Vastu Tips: ଧନକୁ ଚୁମ୍ବକ ପରି ଟାଣୁଥିବା ଗଛ, ଘର ର ଏହି ଜାଗାରେ ଲଗେଇଲେ ବଢିଚାଲେ ଧନ ସମ୍ପତ୍ତି

ନମସ୍କାର ବନ୍ଧୁଗଣ ଏହି ଦୁନିଆ ରେ କିଏ ନ ଚାହେଁ କି ତା ପାଖରେ ଟଙ୍କା ପଇସା ରହୁ ଏବଂ ସର୍ଵଦା ସେ ସୁଖ ଓ ଖୁସିରେ ଜୀଵନ ବିତାଉ । ତାଛଡା ତା ଜୀବନରେ ସବୁବେଳେ ଶୁଭ ହୋଇଥାଏ ।

ଆଜି ଆମେ କିଛି ଏଭଳି ବୃଷ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ଆସୁଥିବା ସମସ୍ତ ବିପଦ ଏବଂ ସମସ୍ୟା କୁ ନିଜ ଉପରକୁ ନେଇ ଯାଆନ୍ତି ଯାହା ଫଳରେ ଆମେ ସୁରକ୍ଷିତ ଏବଂ ଖୁସି ରେ ରଖିବା ସହିତ ବହୁତ ଶୁଭ ମଧ୍ୟ ହୋଇଥାଏ ତେବେ ଆସନ୍ତୁ ଜାଣିନେବା କି ସେହି ରହସ୍ୟ ମୟୀ ଏବଂ ଶୁଭ ବୃକ୍ଷ ଗୁଡିକ କିଏ କିଏ ଏବଂ ସେମାନଙ୍କ ର ଉପକାରିତା କଣ । ଚାଲନ୍ତୁ ଜାଣିନେବା ।

୧- ପ୍ରଥମ ବୃକ୍ଷ ହେଉଛି ବୃହସ୍ପତି ର ବୃକ୍ଷ କଦଳୀ ଗଛ । କେବେବି କଦଳୀ ଗଛ କୁ ଘରର ସାମ୍ନା ରେ ଭୁଲ ରେ ବି ଲଗେଇବେ ନାହିଁ । କଦଳୀ ଗଛ କି ସର୍ଵଦା ଘରର ପଛରେ ହିଁ ଲଗେଇବା ଉଚିତ । କଥାରେ ଅଛି କଦଳୀ ଗଛ ଘରର ପଛରେ ଏବଂ ବେଲ ଗଛ ଘରର ଆଗରେ ଲଗେଇଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଅର୍ଥାତ ଧନ ରତ୍ନ ସମ୍ପତି ଆସିଥାଏ ।

୨- ଦ୍ଵିତୀୟ ବୃକ୍ଷ ହେଉଛି ତୁଳସୀ ଗଛ । ବାସ୍ତୁ ଦୋଷ କୁ ଦୁର କରିବାରେ ସବୁଠାରୁ ଉତ୍ତମ ଉପାୟ ହେଉଛି ତୁଳସୀ ଗଛ । ଏହି ଗଛ ଯଦି ଆପଣଙ୍କ ଘରେ ଅଛି ତେବେ ଆପଣ ସୁଖୀ ଅଛନ୍ତି ଏବଂ ଧନୀ ମଧ୍ୟ । ଘରେ ଯଦି କୌଣସି ନକରାତ୍ମକ ଶକ୍ତି ର ବାସ ଥାଏ ତେବେ ଏହି ତୁଳସୀ ଗଛ ଥିଲେ ଘରେ ନକରାତ୍ମକ ଶକ୍ତି କିମ୍ବା ଖରାପ ଶକ୍ତି ଘରକୁ ଆସେ ନାହିଁ । କେବଳ ସକରାତ୍ମକ ଶକ୍ତି ହିଁ ଘରକୁ ଆସେ ଏବଂ ଜୀଵନ ସୁଖ ମୟ ହେବ ।

୩- ତୃତୀୟ ଗଛ ହେଉଛି ଶମୀ ଗଛ । ଏହି ଗଛ କୁ ସୁଖ ଶାନ୍ତି ଆଣୁଥିବା ଗଛ କୁହାଯାଏ । ଏହି ଗଛ କିମ୍ବା ବୃକ୍ଷ କୁ ଲଗାଇବା ଦ୍ବାରା ଘରେ ଏବଂ ଜୀଵନ ରେ ଖୁସି ଏବଂ ସୁଖ ଶାନ୍ତି ଆସିଥାଏ । କେବଳ ଭାରତୀୟ ଧର୍ମ ରେ ନୁହେଁ ବରଂ ଅନ୍ୟ ସବୁ ଧର୍ମ ରେ ମଧ୍ୟ ଏହାକୁ ଶୁଭ ବୋଲି ମାନ୍ୟତା ରହିଥାଏ । ଏହି ବୃକ୍ଷ ରେ ଅନେକ ଔଷଧୀୟ ଗୁଣ ମାନ ମଧ୍ୟ ରହିଥାଏ ।

୪- ଚତୁର୍ଥ ରେ ହେଉଛି ଅଁଳା ଗଛ । ଯଦି ଆପଣଙ୍କ ଘରେ ଅଁଳା ଗଛ ଲାଗିଥାଏ ଏବଂ ତାହା ପୁଣି ଉତ୍ତର କିମ୍ବା ପୂର୍ବ ଦିଗରେ ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏହା ଆପଣଙ୍କ କଷ୍ଟକୁ ନିବାରଣ କରିଥାଏ । ଏହିଗଛ କୁ ପୂଜାକଲେ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଅଁଳା ଗଛର ଫଳ ଟି ଭଗବାନ ବିଷ୍ଣୁ ଙ୍କ ର ଅତିପ୍ରିୟ ହୋଇଥାଏ । ଏହି ଫଳ ଟି ଆମର ଅନେକ ରୋଗର ନିବାରଣ ମଧ୍ୟ କରିଥାଏ ।

୫- ପଞ୍ଚମ ବୃଷ ଟି ହେଉଛି ମନ୍ଦାର ଗଛ । ମନ୍ଦାର ଗଛ କୁ ଘରେ ରଖିବା ବହୁତ ଶୁଭ ହୋଇଥାଏ ଏବଂ ଏହା ଘରେ ସକରାତ୍ମକ ଉର୍ଜା କି ମଧ୍ୟ ସ୍ଥାପିତ କରେ । ଏହି ମନ୍ଦାର ଗଛ କୁ ଭଗବାନ ଙ୍କ ଆଗରେ ପୂଜାର୍ଚ୍ଚନା କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ ଏହା ଛଡ଼ା ଏହି ଫୁଲ ରେ ଅନେକ ଔଷଧୀୟ ଗୁଣ ମାନ ମଧ୍ୟ ରହିଥାଏ ।

ତେଣୁ ଘରେ ମନ୍ଦାର ଗଛ ରଖିବା ଏବଂ ଯତ୍ନ ନେବା ଆବଶ୍ୟକ ଏବଂ ଉଚିତ ମଧ୍ୟ । ଧ୍ୟାନ ଦେବେ ଯେ ଏହି ମନ୍ଦାର ଗଛ କୁ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ରଖିବା ଉଚିତ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *