ଦରିଦ୍ର ନ ହେବାର ସବୁଠୁ ସହଜ ଉପାୟ, ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଠାକୁର ଘରେ ସକାଳ ଓ ସନ୍ଧ୍ୟା ସମୟରେ ନିହାତି ଭାବେ ଝୁଣା ଦେବା ଉଚିତ । ଯଦି ସମ୍ଭବ ନହୁଏ । ତେବେ ସନ୍ଧ୍ୟା ସମୟରେ ନିହାତି ଦିଅନ୍ତୁ । ଘରର ସମସ୍ତ ନକରାତ୍ମକ ଊର୍ଜାକୁ ଘରୁ ବାହାର କରି ଘରେ ଶାନ୍ତି ବଢାଇଥାଏ । ନଚେତ କର୍ପୁର ଦ୍ଵାରା ଠାକୁରଙ୍କୁ ଆଳତୀ କରନ୍ତୁ । ଏହା କରିବା ଦ୍ଵାରା ଘର ଉପରେ ରହୁଥିବା ଅଶୁଭ ଦୃଷ୍ଟି ଦୂରେଇ ଯିବ ।

ଘରେ ଯଦି ବିଲେଇ ପିଲା ଜନ୍ମ କରିଥାଏ । ମାଙ୍କଡ କିଛି ଗୋଟେ ଖାଇ ତାହାର କିଛି ଅଂଶ ଘରେ ପକେଇ ଦେଇଯାଇଥାଏ । ତେବେ ଜାଣି ରଖନ୍ତୁ ବହୁତ ଶୀଘ୍ର ବ୍ୟକ୍ତିର ଖୁଶିର ଦିନ ଆସିବା ପାଇଁ ଯାଉଛି । ଠାକୁର ପୂଜା କରିବା ସମୟରେ ଯଦି ଝିଟିପିଟି ଟିକ୍ ଟିକ୍ ଆବାଜ କରିଥାଏ । ନଚେତ ଘରକୁ ସେହି ସମୟରେ କେହି ଅତିଥି ଆସିଯାଇଥାନ୍ତି ।

ତେବେ ସେହି ଦିନଟି ଆପଣଙ୍କ ପାଇଁ ବହୁତ ହିଁ ଶୁଭଦାୟକ ହେବ । ଭାତ ବଢିସାରିଲା ପରେ ହାଣ୍ଡିରୁ କେବେ ବି ପୋଛା ପୋଛି କରି ଭାତ ବାଢିଦେବେ ନାହିଁ । ଅଳ୍ପ ଟିକେ ଭାତ ହାଣ୍ଡିରେ ପକେଇ ରଖିଥିବେ । ଏହା ଛଡା ରୁଟି ରଖୁଥିବା ହଟକେସ ମଧ୍ୟ କେବେ ଫାଙ୍କା ରଖିବେ ନାହିଁ । ଗୋଟିଏ ଛୋଟ ରୁଟି ହୋଇଥିଲେ ବି ସେଥିରେ ପକେଇ ରଖିବେ । ଏହା ଶୁଭ ହୋଇଥାଏ ।

ମଙ୍ଗଳବାର ଦିନ କେବେ ବି ଧାର କରଜ କରନ୍ତୁ ନାହିଁ । ଯଦି ଏହି ଦିନ କାହାଠାରୁ ଟଙ୍କା ଆଣିଥାନ୍ତି । ତେବେ ଏହାକୁ ସୁଝିବାକୁ ବହୁତ ଅସୁବିଧା ହେବ ।  ଯଦି କାହାଠାରୁ ଟଙ୍କା ବା କିଛି ଧାର କରି ଆଣିଥିବେ । ତେବେ ମଙ୍ଗଳବାର ଦିନ ସୁଝିବା ବହୁତ ହିଁ ମଙ୍ଗଳ ଅଟେ ।

ଅମାବାସ୍ୟା ଦିନ ଘରକୁ ଭଲ ଭାବରେ ସଫା କରି ଘରୁ ବାହାରୁଥିବା ସମସ୍ତ ଅଦରକାରୀ ଜିନିଷକୁ ବାହାରେ ଫୋପାଡି ଦିଅନ୍ତୁ । ଏପରି କରିବା ଦ୍ଵାରା ଘରର ଉନ୍ନତି ହୋଇଥାଏ । ଘରେ ଧନ ବୃଦ୍ଧି ହୋଇଥାଏ । ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବାହାରକୁ ବାହାରିବା ସମୟରେ ଘରୁ ବାମ ପାଦ ପକାଇ ବାହାରକୁ ବାହାରନ୍ତୁ ।

ଯାତ୍ରାଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଘରୁ କୌଣସି କାମରେ ବାହାରୁଥିଲେ । ଡାହାଣ ପାଦ କାଢି ଘରୁ ବାହାରନ୍ତୁ । ଟଙ୍କା ଗଣିବା ସମୟରେ କେବେ ଟଙ୍କାରେ ଛେପ ମାରି ଟଙ୍କା ଗଣିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ କ୍ରୋଦ୍ଧ କରିଥାନ୍ତି ।

ଯଦି ଟଙ୍କାର ଅଭାବକୁ ପୂରଣ କରିବାକୁ ଚାହୁଁଥାନ୍ତି । ତେବେ ଟଙ୍କାକୁ ନିଜ ପଟକୁ କରି ଗଣିବା ସହ ଛେପ ମାରନ୍ତୁ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *