Diabetes ରୋଗୀ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ ? (Diabetes Diet Plan)

ବନ୍ଧୁଗଣ, ମଧୁମେହ ରୋଗ ବର୍ତ୍ତମାନ ସବୁଠାରୁ ବଡ ରୋଗ ଭାବରେ ପରିଚିତ । ଏହି ରୋଗ ସାଧାରଣ ଲୋକ ପାଇଁ ଚିନ୍ତାର କାରଣ ହୋଇଛି । ଏହା ଏଭଳି ଏକ ରୋଗ ଯାହା ଏକାଧିକ ରୋଗକୁ ଜନ୍ମ ଦେଇଥାଏ । ଯଥା କିଡ୍ନି ରୋଗ, ହୃଦଘାତ, ଦୃଷ୍ଟିଶକ୍ତି ହରାଇବା ଏବଂ ସ୍ନାୟୁ ରୋଗ । ଡାଇବେଟିସ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିବାକୁ ହୋଇଥାଏ । କିନ୍ତୁ ଆମ୍ଭେ ଆଜି ଆପଣ ମାନଙ୍କୁ ଏହିଭଳି କିଛି ଖାଦ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାଦ୍ଵାରା ଆପଣ ଡାଇବେଟିସ କୁ ନିୟନ୍ତ୍ରଣରେ ରଖି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟପେୟ ସମ୍ବନ୍ଧରେ ।

୧;- କଲରା, ଏହା ଡାଇବେଟିସ ନିମନ୍ତେ ବହୁତ ଉପକାରୀ ଅଟେ । ଏଥିରେ କେରାଟିନ ରହିଥାଏ ଯାହା ବ୍ଲଡ଼ରେ ସୁଗାର ଲେବଲ କୁ କମ କରିଥାଏ । ଏହା ସହିତ ର-କ୍ତ କୁ ପରିଷ୍କାର କରିଥାଏ । ଆପଣ ସକାଳେ କଲରା ଜୁଷ ସେବନ କରିପାରିବେ ଅଥବା କଲରା କୁ ରାନ୍ଧି ଖାଇପାରିବେ ।

୨;- ଡାଲଚିନି, ଏହା ଗ୍ଳୁକୋଜ ମେଟାବେଲଜିୟମ କୁ ବଢାଇବାରେ ସାହାର୍ଯ୍ୟ କରିଥାଏ ଏବଂ କୋଲେଷ୍ଟ୍ରୋଲ କୁ ମଧ୍ୟ କମାଇବାରେ ସାହାର୍ଯ୍ୟ କରିଥାଏ । ୨ ଅଥବା ୩ ଟି ଡାଲଚିନି କୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଏହାପରେ ଏହାକୁ ଛାଣି ଏହି ପାଣିକୁ ଖାଲି ପେଟରେ ସେବନ କରନ୍ତୁ । ଏହା ବ୍ଲଡ଼ ସୁଗାର ଲେବଲ କୁ କମାଇବାରେ ସାହାର୍ଯ୍ୟ କରିଥାଏ ।

୩;- ମେଥି, ୨ ଚାମଚ ମେଥିଦାନା ନେଇ ତାକୁ ଅଳ୍ପ ପାଣିରେ ରାତିରୁ ଭିଯାଇ ରଖନ୍ତୁ ସକାଳେ ଏହାକୁ ଛାଣି ଏହି ପାଣିକୁ ସେବନ କରନ୍ତୁ । ଏହା ଇନସୁଲିନ ର କ୍ଷରଣ କୁ ବଢାଇଥାଏ । ଯାହା ବ୍ଲଡ଼ ସୁଗାର ଲେବଲ କୁ ନିୟନ୍ତ୍ରଣ କରିଥାଏ ।

୪;- ଜାମୁକୋଳି, ଏହା ଡାଇବେଟିସ ନିମନ୍ତେ ଖୁବ ଭଲ । କିନ୍ତୁ ଏହାର ବୀଜ ଡାଇବେଟିସ ନିମନ୍ତେ ଅଧିକ ଉପକାରୀ ଅଟେ । ଏହି ବୀଜ ରେ ଗ୍ଳୁକୋସାଇଡ ରହିଥାଏ । ଏହା ସୁଗାର କାନଭରସେସନ କୁ ଅଟକାଇଥାଏ ।

୫;- ଆଳୁ, ଡାଇବେଟିସ ହୋଇଥିଲେ ଆଳୁ ଖାଇବା ଉଚିତ ନୁହେଁ । କାରଣ ଆଳୁରେ କାର୍ବୋହାଇଡ୍ରେଟ ଅଥବା ଶ୍ଵେତସାର ମାତ୍ରା ଅଧିକ ରହିଥାଏ । ଏହା ଶୀଘ୍ର ହଜମ ହୋଇ ରକ୍ତରେ ଗ୍ଳୁକୋଜ ର ମାତ୍ରା କୁ ବଢାଇ ଦେଇଥାଏ । ଆଳୁରେ ତିଆରି ଜିନିଷରେ କାର୍ବୋହାଇଡ୍ରେଟ ର ମାତ୍ରା ଆହୁରି ଅଧିକ ରହିଥାଏ । ଏଣୁ ଏହା ଖାଇବା ଉଚିତ ନୁହେଁ ।

୬;- ମଇଦାରୁ ତିଆରି ଖାଦ୍ୟ, ପାସ୍ତା, ବିସ୍କୁଟ, ଏବଂ ଟୋଷ୍ଟ ଡାଇବେଟିସ ରୋଗୀଙ୍କ ନିମନ୍ତେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମୟଦାରେ ରିଫାଏଣ୍ଟ କାର୍ବୋହାଇଡ୍ରେଟ ର ମାତ୍ରା ଅଧିକ ରହିଥାଏ । ଏହା ଶୀଘ୍ର ଡାଇଜେଷ୍ଟ ହୋଇ ସୁଗାର ରେ ପରିଣତ ହୋଇଯାଇଥାଏ । ଏଣୁ ଏହାକୁ ଖାଇବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *