ଦୋଳ ପୂର୍ଣିମା 2023, ଗାଈକୁ ଖୁଆଇ ଦିଅନ୍ତୁ ଏହି 1 ଜିନିଷ, ହୋଇଥାଏ ଧନର ବର୍ଷା

ନମସ୍କାର ବନ୍ଧୁଗଣ, ଦୋଳ ପୂର୍ଣିମା ଏକ ପବିତ୍ର ପର୍ବ ଅଟେ । ତେଣୁ ଏହିଦିନ ଆପଣଙ୍କୁ କିଛି କାର୍ଯ୍ୟ କରିବା ଦ୍ଵାରା ତାହାର ଶୁଭଫଳ ଆପଣଙ୍କ ଭାଗ୍ୟକୁ ବଦଳାଇ ଦେଇଥାଏ । ଆମ ହିନ୍ଦୁ ଧର୍ମରେ ଗାଈକୁ ଆମେ ମାତା ରୂପରେ ପୂଜା କରିଥାଉ । ତେବେ ଆପଣ ଏହି ପବିତ୍ର ଦୋଳ ପୁର୍ଣିମା ଦିନ ଗାଈକୁ କେଉଁ ଗୋଟିଏ ଜିନିଷ ଖାଇବାକୁ ଦେବା ଦ୍ଵାରା ଆପଣଙ୍କ ଜୀବନରେ କେବଳ ଧନର ହିଁ ଆଗମନ ହେବାକୁ ଲାଗିଥାଏ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ତ ଜାଣନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ହେଉଛନ୍ତି ଗୋମାତା । ତେବେ ତାଙ୍କ ପର୍ବ  ପୁର୍ଣିମା ଦିନ ଗୋମାତାଙ୍କୁ ପୂଜା କରିବା ତ ନିହାତି ଆବଶ୍ୟକ । ଗୋମାତାଙ୍କ ଶରୀରରେ ସଂସାରର ସମସ୍ତ ୩୩ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ ତେଣୁ ଗୋମାତା ଆମ ପାଇଁ ପୂଜନୀୟ ଅଟନ୍ତି । ସନ୍ଧ୍ୟା ସମୟରେ ଗାଈ ଚରି ଫେରିବା ପରେ ଗାଈ ଖୁରାରୁ ଯେଉଁ ଧୁଳି ଉଡିଥାଏ ତାହା ବହୁତ ଶୁଭ ହୋଇଥାଏ ।

ଯଦି କୌଣସି ବ୍ୟକ୍ତି ପାଠ ପଢାରେ ଦୁର୍ବଳ ଅଟନ୍ତି ଏବଂ କ୍ରୋଧୀ ଅଟନ୍ତି, କଥା କହିବା ପାଇଁ ଅସମର୍ଥ ଅଟନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଏହିଦିନ ସବୁଜଚାର ଖାଇବାକୁ ଦେବା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ । ଏହାଦ୍ଵାରା ଆପଣଙ୍କ ଉପରେ ବୁଧ ଗ୍ରହର ଦଶା ରହିଥିଲେ ତାହା ଠିକ ହୋଇଥାଏ । ଆଉ ଆପଣଙ୍କ ଜୀବନରେ ରହିଥିବା ସମସ୍ତ ସମସ୍ୟା ଦୂର ହେବାକୁ ଲାଗିଥାଏ ।

ଗାଈର ଦାନକୁ ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ । ଯଦି ମଙ୍ଗଳ ଗ୍ରହର ଦୋଷ ରହିଛି ଆପଣଙ୍କ ଉପରେ ତେବେ ଗରିବ ବ୍ରାହ୍ମଣ କିମ୍ବା ଗରିବ ଲୋକଙ୍କୁ ଗାଈ ଦାନ କରନ୍ତୁ । ଯଦି ଆପଣଙ୍କ କୌଣସି କାର୍ଯ୍ୟ ବନ୍ଦ ହୋଇ ରହିଛି ଏବଂ ଯେତେ ପରିଶ୍ରମ କରିବା ଦ୍ଵାରା ମଧ୍ୟ ସଫଳତା ହେଉନାହିଁ ତେବେ ଆପଣ ଗାଈକୁ ରୁଟି ଖାଇବା ପାଇଁ ଦିଅନ୍ତୁ ।

ଏବଂ ତାଙ୍କ କାନରେ ନିଜର ମନସ୍କାମନା କହିବା ଉଚିତ । ଗାଈକୁ ପୂଜା ଲରିବା ଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଆଉ ଆପଣଙ୍କ ଘର ଉପରେ ତାଙ୍କର ଶୁଭ ନଜର ପକାଇଥାନ୍ତି । ଯାହାଫଳରେ ଆପଣଙ୍କ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ । ଖରାଦିନେ ଆପଣଙ୍କ ଘର ଦୁଆର ବନ୍ଦରେ ଆସି ଠିଆ ହୋଇଥିବା ଗାଈକୁ ନିହାତି ଭାବରେ ପାଣି ପିଇବା ପାଇଁ ଦିଅନ୍ତୁ । ଗାଈର ମସ୍ତକକୁ ଛୁଇଁବା ଶୁଭ ଅଟେ ।

ଏହାଦ୍ଵାରା ଆପଣଙ୍କୁ ସବୁ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କ ଘରର ଦୁଆର ବନ୍ଦକୁ ପ୍ରତ୍ୟକ ଗାଈ ଆସନ୍ତି ତେବେ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଏହିବର୍ଷ ଦୋଳ ପୁର୍ଣିମା ୭ମାର୍ଚ୍ଚ ମଙ୍ଗଳବାର ଦିନ ହେବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *