Ajira Anuchinta- ଏପରି ଚରିତ୍ର ଥିବା ନାରୀ ପରିବାରର କରିଥାନ୍ତି ସର୍ବନାଶ ! ଏମାନଙ୍କ ଠାରୁ ରୁହନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ, ନାରୀର ଚରିତ୍ର ଦୁନିଆରେ ସବୁଠାରୁ ପବିତ୍ର ଅଟେ । ତେଣୁ ଗୋଟିଏ ନାରୀ ସର୍ବଦା ନିଜ ଚରିତ୍ରକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ କିଛି ନାରୀ ଅଛନ୍ତି ଯେଉଁ ମାନେ ନିଜର  ମନର କାମନା ପାଇଁ ନିଜର ଚରିତ୍ରକୁ ନଷ୍ଟ କରିଦେଇଥାନ୍ତି । ତେବେ ସେହିଭଳି ନାରୀ ମାନଙ୍କର ଲକ୍ଷଣ କିଭଳି ହୋଇଥାଏ ଏହା ନିହାତି ଭାବରେ ଆପଣ ଜାଣିବା ପାଇଁ ଚାହୁଁଥିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଚରିତ୍ର ହୀନା ନାରୀର ଲକ୍ଷଣ ବାକ୍ଷା କରିବା ପାଇଁ ଯାଉଛୁ ।

ନବବିବାହିତ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ସ୍ତ୍ରୀ କହିଲା ମୋ ସାଙ୍ଗମାନେ ଆସିବେ ତମ ବୃଦ୍ଧ ବାପା ମାଆଙ୍କୁ ଘରୁ ବାହାର କର ନହେଲେ ମତେ ଲାଜ ଲାଗିବ । ପୁଅ ଏହି କଥାର ବିରୋଧ କଲା ଆଉ କହିଲା ମୁଁ ତାଙ୍କୁ ବହୁତ ଭଲ ପାଏ ମୁଁ ଏମିତି କରିବିନି । ଏହାପରେ ପ୍ରତିଦିନ ସ୍ତ୍ରୀ ସ୍ଵାମିକୁ ଏହିସବୁ କାଥା କହି ମୁଣ୍ଡ ଖରାପ କରିବାକୁ ଲାଗିଲା ।

ପୁଅର ମାଆ ବାପା କହିଲେ ଯଦି ବୋହୁ କହୁଛି ତାହାଲେ ତୁ ତାକୁ ନେଇ ବାହାରେ ରହ ଆମ ପାଇଁ ସୁଖ ବାଦ ଯାଅ ବାବା । ପୁଅ ବାପା ମାଆ କହିବାରୁ ସ୍ତ୍ରୀକୁ ନେଇ ଚାଲି ଚାଲି ମଜାରେ ଗପି ଗପି ଯାଉଥାଏ ବାଟରେ ସ୍ତ୍ରୀକୁ ଶୋଷ କଲା । ତା ସ୍ଵାମୀ ପାଣି ନେଇ ଆସିବା ବେଳକୁ ସ୍ତ୍ରୀ ଆଉ ନଥିଲା ପ୍ରାଣ ତ୍ୟାଗ କରିସାରିଥିଲା । ସ୍ଵାମୀ ଜଣକ ବହୁତ ଅନ୍ତର ଫଟାଇ ଚିତ୍କାର କରି କାନ୍ଦିଲା ।

ବନ ଦେବୀ ତା କଷ୍ଟ ଦେଖି ତାକୁ କହିଲେ ଶୁଣ ତୁ ତୋ ହାତରେ ଧର୍ମକୁ ସାକ୍ଷୀ ରଖି କାହା ତୋ ଆୟୁଷରୁ ଅଧା ତୋ ସ୍ତ୍ରୀକୁ ମିଳୁ । ସ୍ଵାମୀ ଜଣଙ୍କ ନିଜ ସ୍ତ୍ରୀକୁ ବଞ୍ଚାଇବା ପାଇଁ ଯାଇ ସେଇଆ ହିଁ କଲା । ଆଉ ସ୍ତ୍ରୀ ନିଜର ଜୀବନ ଫେରିପାଇଲା । ପୁଣି ଚାଲିଲେ ସାଙ୍ଗ ହୋଇ କିଛି ବାଟ ଯିବା ପରେ ସ୍ତ୍ରୀକୁ ଭୋକ ଲାଗିଲା ସ୍ଵାମୀ ଗଲା ଖାଇବା ଆଣିବା । ସ୍ତ୍ରୀ ଏକା ବସିଥାଏ ଜଙ୍ଗଲ ମଝିରେ ଦେଖିଲା ଗୋଟିଏ କୂଅ ପାଖରେ ଗୋଟିଏ ସୁନ୍ଦର ଯୁବକ ଟିଏ ବସିଛି କିନ୍ତୁ ସେ ଛୋଟା ।

ସ୍ତ୍ରୀର କାମନା ବାସ୍ନା ରହିଲା ତା ପ୍ରତି । ଏହାପରେ ମହିଳା ଜଣଙ୍କ ତାକୁ ଯାଇ କହିଲା ତୁମେ  ମୋ ସହ ଯିବ ମୋ ଘରକୁ ଛୋଟ ବି ସହଜରେ ରାଜି ହୋଇଗଲା କାରଣ ଟା ଘରକୁ ଗଲେ ତାକୁ ମାଗଣାରେ ଖାଇବା ମିଳିବ । କିଛି ସମୟ ପରେ ସ୍ଵାମୀ ଖାଇବା ନେଇ ଆସିବା ପରେ ସ୍ଵାମୀ ଆଗରେ ନାଟକ କରି ସ୍ତ୍ରୀ କହିବାକୁ ଲାଗିଲା ଦେଖିଲ ସେଇ ଛୋଟ ବ୍ୟକ୍ତିକୁ ବହୁତ ଦୟା ଲାଗୁଛି ଚାଲ ଆମେ ତାକୁ ଆମ ଘରେ ନେଇ ରଖିବା ।

ସ୍ଵାମୀ ସ୍ତ୍ରୀ ପ୍ରେମରେ ପାଗଳ ତେଣୁ ସେ ହା ମାରିଲା । ହେଲେ କହିଲା ସିଏ ତ ଛୋଟା ଆମେ ତାକୁ ନବା କେମିତି । ସ୍ତ୍ରୀ ର କାମନା ଭୋକ ଏତେ ଥିଲା କି ସେ ତାକୁ ମୁଣ୍ଡେଇ ନେବା ପାଇଁ କାହିଲା । ସେଇଆ ହିଁ କଲା ସ୍ତ୍ରୀ । ବାଟରେ ମଉକା ଦେଖି ସ୍ଵାମୀକୁ କୂଅକୁ ପେଲିଦେଲା । ଆଉ ଛୋଟାକୁ ମୁଣ୍ଡେଇ ଯାଇ ଗୋଟେ ରାଜ୍ୟରେ ପହଞ୍ଚିଲା ।

ସୈନିକ ମାନେ ମୁଣ୍ଡରେ ଏତେ ବଡ ବୋଝ ବୋଝାଇ ଥିବାର ଦେଖି ତାକୁ ଅଟକାଇଲେ ଏବଂ ଦେଖିଲେ । ଦେଖିଲା ବେଳକୁ ସେଥିରେ ଛୋଟା ମଣିଷଟିଏ ଶୋଇଥିଲା ଯେଉଁଥିପାଇଁ ତାକୁ ରାଜାଙ୍କ ସାମ୍ନାକୁ ରାଜ ଦରବାରକୁ ନିଆଗଲା । ସେଠାରେ ମହିଳା ଜଣଙ୍କ ମିଛ କାହାଣୀ କହିଲା, ସେ କହିଲା କି ଛୋଟା ଜଣଙ୍କ ହେଉଛି ଟା ସ୍ଵାମୀ । ମୋ ସ୍ଵାମୀଙ୍କୁ ତାଙ୍କ ବଡ ଭାଇ ବାଡେଇ ବାଡେଇ ଛୋଟା କରିଦେଇଛନ୍ତି ଜୀବନରୁ ମାରିଦେବେ ବୋଲି ମୁଁ ତାଙ୍କୁ ମୁଣ୍ଡେଇ ବୁଲୁଛି ଲୁଚିବା ପାଇଁ ।

ଏହା ଶୁଣି ରାଜାଙ୍କ ମନରେ ଦୟା ଆସିଲା ଆଉ ସେ କହିଲେ ହାଉ ଆଜି ଠାରୁ ଏହି ରାଜ୍ୟର ଏକ ଗ୍ରାମ ତମର । ସେହି ଗ୍ରାମରୁ ଯାହା ମିଳିବ ତୁମେ ଖାଇ ପିଇ ରହିବ । ମହିଳା ଜଣଙ୍କ ଛୋଟାକୁ ଧରି ଭଲରେ ରହିବାକୁ ଲାଗିଲା । ହେଲେ କିଛିଦିନ ପରେ ସେ କୂଅକୁ ପେଳିଆ ଦେଇଥିବା ଟା ସ୍ଵାମୀ ସେହି ଗ୍ରାମକୁ ଆସୁଥିବା ଦେଖିଲା । ଏହି କଥା ଯାଇ ସେ ରାଜାଙ୍କୁ ଜଣାଇ କହିଲା କି ମୋ ସ୍ଵାମୀ ବାଡେଇ ବାଡେଇ ଛୋଟ କରିଦେଇଥିବା ତାଙ୍କ ବଡ ଭାଇ ହେଉଛନ୍ତି ଏହି ବ୍ୟକ୍ତି ଜଣଙ୍କ । ଏହାପରେ ରାଜା ତାହାର ସ୍ଵାମିକୁ ଫାଶୀ ପାଇଁ ଡାକିଲେ ।

ସ୍ଵାମୀ ତା ଧୋକେବାଜ ସ୍ତ୍ରୀର ଚାଲ ବୁଝିପାରି ଚୁପ ରହିଲା । ଆଉ ରାଜାଙ୍କ ସାମ୍ନାରେ କହିଲା ମୋ ଶେଷ ଇଚ୍ଛା ପୁରା କରନ୍ତୁ । ତାକୁ କୁହନ୍ତୁ ମୋ ଠାରୁ ଯାହା ନେଇଛି ସେ ଦେବ । ତା ସ୍ତ୍ରୀ କହିଲା ମୁ ତ କିଛି ନେଇନି । ଏହା ଶୁଣି ସ୍ଵାମୀ କହିଲା ଠିକ ଅଛି ତୁମେ ଭଗବାନଙ୍କୁ ହାତ ବଢାଇ କୁହ ଯଦି ମୁଁ କିଛି ନେଇଛି ତାହା ତାଙ୍କ ପାଖକୁ ଫେରିଯାଉ । ଏତିକି କହିଛି କି ନାହିଁ ସଭା ମଝିରେ ସ୍ତ୍ରୀ ଜଣଙ୍କ ଟଳି ପଡିଲା । କାରଣ ସେହି ସ୍ତ୍ରୀ ତା ସ୍ଵାମୀ ଠାରୁ ବନଦେବୀଙ୍କ କୃପାରୁ ପାଇଥିବା ଆୟୁଷରେ ବଞ୍ଚୁଥିଲା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *