଢ଼ିଥାଏ ଏବଂ ସ୍କିନ ମଧ୍ୟ ଭଲ ରହିଥାଏ । ଏହାଛଡା ଗରମ ପାଣି ପିଇବା ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ । କିନ୍ତୁ ଡ଼ାକ୍ତର ମାନେ ଏବେ ଯେଉଁ ସର୍ଭେ କରୁଛନ୍ତି ଓ ରିପୋର୍ଟ ଦେଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅତ୍ୟଧିକ ମାତ୍ରାରେ ଆପଣ ଯେଉଁ ଜିନିଷ ବ୍ୟବହାର କରୁଛନ୍ତି ତାହା କ୍ଷତିକାରକ ହୋଇଥାଏ ।

ଠିକ ସେହିପରି ଆପଣ ଯଦି ଗରମ ପାଣିର ସେବନ ଅତ୍ୟଧିକ କରୁଛନ୍ତି କିମ୍ବା ପ୍ରତିଦିନ  ଲଗାତାର ଗରମ ପାଣିର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଗୁରୁତର ପ୍ରଭାବ ପକାଇ ଥାଏ । କିଛି ଲୋକଙ୍କର ଶୀତଦିନେ ଗରମ ପାଣି ପିଇବାର ଅଭ୍ୟାସ ଅଛି ଏବଂ ଏହା ସହିତ ଗରମ ପାଣି ରେ ଗାଧେଇବା ହାତ ଧୋଇବା ମୁହଁ ଧୋଇବା ଏହି ସବୁ କାମ କରିବାକୁ ଚେଷ୍ଟା କରିଥାଉ ।

ଅଧିକ ଗରମ ପାଣି ପିଇଲେ କଣ ସ୍ଵାସ୍ଥ୍ୟ ସମସ୍ୟା ଆସୁଛି ? ସେଥିପାଇଁ ଏକ ରିପୋର୍ଟ ଆସିଛି । ରିପୋର୍ଟରେ କୁହାଯାଇଛି ଆମ ବ୍ରେନ୍ ରେ ଯେଉଁ ସେଲ ଗୁଡ଼ିକ ଅଛି ଗରମ ପାଣି ସେବନ ଦ୍ଵାରା ସେଗୁଡ଼ିକ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ମନ୍ୟୁଷ ଶରୀରରେ ୬୦ ଭାଗ ଜଳ ରହିଥାଏ । ଗରମ ପାଣି ପିଇବା ଦ୍ଵାରା ଜଳର ପରିମାଣ ଇମବାଲାନ୍ସ ହୁଏ ।

ତା’ସହିତ ମାଉଥ ଅଲ୍ସର ମଧ୍ୟ ଗରମ ପାଣି ସେବନ ଦ୍ଵାରା ହୋଇଥାଏ । ଗରମ ପାଣି ଲଗାତାର ସେବନ ଦ୍ଵାରା ମାଉଥ ଅଲ୍ସର ର ଶିକାର ଆପଣ ହୋଇପାରନ୍ତି । ଏହା ପାଟିରେ ଧଳା ଧଳା ଘା’ ଭଳି ହୋଇଥାଏ । ଆପଣଙ୍କୁ ଖାଦ୍ୟ ଚୋବେଇବାକୁ କଷ୍ଟ ହୋଇଥାଏ । ଡ଼ାକ୍ତର ମାନଙ୍କ ମତରେ ଗରମ ପାଣି ପିଇବା ଦ୍ଵାରା ଶୋଷ ହେବା ମରିଯାଇଥାଏ ।

ଆମକୁ ଭୋକ ଲାଗିଲେ ଆମେ ଖାଇଥାଉ, ଶୋଷ ଲାଗିଲେ ପିଇଥାଉ, କିନ୍ତୁ ଅତ୍ୟଧିକ ଗରମ ପାଣି ସେବନ ଦ୍ଵାରା ଆମର ସେହି ଶୋଷ ହେବାର ଇଚ୍ଛା ମରି ଯାଇଥାଏ । ଶୋଷ ହେବାର ଇଛା ମରିଗଲେ ଆମ ଶରୀରକୁ ଯେତିକି ପାଣିର ଆବଶ୍ୟକ ସେତିକି ପାଣି ଆମ ଶରୀରକୁ ମିଳିବ ନାହିଁ । ଏଣୁ ଅତ୍ୟଧିକ ଗରମ ପାଣି ସେବନ କରୁଥିଲେ ସାବଧାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *