Health Tips- ଯଦି ଏହି ଲକ୍ଷଣ ଦେଖା ଦେଉଛି ତ ତୁରନ୍ତ କରାନ୍ତୁ ନିଜ ସୁଗାର ଟେଷ୍ଟ

ନମସ୍କାର ବନ୍ଧୁଗଣ, ଆପଣଙ୍କ ଶରୀରରେ ଅସୁସ୍ଥତା ଆସିବା ପୂର୍ବରୁ କିଛି ନା କିଛି ଲକ୍ଷଣ ଦେଖା ଦେଇଥାଏ । ସେହିଭଳି ଯଦି ଆପଣଙ୍କ ଶରୀରରେ ସୁଗାରର ମାତ୍ରା ବଢିଥାଏ ତେବେ ଆପଣଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଦେଇଥାଏ । କିନ୍ତୁ ଯଦି ଆପଣଙ୍କୁ ସେହି ଲକ୍ଷଣ ସମ୍ପର୍କରେ କିଛି ଜଣା ନଥିବ ତେବେ ଆପଣଙ୍କ ଶରୀର ଭିତରେ ତାହା ଅଧିକରୁ ଅଧିକ ବଢିବାକୁ ଲାଗିଥାଏ । ଏବଂ ଶେଷରେ ତାହା ଗୁରୁତର ହେବା ପରେ ଯାଇ ଆପଣଙ୍କ ସାମ୍ନାକୁ ଆସିଥାଏ ।

ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଲକ୍ଷଣ ଦେଖାଯିବା ଫଳରେ ଆପଣ ସୁଗାର ଟେଷ୍ଟ ତୁରନ୍ତ କରିବା ଆବଶ୍ୟକ । 1- ବାରମ୍ବାର ଆପଣଙ୍କୁ ପରିସ୍ରା ଲାଗିବାର ଲକ୍ଷଣ ଡାଇବେଟିସ ହେବା ଦ୍ଵାରା ଦେଖିବାକୁ ମିଳିଥାଏ । ତେଣୁ ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗେ ତେବେ ଆପଣ ସୁଗାର ଟେଷ୍ଟ କରିବା ଉଚିତ । ଶରୀରରେ ଅଧିକ ଗ୍ଳୁକୋଜ ହେବା ଦ୍ଵାରା କିଡନି ତାହାକୁ ବାହାର କରିବା ପାଇଁ ଚାହିଁଥାଏ । ଏଥିପାଇଁ ବାରମ୍ବାର ପରିସ୍ରା ଆସିଥାଏ ।

2- ଯଦି ଆପଣଙ୍କୁ ବାରମ୍ବାର ଶୋଷ ଲାଗିବା ସହ ଆପଣଙ୍କ ମୁହଁ ଶୁଖିବାକୁ ଲାଗୁଛି ତେବେ ଏହା ଡାଇବେଟିସ ହେବାର ଏକ ଲକ୍ଷଣ ହୋଇଥାଏ । 3- ଅଚାନକ ଭାବରେ ଯଦି ଆପଣଙ୍କ ଓଜନ ବହୁତ ଅଧିକ କମିବାକୁ ଲାଗେ ତେବେ ହୋଇଥାଇ ପାରେ ଆପଣଙ୍କୁ ଡାଇବେଟିସ ହୋଇଥିବ । କାରଣ ଆପଣଙ୍କ ଶରୀରରେ କୋଷକୁ ଯଦି ଠିକ ମାତ୍ରାରେ ଗ୍ଳୁକୋଜ ମିଳିପାରିନଥାଏ ତେବେ ଏହା ଆପଣଙ୍କ ଶରୀରର ଓଜନକୁ କମାଇ ଦେଇଥାଏ ।

4- ଯଦି ଆପଣଙ୍କୁ ବାରମ୍ବାର ଭୋକ ଲାଗୁଥାଏ ଯେମିତି ଆପଣକ ଖାଇ ସାରିବା ପରେ ଅଳପ ସମୟ ବ୍ୟବଧାନରେ ମଧ୍ୟ ଯଦି ଆପଣଙ୍କୁ ଭୋକ ଲାଗୁଥାଏ ତେବେ ମଧ୍ୟ ଏହା ଡାଇବେଟିସ ହେବାର ଏକ ମୁଖ୍ୟ ଲକ୍ଷଣ ହୋଇଥାଏ । ଏହି ଲକ୍ଷଣ ଦେଖିଲେ ଆପଣଙ୍କୁ ଟେଷ୍ଟ କରାଇ ଦେବା ଉଚିତ ।

5- ଯଦି ଆପଣମାଙ୍କ ପାଦ ତଳ ଶୂନ୍ୟ ହେବା ଭଳି ଲାଗୁଥାଏ ତଥା ଜୀବନ ନଥିବା ଭଳି ଲାଗୁଥାଏ ତେବେ ଏହା ମଧ୍ୟ ଏକ କାରଣ ହୋଇଥାଏ ଡାଇବେଟିସ ହେବାର । କାରଣ ହାଇ ବ୍ଲଡ଼ ସୁଗାର ଆମର ନର୍ଭକୁ ଡ୍ୟାମେଜ କରିଦେଇଥାଏ । ଯଦି ଆପଣଙ୍କ ଠାରେ ଏହା ଦେଖା ଦେଉଥାଏ ତେବେ ହୋଇପାରେ ଆପଣଙ୍କ ଶରୀରରେ ସୁଗାରର ମାତ୍ରା ଅଧିକ ହୋଇଥିବ ।

6-  ଆପଣଙ୍କୁଯଦି ଅଚାନକ ଭାବରେ ଲାଗିଥାଏ କି ଆପଣଙ୍କ ଆଖି ସାମ୍ନାରେ ସବୁ କିଛି ଜାଲି ଜାଲି ତଥା ବ୍ଲର ହେବ ଭଳି ଦେଖା ଯାଉଛି ଏବଂ ଆପଣ ପିନ୍ଧୁଥିବା ଚଷମାର ପାୱାର ମଧ୍ୟ ଆପଣଙ୍କର ଏହି ସମସ୍ୟାର କିଛି ସମାଧାନ କରି ପାରୁନଥାଏ ତେବେ ଏହା ଡାଇବେଟିସ ହେବାର ଏକ ଲକ୍ଷଣ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *